Satya Prakash
ପ୍ରବନ୍ଧ

ବୁଲବୁଲ ଘୂର୍ଣ୍ଣିଝଡ଼

ବୁଲବୁଲର ତାଣ୍ଡବ
——-by ସତ୍ୟ ପ୍ରକାଶ ସେଠୀ
ପ୍ରାକୃତିକ ଦୁର୍ବିପାକ ହେଉ ବା ଦୈବୀ ଦୁର୍ବିପାକ, ଏହା କାହା ହାତରେ ନାହିଁ। ସୃଷ୍ଟିର ନିୟମ ଅନୁସରି ପ୍ରକୃତି ତା’ର ଲୀଳା ଖେଳା କରେ। ତେଣୁ କେତେବେଳେ ପ୍ରଳଙ୍କରୀ ବନ୍ୟା ତ ପୁଣି କେତେବେଳେ ଭୟଙ୍କର ବାତ୍ୟା। ପ୍ରକୃତି ଏମିତି ବେଳେବେଳେ ତା’ର କରାଳ ରୂପ ଦେଖାଇଥାଏ। କେତେ ଧନ ଜୀବନ ପଶୁ ପକ୍ଷୀକୁ ନିପାତ କରିଥାଏ। ମଣିଷ ତାହାକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ ନକରି ପାରିଲେ ବି ପ୍ରତିକାର ଓ ପ୍ରତିଷେଧକ ଉପାୟ ତ ଅବଲମ୍ବନ କରିଛି, ତହିଁରୁ ନିସ୍କୃତିର ମାର୍ଗ ଖୋଜିଛି। ଫଳରେ ଏହି କଷ୍ଟ ଭାଗ ସମ୍ପୂର୍ଣ୍ଣ ନହେଲେ ମଧ୍ଯ କିଛିଟା ତ ଦୂରୀଭୂତ ନିଶ୍ଚିତ ହୋଇଛି। ସେହିପରି ସେଦିନ ଆସିଥିଲା ପ୍ରଳଙ୍କରୀ ଘୂର୍ଣ୍ଣିଝଡ଼ ବୁଲବୁଲ।
2019 ମସିହା ଅକ୍ଟୋବର 30 ତାରିଖରେ ସାମୁଦ୍ରିକ ଝଡ଼ ମାତମୋ (matmo) ପ୍ରବଳ ବର୍ଷା ଓ ବନ୍ୟା ସହ ଆସି ଭିଏତନାମର ସ୍ଥଳ ଭାଗ((landfall) ଛୁଇଁ ଥିଲା। କ୍ରମଶଃ ତାହା ଶକ୍ତିଶାଳୀ ହୋଇ ଘୂର୍ଣ୍ଣି ଝଡ଼ରେ ପରିଣତ ହୋଇ ପୂର୍ବ ଭାରତ ଓ ବାଂଲାଦେଶ ଆଡକୁ ମାଡି ଆସିଥିଲା। ଏହାକୁ ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ବିଭାଗ (IMD ) ବୁଲବୁଲ ନାମ ଦେଇଥିଲା। ବୁଲବୁଲ ହେଉଛି ପର୍ସିଆନ୍ ବା ଆରବିକ ଶବ୍ଦରୁ ଆନୀତ ଯାହାର ଅର୍ଥ ନାଇଟ ଏଞ୍ଜେଲ। କିନ୍ତୁ ଇଂରାଜୀରେ ଏହା passerine ବାର୍ଡ ଆଫ ଡିଫେରେଣ୍ଟ ଫ୍ୟାମିଲିକୁ ବୁଝାଇଥାଏ।
ଏହାର ପ୍ରଭାବ ନିଶ୍ଚିତ ପକ୍ଷେ ସୁଦୂର ପ୍ରସାରୀ ଥିଲା ଯାହା ଭିଏତନାମ, ମେନଲ୍ୟାଣ୍ଡ, ଦକ୍ଷୀଣ ପୂର୍ବ ଏସିଆ, ଆଣ୍ଡାମାନ ଓ ନିକୋବାର ଦ୍ବୀପପୁଞ୍ଜ, ଓଡିଶା, ୱେଷ୍ଟ ବେଙ୍ଗଲ ଓ ବାଙ୍ଗଲାଦେଶ ପ୍ରଭୃତି ଇଲାକାରେ ପ୍ରଭୁତ୍ଵ କ୍ଷତି ସାଧନ କରିଥିଲା।
