Satya Prakash
କବିତା

ସାବିତ୍ରୀ

ଠୋକନ୍ତିby ସତ୍ୟ ପ୍ରକାଶ ସେଠୀ

ମୁଁ ବି ତ ସାବିତ୍ରୀ ରଖିଥିଲି ଦିନେ
ଉପବାସ ବ୍ରତ କେତେ
କାହିଁକି ଈଶ୍ଵର ଦଣ୍ଡିଲେ ଯେ ମୋତେ
କିଏ ସେ କହିବ ସତେ।।
ଏମିତିକା ପ୍ରଭୁ ଦେଖିଛ କି କେହି
ନିଷ୍କରୁଣ କିଆଁ ଏତେ
କେମିତିକା ତାଙ୍କ ନିୟମ କାନୁନ୍
ବୁଝି ତ ହେଉନି ସେତେ।।
ପାରେନି ମୁଁ ତେଣୁ ଦୁଃଖ ତାପେ ଭଣି
ଅଭିମାନେ ହୁଏ ଗୁଣୀ
ପାଇଲେ ପାଖରେ ଗାଳି ଯେ ବର୍ଷନ୍ତି
ଭରନ୍ତା ଉଦର ମୁଣି।।
ଦୁର୍ନୀତି କଲାଠୁଁ ଦେଖିବାକୁ ତୋତେ

କରୁ ନାହିଁ ଇଚ୍ଛା ମୋଟେ
ଏଇ କି ନିୟମ ଅକାଳରେ ନାସ୍ତି
ଠୋକନ୍ତି ଗାଲକୁ ଗୋଟେ। ।

ସତ୍ୟବାନ୍
By ସତ୍ୟ ପ୍ରକାଶ ସେଠୀ
ପତିକୁ ଦେଉ ତୁ ଖଡୁ ଭୂଷା କେତେ
ନୂଆ ଶାଢୀ ସଙ୍ଖା ପାଇଁ
ଆଜି କିନ୍ତୁ ରଖି ଅଛୁ ଓଷା ବ୍ରତ
ଖାଇବୁ ଉଖୁଡା ଖଇ।।
ବ୍ରତ ପରେ ପୁଣି ଧୂଆଇବୁ ମୋତେ
ଅଇଁଠା ବାସନ କେତେ
ଥାଉ ତୋ ମୁଣ୍ଡିଆ ରଖିଥା ତୋ ପାଶେ
ଲୋଡ଼ା ନାହିଁ ମୋର ଏତେ।।
ଛାଞ୍ଚୁଣୀ ପାହାର ଖାଇ ଖାଇ ପରା
ଛନକା ପଶୁଛି ଯେତେ
ପାରିବିନି ଆଉ ସାବିତ୍ରୀ ତୋହର
ଜାଳା ସହିଲିଣି କେତେ।।
ଆଉ କାହା ସଙ୍ଗେ ପଳେଇବି ଏବେ
ପାଇବୁନି ଖୋଜି ମୋଟେ
ଭାବିଛୁ କ’ଣ ଯେ ମିଳିବନି ମୋତେ
ଏମିତି ସାବିତ୍ରୀ ଗୋଟେ।।

ସାବିତ୍ରୀ ଗୋBy ସତ୍ୟ ପ୍ରକାଶ
ପତି ସୁହାଗିନୀ ପତି ପରାୟଣା
ରଖଇ ସାବିତ୍ରୀ ବ୍ରତ
ଫଳ ମୂଳ ଖାଇ ନୂଆ ଶାଢୀ ପିନ୍ଧି
ହେଉଛୁ କେତେ ଯେ ମତ୍ତ । ।
ସିମନ୍ତେ ସିନ୍ଦୁର ସଦା ଶୋଭା ପାଉ
ପତି ଶୁଖ ମିଳୁ ଥାଉ
ମଶାଣି କୋକେଇ ଉଠି ଯାଉ ତୋର
ପତି ବଞ୍ଚି ଥାଉ ଥାଉ।।
ମୁଇଁ କିନ୍ତୁ ପରା ପାରୁନି ତ ଦେଇ
ଏମିତିକା ବରଦାନ
ଯେଣୁ ପତ୍ନୀ ଧର୍ମ ପାଳି ଆସୁ ଅଛି
ପତ୍ନୀ ସଙ୍ଗେ ମୋର ମନ।।
ବୋହି ନେଉଥିଲେ ସଂସାର ତରୀ ଯେ
ଏକା ସଙ୍ଗେ ଆମେ ବାହି
ଏକା ଏକା ମୁହିଁ କେମିତି ନେବି ଲୋ
ତୋତେ ଛାଡି ଆର ପାରି।।
ଗଲେ ଆମେ ଯିବା ଆଗ ପଛ ହୋଇ
ଏକା ସଙ୍ଗେ ଅବା ଚାଲି
ହେଲେ ପିଛେ ରଖି ମୋତେ ଏଠି ଛାଡି
ପାରିବନି ଆଗ ଯାଇ।।
ଆଜିର ଦିବସେ କେଉଁ ବର ଦେବି
ପାରୁନି ମୁଁ କିଛି ବୁଝି
ତେଣୁ କଥା ଦିଅ ଛାଡିବନି ସାଥୀ
ସଙ୍ଗେ ଯିବା ରଣ ଯୁଝି।।

Related posts

କେବଳ ଦେଖନ୍ତି

satya

ପ୍ରଣାମୀ

satya

ଆଲୋକ ଦିଅ ହେ ଜାଳି

satya

Leave a Comment

Login

X

Register