Satya Prakash
ଗଳ୍ପ

ନିଶା

ନିଶା

BBy ସତ୍ୟ ପ୍ରକାଶ ସେଠୀ

1ମ ପକ୍ଷ_ ନିଶା ଆଜ୍ଞା! ସବୁଠିଁ ସେଇ ନିଶାର ପ୍ରଭାବ।ଓଃ କି ପ୍ରାଦୂର୍ଭାବ?

୨ୟ ପକ୍ଷ-କ’ଣ ହେଲା କି ଲୋ! ନିଶା ଉପରେ ବଡ଼ ବକ୍ତୃତା ଝାଡୁଛୁ।।

-ଦେଖୁନାହୁ! ଚାରିଆଡ଼େ ଖାଲି ନିଶା ।ପାଠ ନିଶା, ପ୍ରେମ ନିଶା, ମଦ ନିଶା ।

-ସତ କଥା। ହେଲେ ଯାହାକୁ ଯିଏ ରସିଲା, କିଆ ଫୁଲ ପରି  ବାସିଲା।ତୁ କାହିଁକି ଏତେ ବ୍ୟସ୍ତ ହେଉଛୁ?

-ହେଲା ଯେ! ହେଲେ ସବୁଥିରେ ଅତିଟା ଇତି କି ନୂହେଁ କହିଲୁ। ତୁମେ ପାଠସାଠ ଦି ଅକ୍ଷର ତ ପଢିଛ, ପୁଣି ପାଠ ପଢ ବା ପ୍ରେମ କର, ସବୁଥିରେ ଗୋଟେ ସୀମା ଅଛି କି ନାହିଁ ?

-ଯାହା କହିଲୁ… ସତ କହିଲୁ.. ହେଲେ ଚାଇନାରେ ଗୋଟେ ପ୍ରବାଦ  ପରା ଅଛି – “ନି ତୋ ନଗୋ” ମାନେ ତୁମକୁ ମୁଁ ମାରେ। କିନ୍ତୁ “ନଗୋ ତୋ ନି “ମାନେ ତୁମେ ମୋତେ ମାର। ଅର୍ଥାତ୍ ଓଲଟି ଗଲେ ଶବ୍ଦର ଅର୍ଥ ବଦଳି ଯାଏ। ସେଇ ପରି ଆଜ୍ଞା! ଆମେ ସୌକରେ ମଦ ପିଅନ୍ତି, କିନ୍ତୁ କିଛି ଦିନ ପରେ ମଦ ଯେତେବେଳେ ଆମକୁ ଖାଏ, ଆମେ ତାର ଗୋଲାମ୍ ହୋଇଯାଉ।ତେଣୁ ଏଇ ଅଭ୍ୟାସ ବା ନିଶାଟା ବଡ଼ ଖରାପ ଲୋ ଝିଲି ।

_ସତ ଲୋ, ଦେଖୁନୁ! ଏଇ ଟୋକାଟାକୁ କେମିତି ପାଠ ନିଶା ଝାଙ୍କୁଛି, ରାସ୍ତାରେ ଯାଉ ଯାଉ ପଢୁଛି।

-ହେଇ! ହେଇ! ‘! ଅନାନି ଗାଡିଟା ତାକୁ ଢୋ କିନା କୁଟି ଦେଲା ନା କ’ଣ? ଟୋକାଟା ତ ତଳେ ପଡି ଗଲାଣି।

-ହଁ ଚାଲିଲୁ! ଚାଲିଲୁ.. ଦେଖିବା..

-(ରାସ୍ତାରୁ ଉଠାଉ ଉଠାଉ) ଦେଖି ଦେଖି କ’ଣ ହେଲା..

ଟୋକାଟା – ଗାଡିଟା ବାଡ଼େଇ ଦେଲା

_ହେଲେ ତୁମେ ରାସ୍ତାରେ ଯାଉ ଯାଉ କାହିଁକି ପଢୁଛ? ଗାଡି ମୋଟର କଥା, ଟିକେ ସାବଧାନ ରହିବା କଥା କି ନୂହେଁ….?