ଏହି ବୁଲବୁଲ ଘୂର୍ଣ୍ଣିଝଡ଼ ରୂପ ନେଲା ପରେ ଗତ ରବି ବାର ଅର୍ଥାତ୍ ନଭେମ୍ବର୍ 10 ତାରିଖରେ ସକାଳ 6.30 ସମୟରେ ୱେଷ୍ଟ ବେଙ୍ଗଲ ଅନ୍ତର୍ଗତ ସୁନ୍ଦରବନର ଧନଛି (Dhanchi) ଜଙ୍ଗଲରେ ଭୂମି ଅବତରଣ କରିଥିଲା। ସାଥିରେ ବୋହି ଆଣିଥିଲା ପ୍ରଚଣ୍ଡ ବର୍ଷା ଓ ପବନ। ପ୍ରାୟତଃ 135 k. m ବେଗରେ ପବନ ବୋହିବା ସଙ୍ଗେ ସଙ୍ଗେ ଘନଘନ ବର୍ଷାର କରାଳ ଛାୟା ଓ ତୁମ୍ଭି ତୋଫାନ୍ ଦେଖିବାକୁ ମିଳିଥିଲା। ଲୋକବାକ ଅସ୍ତବ୍ଯସ୍ତ ହୋଇ ଉଠିଥିଲେ। ଏକ ଆସନ୍ନ ବିପଦର ଆଶଙ୍କା କରି ଯିଏ ଯୁଆଡେ ତାଟ କବାଟ କିଳି ଦେଇ ଘରେ ସୁରକ୍ଷିତ ସ୍ଥାନ ଆବୋରି ନେଇଥିଲେ।
ତଥାପି ଉପଲବ୍ଧ ତଥ୍ୟ ଅନୁଯାଇ ପ୍ରାୟତଃ 10 ଜଣଙ୍କର ମୃତ୍ଯ ଓ ଅନେକ ଆହାତ ହୋଇଛନ୍ତି। ପ୍ରାୟ ଦୁଇ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖା ଯାଇଥିଲା। ଚାରିଆଡ଼େ ଆନ୍ଧି ତୋଫାନ୍, ଧୂଆଁଧାର ବର୍ଷା ସାଙ୍ଗକୁ ବିଜୁଳିର ଚମକ ଓ ଘଡ଼ଘଡ଼ିର ଭୈରବୀ ରଡି ପରିବେଶକୁ ଏକାନ୍ତ ଭୟାନକ କରି ଗଢି ତୋଳିଥିଲା। ସତର୍କତା ମୂଳକ ପଦକ୍ଷେପ ସ୍ଵରୂପ ଶନି ବାର ଓ ବୁଧୁବାର ବିଭିନ୍ନ୍ ଦପ୍ତର ଓ ଶିକ୍ଷାନୁଷ୍ଠାନମାନ ବନ୍ଦ ଘୋଷଣା କରାଯାଇଥିଲା। ସମୁଦ୍ରକୁ ମଛୁଆର ଏବଂ ଜାହାଜ ଚଳାଚଳ ମଧ୍ୟ ବନ୍ଦ ରହିଥିଲା। ନେତାଜୀ ସୁବାଷ ଚନ୍ଦ୍ର ଆନ୍ତର୍ଜାତିକ ବିମାନ ବନ୍ଦରରେ ବିମାନ ଚଳାଚଳ ବାର ଘଣ୍ଟ ପାଇଁ ବାତିଲ କରାଯାଇଥିଲା। ଅନେକ ଘରଦ୍ଵାର ଭାଙ୍ଗି ଯାଇଥିଲା ବେଳେ ରାସ୍ତାରେ ବଡବଡ ଗଛ ଉପୁଡ଼ି ପଡି ଓ ତା’ର ଡାଳପତ୍ର ପଡି ରାସ୍ତା ଘାଟ ମଧ୍ୟ ବ୍ଲକ ହୋଇ ଯାଇଥିଲା, ଯାହାକି ଏବେ NDRF ଓ BDRAFT ଟିମ୍ ଦ୍ଵାରା ପୁନଃ ଥଇଥାନ ଓ ରିଲିଫ୍ କାର୍ଯ୍ୟ ତୋରାନ୍ୱିତ ଗତିରେ ଚାଲିଛି। ଉଦ୍ଧାର, ରିଲିଫ୍ ଓ ଥଇଥାନ କାର୍ଯ୍ୟକୁ କଡାକଡି ଭାବେ ପାଳନ କରାଯାଇ ପୁନଃ ସ୍ଵାଭାବିକ୍ ସ୍ଥିତି ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି।