ଟୋକାଟା -କ’ଣ କରିବି.. ପଢ଼ା ନିଶାଟା ମୋର ଭାରି ।ସେ ଘରେ ହେଉ କି ପାଇଖାନାରେ, ହାତରେ ମୋର ବହି ଓ ଆଖି ଦିଟା ତା ଉପରେ ନ ଥିଲେ ସମୟଟା ମୋର ଆଶାନି ସେ ଯାଏ ନାହିଁ।

-ସେୟା କହୁନ! ସେଇଥିପାଇଁ ତୁମର ଏ ଦୁର୍ଦ୍ଦଶା। ହେଲେ ସତର୍କତା ଅବଲମ୍ବନ କରିବା କଥା କି ନୂହେଁ? ଇଲାଗେ କ’ ଣ ହୋଇଥାନ୍ତା? ତା ଛଡ଼ା ସବୁଥିରେ ଗୋଟେ ସୀମା ଅଛି, ଏ ନିଶା କ’ଣ କି ହୋ! ସବୁ କରନ୍ତୁ। ହେଲେ ଏ ନିଶାରେ ଆଜ୍ଞା ବଶବର୍ତ୍ତୀ ହୁଅନ୍ତୁ ନାହିଁ, ନୋହିଲେ ହଇରାଣ ହରକତ ହେବାଟା ଶିରୋଧାର୍ଯ୍ୟ।

ଟୋକାଟା-ସତ କହିଲେ ଆଜ୍ଞା! ସେ ପାଠ ନିଶା ହେଉ ବା ଅଫିମ ନିଶା… ନିଶାଟା ନିଶା ନା….

-ଦେଖନ୍ତୁ! ଗୋଟେ ସମୟ ନିର୍ଘଣ୍ଟ କରନ୍ତୁ.. ଯେଉଁ ସମୟରେ ପଢିବା କଥା ସେଇ ସମୟରେ ଭଲ କି ମନ ଦେଇ ପଢ଼ନ୍ତୁ। ବାକି ଖେଳ ବେଳେ ଖେଳ, ଅନ୍ୟ କାମ ବେଳେ ଅନ୍ୟ କାମ। ପ୍ରତିଟି କାମ ଧ୍ୟାନ ପୂର୍ବକ ଓ ମନ ଲଗାଇ କଲେ ସଫଳତା ନିଶ୍ଚୟ। ନୋହିଲେ….

ଟୋକାଟା – ଠିକ୍ କଥା ମ୍ଯାମ୍ ।ଦେଲେ ମୋତେ ମହା ଶିକ୍ଷା। ଆପଣଙ୍କ କଥା ମୋର ସବୁ ଦିନେ ମନେ ରହିବ।

-ହଉ ଆମେ ଏଥର ଆସୁଛୁ। ଆମକୁ ଏବେ ଯିବାକୁ ହେବ।

– ଆଜ୍ଞା! ନମସ୍କାର।

– ନମସ୍କାର।

-(ଆଗକୁ ଆଗେଇଲେ)ହେ ଝିଲ୍ଲି ଦେଖିଲୁ! ଟୋକାଟା କ’ଣ ପଛରୁ ଏକା ଲୟରେ ଚାହୁଁଛି।

-ହଁ ମ ଅନାଉ। ତା ମନ ଭରି ଗଲେ ବଳେ ସେ ସଳଖି ଯିବ।

-ନାଁ ଲୋ! ତୋତେ ଖାଲି ଦେଖୁଛି ।ଏଇ ଲାଗେ ଗିଳି ପକାଇବ।। – ହୁଁ ମୋତେ କାହିଁକି ଦେଖିବମ! ତୋତେ ଦେଖୁଥିବ। ତୁ ସୁନ୍ଦରୀ ହୋ ତ…

-ନାଁ ଲୋ ଖାଲି ସେ ଅନାଉ ନାହିଁ ତ, ତୋତେ ବୋଧେ ଫଶୁଛି ।ତୁ ହସି ଦେଉନି ଦେଖିବୁ! ତୋତେ ନିଶ୍ଚୟ ସେ ଆଖି ମାରି ଦେବ ନହେଲେ କହିବ I love you my darling.

-ଆଲୋ ସତେ ଲୋ! କଣ ଏଡେ ଜୋହର୍ ଆଖି ମାରିଲାଣି?

-ଯା ‘ ମଲୁ ଏଥର, ସେ ତ ଏଣିକି ତୋ ଆଗ ପଛ ଖାଲି ଧାଇଁବ।

-ହୁଁ ତୋର ତ ଯେଉଁ କଥା ନା, ଖାଲି ସବୁ ବେଳେ ମଜାକ୍।

 

– (କିଛି ବାଟ ପରେ ) ଆଲୋ! ସେଠି ରାସ୍ତା କଡରେ ଗୋଟେ ଲୋକ ପଡ଼ିଛି ନା କ’ଣ?

-ହଁ ହଁ.. ସାପ ମୋଡ଼ି ହେଲା ପରି ତ ଖାଲି ମୋଡ଼ି ହେଉଛି। ୟାକୁ କ’ଣ ରୋଗ ହୋଇଛି ନା ଖରାରେ ଝାଇଁ ମରା ହୋଇ ପଡ଼ିଛି ବା ?

-ଚାଲିଲୁ! ଚାଲିଲୁ ଦେଖିବା (ପାଖକୁ ଯାଇ ଦେଖେ ତ) ନାହିଁ! ଏଇଟା ମଦୁଆଟେ ।ଇସ୍ କି ଗନ୍ଧ। ସୁଦ ଦେଶୀ ମହୁଲି ଗୁଡାକ କୋଉଠୁ ପିଇକି ଆସିଛି।

-(audience କୁ ଦେଖେଇ) ଶସ୍ତା ପାଇଲେ ପରା ଏମାନେ ଆଲକତରା ପର୍ଯ୍ୟନ୍ତ ଗିଳି ପକାଇବେ। କି ହୋ ଭାଇ! ନିଶା ତ ପିଇଲ, ତା ବୋଲି ଆକଣ୍ଠ ଯାଏଁ? କ’ +ଣ ନିଜକୁ ଫୁର୍ତ୍ତିଲା ରଖିବା ପାଇଁ ନା ଅଧିକ ଶକ୍ତିଶାଳୀ ବୋଲି ପରିଚିତ କରିବା ପାଇଁ?

– ସେ କଥା ଯାହା ହେଉ .. ହେଲେ ମୋର କହିବାର କଥା ହେଉଛି ଆଗ ପିଇବ କାହିଁକିନା ? କ’ଣ ମଦ ପାଣି ମୁନ୍ଦେ ପଡିଗଲେ ତୁମକୁ ତ୍ରିଭୁବନ ଏକା ବେଳକେ ଦେଖାଯିବ ନା କ’ଣ? ବାସ୍ତବରେ ନିଶା ପାଣି ପିଉଥିବା ଲୋକ ବୁଦ୍ଧି ବିବେକହୀନ। ତେଣିକି ସେଠି ବଳ, ଶକ୍ତି ଓ ଫୁର୍ତ୍ତିଲା କଥା ଆଉ ଉଠୁଛି କୁଆଡୁ? ସେଗୁଡାକ ଖାଲି ଢମଙ୍କର ଢମପଣ ।

-ଆଲୋ! ଇଏ ସେଇ ଲୋକ ନା, ଯିଏ ଆମକୁ ତସି ନେଇ ଆଗେ ଆଗେ ଆସୁଥିଲା? ୟା ଆଗରେ ଆଉ ଗୋଟେ ସୁନ୍ଦରୀ ଝିଅ ଯାଉଥିଲା। ଦୁହେଁ ହାତ ଧରାଧରି ହୋଇ ଆଗକୁ ଝପଟି ଯାଉଥିଲେ।

-ହଁ ଲୋ! ଇଏ ମହାତ୍ମା ସେଇ। ଯେତେ ଯାହା କହିଲେ ଏମାନେ ସୁଧୁରିବେ ନାହିଁ।ବରଂ ଜୀବନଟାକୁ ଏଇମିତି ଆପଣା ଛାଏଁ ଯମ ହାତରେ ଟେକି ଦେବେ। ଏମାନେ ପରା ବୁଝନ୍ତି ନାହିଁ, ଯେ ଘରେ ଆହୁରି କେଇ ପ୍ରାଣୀ କୁଟୁମ୍ବ ଥିବେ, ଯେଉଁମାନେ କି ଏମାନଙ୍କ ପାଇଁ ଅଯଥା ହନ୍ତସନ୍ତ ହୁଅନ୍ତି ।

-ଚାଲ ଲୋ! ଲୋକଟାକୁ ଉଠେଇ ସ୍ରାଷ୍ଟମ କରିବା, ଯାହା ହେଲେ ବି ମଣିଷ ତ, ପୁଣି ମଣିଷ ଜୀବନ ପରା ସବୁଠାରୁ ମୂଲ୍ୟବାନ୍।