ଇଏ ତ ଗଲା ୱେଷ୍ଟ ବେଙ୍ଗଲ କଥା। ଏତଦ୍ ବ୍ୟତୀତ ଭାରତର ଅନ୍ୟ ଯେଉଁ ପ୍ରମୂଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି ସେ ହେଉଛି ଓଡିଶା। ଅବଶ୍ୟ ତୁଳାନାତ୍ମକ ଦୃଷ୍ଟି କୋଣରୁ ବିଚାର କଲେ ଏଠାକର ଦୁର୍ଦ୍ଦଶା ଟିକିଏ କମ୍।ତଥାପି ବାଲେଶ୍ଵର ଜିଲ୍ଲାରୁ ପ୍ରାୟତଃ 350 ଗାଁର ଲୋକଙ୍କୁ ବାତ୍ୟା ନିରାପତ୍ତା ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା ଯଦିଓ ବିଶେଷ କେହି ମୃତାହତ ହୋଇଥିବା ଖବର ମିଳି ନାହିଁ, ତଥାପି କ୍ଷୟକ୍ଷତିର ପରିମାଣ କିଛି କମ ନୂହେଁ। ଚାଷବାସ ଉଜୁଡ଼ି ଯାଇଛି। ଫସଲ ହାନିର ଚିନ୍ତା ଓ ଆଶଙ୍କା ଚାଷୀକୂଳକୁ ଅଧିକ ଚିନ୍ତାଗ୍ରସ୍ତ ଓ ବିବ୍ରତ କରିଦେଇଛି। ବଡବଡ ଗଛ ଭାଙ୍ଗି ପଡି ବା ଉପୁଡ଼ି ପଡି ବିଦ୍ୟୁତ୍ ଖୁଣ୍ଟି ଗୁଡିକୁ ମଧ୍ୟ କ୍ଷତି ପହଞ୍ଚାଇଛି। ଏହିପରି ଜନଜୀବନ ଅସହ୍ଯ ଯନ୍ତ୍ରଣା ଭୋଗିଛି।
ବାଂଲାଦେଶର ଅବସ୍ଥା ମଧ୍ୟ ତଦ୍ରୁପ। ନାହିଁ ନଥିବା କ୍ଷତି। ମୋଟାମୋଟି ଭାବେ ବାତ୍ୟା ପରର ଆକଳନ ପରେ ସଠିକ୍ ଚିତ୍ର ଆସି ପାରିବ।
ଇଏ ତ ପ୍ରାକୃତିକ ଦୁର୍ବିପାକ, ଯାହା ମଣିଷ ହାତରେ ନାହିଁ। ଏଇମିତି ସେ ବେଳେବେଳେ ଆସେ, ଧନ ଜୀବନ ଯାହା ପାଏ ସାଥିରେ ନେଇ ଯାଏ, ପଛରେ ଛାଡ଼ିଯାଏ କେବଳ ହୃଦୟ ବିଦାରକ ଏକ କରୁଣ ପରିବେଶ। ପ୍ରକୃତି ସହିତ ଲଢ଼ି ଲଢ଼ି ମଣିଷ ଏବେ ପ୍ରାୟତଃ ଅଭ୍ୟସ୍ଥ ହୋଇ ଗଲାଣି। ତେଣୁ ତାକୁ ପ୍ରତିହତ ଓ ପ୍ରତିରୋଧ ସିନା କରି ପାରିବା ନାହିଁ, ହେଲେ ଏଇମିତି ପ୍ରତିଷେଧକ ଉପାୟ ଆପଣେଇ କଷ୍ଟଭାଗକୁ ତ କିଛି ନା କିଛି ଲାଘବ କରି ପାରିବା। ତେବେ ଆସନ୍ତୁ ନା ଆମେ ସମସ୍ତେ ମିଳିମିଶି ଏହାର ସାମ୍ନା କରିବା ଓ ପରସ୍ପର ପ୍ରତି ସାହାଯ୍ୟ ଓ ସହାନୁଭୂତି ର ହାତ ବଢାଇବା।
By ସତ୍ୟ ପ୍ରକାଶ ସେଠୀ
ତା 11. 11. 2019

Related posts

ଦୁଃଖ ଓ ସୁଖ

satya

ସାଇ – ଜୀବନ ଗଣିତ

satya

ପ୍ରେମ

satya

Leave a Comment

Login

X

Register