–(ରାସ୍ତାରୁ ଉଠାଇ ଗୋଟେ ଗଛ ମୂଳେ ବସାଇ ଦେଲେ,ପାଣି ଛାଟି ପିଠି ମୁଣ୍ଡ ଥାପୁଡେଇଲେ। କିଛି ପାଣି ପିଇବାକୁ ଦେଲେ, କିଛି ସମୟ ପରେ ଲୋକଟା ହୋସ୍ କୁ ଆସିଲା, ଝାଡ଼ିଝୁଡ଼ି ହୋଇ ବସିଲା, କାଞ୍ଚନ କାଞ୍ଚନ ବୋଲି ଚିଲ୍ଲେଇଲା )

-ମୋ କାଞ୍ଚନ, କାଞ୍ଚନ କାହିଁ.. ହେ ମ୍ୟାମ୍! (କାନ୍ଦି ଉଠି) ମୋ କାଞ୍ଚନକୁ ରକ୍ଷା କର!

-କାଞ୍ଚନ? କାଞ୍ଚନ କିଏ? କାହିଁ ଏଠି କାଞ୍ଚନ କେହି ନାହାଁନ୍ତି ତ?

-ହଁ ମ୍ଯାମ୍! କାଞ୍ଚନ ହେଉଛି ମୋ ପ୍ରେମିକା, ତୁମ ସାଙ୍ଗ, ବାଣୀ ବିହାରର ଛାତ୍ରୀ ।ଆମେ ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଉ। ସାଙ୍ଗ ହୋଇ ଆସୁଥିଲୁ ।ମୋର ଟିକିଏ ନିଶାଟା ଚଢି ଯାଇଥାଏ। ଦୁଇ ଜଣଙ୍କର ମନାନ୍ତର ହୋଇଥାଏ, ତେଣୁ ରାଗରେ ଟିକେ ପିଇ ଦେଇଥିଲି। ସେ ଜୁହାର୍ ନେହୁରା ହୋଇ ବୁଝାସୁଝା କରୁଥାଏ। ସିଆଡୁ ଦଳେ ଗୁଣ୍ଡା ଆସିଲେ…..

(ଫ୍ଲାସ୍ ବ୍ୟାକ୍ ରେ)

1 ମ ଗୁଣ୍ଡା – – ଇବେ ଏଇ ଝିଅଟା ତ ବଡ଼ ସୁନ୍ଦରୀ ହୋଇଛି।

-୨ୟ ଗୁଣ୍ଡା – ହଁ ଭାଇ! ସୁନ୍ଦରୀ ମାନେ ପୁରାପୁରି ଏକ ନମ୍ଵର୍। (ଠୋ ଠୋ ହୋଇ ଉଭୟ ହସି ଉଠିଲେ)

1ମ ଗୁଣ୍ଡା – ଟୋକାଟା ବଡ଼ ରସିକ। ଦେଖୁନୁ! କେମିତି ଘସିନେସି ହୋଇ ଚାଲିଛି।

2 ୟ ଗୁଣ୍ଡା – ଶଳାଟା ଟାଙ୍କିଏ ମଦ ପିଇଛି ନା କ’ଣ? ଶଳା ମାଦ ନିଶାରେ ତ ଟୁଳ୍ ଟୁଳ୍ ହେଉଛି।

1ମ ଗୁଣ୍ଡା _ଭାଇ! ଝିଅଟାକୁ ଧର.. ଚନ୍ଦକା ଜଙ୍ଗଲ ଭିତରକୁ ଟେକି ନେବା, କେହି ନାହାଁନ୍ତି… ପାଖଆଖରେ କେଣେ…ଜାଗାଟା ଏକଦମ୍ ନିଛାଟିଆ। ଏକାନ୍ତ ନିରୋଳା। କେହି ବି ଟେର ପାଇବେ ନାହିଁ। ଆମେ କାମ ସାରି ଚମ୍ପଟ ମାରିବା।

୨ୟ ଗୁଣ୍ଡା – ହେଲେ ଟୋକାଟା ଖୁବ୍ ହଟାକଟା ଭେଣ୍ଡିଆଟା ଅଛି। ଆମକୁ ଯଦି ପାଲଟା ଆକ୍ରମଣ କଲା?

1ମ ଗୁଣ୍ଡା – ଧେତ୍ ତା କଥା ଛାଡ଼। ଏଟା ଦେଖୁନୁ! ନିଶାରେ କେମିତି ଟଳୁଛି।ସେ ଆଗ ନିଜକୁ ସମ୍ଭାଳୁ, ତା ପରେ ଆମ ସଙ୍ଗେ ଲଢିବ।

2 ୟ ଗୁଣ୍ଡା _ସତ କଥା ଭାଇ! ମଦୁଆର ବଳ ପେଜୁଆଠୁ ହୀନ… ଏ ଗୋରୀ ଚାଲ ଯିବା ନନ୍ଦନ କାନନ ବୁଲି….

ଝିଅ – ଆପଣ ମାନେ ଏମିତି କଣ ହେଉଛନ୍ତି, ଏଇଟା କଣ ଭଦ୍ରତା?

ଗୁଣ୍ଡା _ଆହା.. ଲୋ.. ଭଦ୍ରତା.. ସେ ମଦୁଆଟା ତୋତେ ଗନ୍ଧାଉ ନାହିଁ.. ହା ହା.. ଆମେ ତୋତେ ଗନ୍ଧାଉଛୁ? ଧରବେ! ଧର.. (ଝିଅଟା ମୁହଁରେ କପଡା ଦେଇ ଘୋଷାରି ନେବାର ଦୃଶ୍ୟ, ପିଲାଟା ପ୍ରତିବାଦ କରୁଥାଏ)

ପିଲାଟା – ଏ.. ଛାଡ଼.. ମୁଁ ତୁମକୁ ଛାଡ଼ିବି ନାହିଁ.. ଗୋଟା ଗୋଟା ସମସ୍ତଙ୍କୁ ମାରି ପକାଇବି..

ଗୁଣ୍ଡା – ହେଟ୍ ଚାଲବେ! (ଗୋଟିଏ ଧକ୍କାରେ ପିଲାଟା ତଳେ ପଡି ଘୁସୁରି ଘୁସୁରି.. ଏ ଛାଡ.. ଏ ଛାଡ଼ ହେଉଥାଏ, ହେଲେ ମାଟିରେ ପଡ଼ି ଉଠି ପାରୁ ନଥାଏ)

(ଫ୍ଲାସ୍ ବ୍ୟାକରେ ପୂର୍ବ ଦୃଶ୍ୟ)

ପିଲାଟା ହେ ଭଉଣୀ! ମୋ କାଞ୍ଚନକୁ ବଞ୍ଚାଅ। ତା ବିନା ମୁଁ ବଞ୍ଚି ପାରିବି ନାହିଁ। ତା ବଦଳରେ ତୁମେ ଯାହା କହିବ ମୁଁ ସବୁ ମାନିବି।

1ମ ପକ୍ଷ-ହୋଉ ସେ କଥା ପରେ.. ହେଲେ କାଞ୍ଚନକୁ ଆମେ ପାଇବୁ କେଉଁଠୁ? ତା ଛଡା ଜଙ୍ଗଲ ଭିତରେ ଆମେ ତାକୁ ଖୋଜି ପାରିଲେ ତ? ପୁଣି ଗୁଣ୍ଡାଙ୍କ ସଙ୍ଗେ ଲଢ଼ିବ କିଏ?

୨ୟ – ବ୍ୟସ୍ତ ହୁଅ ନାହିଁ ମୁଁ ପୋଲିସ୍ ପାଖକୁ ଫୋନ୍ କରୁଛି। ମୋର ଜଣେ ବନ୍ଧୁ ଏଠିକାର ଇନ୍ ଚାର୍ଜ। ସେ ନିଶ୍ଚେ ସାହାଯ୍ୟ କରିବେ।

ହ୍ୟାଲୋ ସୁଜିତ୍ ! ମୁଁ ପ୍ରଭାତୀ କହୁଛି। ଆରେ ଭାଇ! କାଞ୍ଚନ ବୋଲି ଗୋଟେ ଝିଅକୁ ଗୁଣ୍ଡାମାନେ ଚନ୍ଦକା ଜଙ୍ଗଲକୁ ଟାଣି ନେଇଛନ୍ତି। ତା’ର ପ୍ରେମିକ ଆମ ନିକଟରେ ଅଛି। କିଛି ଗୋଟେ ବ୍ୟବସ୍ଥା କର, pliz.  ତାକୁ ଟିକିଏ ଉଦ୍ଧାର କର.. ଇଜତର କଥା… ଏତିକି ଟିକିଏ ସାହାଯ୍ଯ କର, pliz.

ପୋଲିସ୍ – OK.. OK.. ସଙ୍ଗେ ସଙ୍ଗେ ମୁଁ ଗଲି। (ପାଖ ଜଙ୍ଗଲରୁ ଗୁଣ୍ଡାକୁ କବଜାରେ ରଖି ଝିଅକୁ ଧରି ଫେରିଲେ)

-ପିଲାଟା ଭୋ ଭୋ ହୋଇ କାନ୍ଦୁଥାଏ ଓ କହୁଥାଏ – ମୁଁ କାନ ନାକ ମୋଡି ହେଉଛି, ଆଉ ଦିନେ ନିଶା ଖାଇବି ନାହିଁ, ମୋତେ ତୁମେ ଶାସ୍ତି ଦିଅ..

ଝିଅଟା – (ସୁଁ ସୁଁ ହୋଇ କାନ୍ଦୁଥାଏ ଆଉ କହୁଥାଏ – ତୁମକୁ ମୁଁ ବିଶ୍ବାସ କରି ଭୁଲ କରିଛି। ମଦ୍ୟପ ଓ ମଦୋତି ଲୋକଙ୍କର ମନୁଷ୍ୟତା ନଥାଏ କି ଶରୀରରେ ବଳ । ତୁମେ ଏତେବଡ଼ ଚେହେରା ରଖିଛ, ହେଲେ ସାମାନ୍ୟ କେଇଟା ମଦୁଆଙ୍କଠାରୁ  ନିଜ ପ୍ରେମିକାକୁ ରକ୍ଷା କରି ପାରିଲ ନାହିଁ।ଧିକ୍ ତୁମ ଜୀବନ। ସେମାନେ କ’ଣ ତୁମଠୁଁ ଅଧିକ ବଳୁଆ? ତୁମକୁ ଭରସା କରି କି ଲାଭ? ଏମିତି ନିର୍ଲଜ୍ଜ ଲୋକର ହାତ ଧରିବା ଅପେକ୍ଷା ବରଂ ମରିଯିବା ଭଲ।

(ତିନି ସାଙ୍ଗ ମିଶି ପ୍ରଚୁର teasing କରିଛନ୍ତି, ନାନା ଭାବେ ନାନା କଥା କହିଛନ୍ତି)

1ମ ପକ୍ଷ-(audience କୁ ଦେଖେଇ) ମଦ ନିଶାଠାରୁ ନିଶା ନାହିଁ ଆଜ୍ଞା! ମଦ ନିଶାରେ ବାଇ ହେଲେ ଭୁଲିବ ଘର, ଭୁଲିବ ପ୍ରେମିକା, କେହି ହେବେନି ତୁମକୁ ସାହା।।

୨ୟ – ଭାଇ! ପାଠ ନିଶା ହେଉ ବା ମଦ ନିଶା ଅବା ପ୍ରେମ ନିଶା, ଟିକିଏ ସ୍ଥାନ କାଳ ଓ ପାତ୍ର ଦେଖ!

1ମ – ନିଶା ତ ନିଶା, ତେଣିକି ସେ ଯେଉଁ ନିଶା ହେଉ, ହେଲେ ନିଶାରେ ବଶବର୍ତ୍ତୀ ହେଲେ ସବୁ ନାଶ ଯିବା ହିଁ କେବଳ ସାର ହେବ।

-ତେବେ ଆସନ୍ତୁ ସମସ୍ତେ ଶପଥ ନେବା, ନିଶା ମୁଁ କରିବି ନି ମଦ ମୁଁ ପିଇବି ନାହିଁ କି ଏଇ ବାଣୀ ବିହାରୀଆଙ୍କୁ ପ୍ରେମ ମୁଁ କରିବି ନାହିଁ…

ସମସ୍ତେ ଏକାବେଳେକେ କହି ଉଠିଲେ – ପାଠ ନିଶା ହେଉ ବା ମଦ ନିଶା ଅଥବା ପ୍ରେମ ନିଶା, ସବୁ ନିଶା ନିଶା ତ… ଆପଣମାନେ ଖୁସି ତ…

By ସତ୍ୟ ପ୍ରକାଶ ସେଠୀ

ରଚନା କାଳ – 17. 12. 2019

Related posts

ହେତୁ ଓ ସେତୁ

satya

ଶତ ପତ୍ନୀକ

satya

ଦୁର୍ଘଟଣା

satya

Leave a Comment

Login

X

Register