Satya Prakash
ଗଳ୍ପ

ଅଭାବେ ସ୍ଵଭାବ ନଷ୍ଟ

ଅଭାବେ ସ୍ଵଭାବ ନଷ୍ଟ
——by ସତ୍ୟ ପ୍ରକାଶ ସେଠୀ
ଆର୍ଥିକ ଅଭାବ ଅନାଟନ ମଣିଷର ଦୁର୍ଗତି ତଥା ଅବକ୍ଷୟ ପାଇଁ କାରଣ ହୋଇ ସବୁବେଳେ ଛିଡା ହୁଏ। ଲୋକେ ଅଭାବ ଅସୁବିଧାରେ ପଡି ନିଜର ସ୍ଵଭାବ ତଥା ସ୍ୱାଭାବିକ ଗୁଣାବଳୀର ବିକାଶ ପରିବର୍ତ୍ତେ ଅବକ୍ଷୟର ମାର୍ଗ ବାଛିନିଏ। ଅନେକ ଚେଷ୍ଟା ସତ୍ତ୍ୱେ ଯେତେବେଳେ ସେ ନିଜ ଚେଷ୍ଟାରେ ବାରମ୍ବାର ଅସଫଳ ବା ଅକୃତକାର୍ଯ୍ୟ ହୁଏ, ସେତେବେଳେ ସେ ନିଜ ଭାଗ୍ୟକୁ ନିନ୍ଦେ। ।ପରିସ୍ଥିତି ଓ ପରିବେଶ ସହ ଦେଖାଦିଏ ତା’ର ତୀବ୍ର ସଂଘର୍ଷ।ମାତ୍ର୍ ନିଜର ସଂଗ୍ରାମୀ ପଣିଆକୁ ଅତୁଟ ରଖିପାରେ ନାହିଁ। ନିଜ ମନ ମଧ୍ୟରେ ସେ ସନ୍ତୁଳନ ହରାଇ ବାୟା ଚଢେଇ ପରି ଏଣେ ତେଣେ ଘୂରି ବୁଲେ। କେଉଁଥିରେ ମନ ଲାଗେ ନାହିଁ।ଏକ ଅସ୍ଥିର ଭାବାବେଶ ତାର ସାମଗ୍ରିକ ଶରୀରକୁ ଆଚ୍ଛାଦିତ କରି ଘୋଡାଇ ରଖେ। ଏତେବେଳେ ଭଲ ଖରାପର ସଂଜ୍ଞା ନିରୂପଣ କରିବା ବା ସମସ୍ୟାର ହେତୁ ନିରୂପଣ କରି ସଠିକ୍ ଉପାୟ ଓ ପ୍ରତିକାର କରିବରେ ସେ ଅସଫଳ ରହେ। ତହୁଁ ନିଜର ଧୈର୍ଯ୍ୟର ବନ୍ଧ ଭୁଶୁଡ଼ି ପଡିବା ଉତ୍ତାରୁ ସେ ନିମ୍ନଗା, ନିମ୍ନକୁ ଗତି କରେ। ଏତେବେଳେ ଭୂଲିଯାଏ ନିଜର ନୈତିକ ମୂଲ୍ୟବୋଧ ଓ ମଣିଷ ପଣିଆ। ଚୌର୍ଯ୍ୟ ପରି ବୃତ୍ତିକୁ ଦରକାର ପଡ଼ିଲେ ଆପଣେଇ ନେବାକୁ ମଧ୍ଯ ସେ ପଛଘୁଞ୍ଚା ଦିଏ ନାହିଁ। ପରିଣତି କ’ଣ ହେବ? – ତା’ ପ୍ରତି ତା’ର ଭୃକ୍ଷେପ ରହେ ନାହିଁ। ମାତ୍ର୍ ଦୁରାଚାର ଓ ଦୁଷ୍କର୍ମର ପରିଣତିଟା ଯେ ଭୟାନକ ତା ପାଇଁ ସେ ସଚେତନ ହୋଇ ପାରେ ନାହିଁ। ଯଦିବା ସଚେତନ କେବେ ହୁଏ, ସେତେବେଳକୁ ପ୍ରାୟତଃ ତା’ ର ପାଦ ଦୁଇଟା ତଳକୁ ଖସି ସାରିଥାଏ। ଥରେ ପଙ୍କ ଭିତରେ ଗୋଡ ପଶିଗଲେ ଆଉ ସେଠୁ ଉଧୁରିବା ସହଜପ୍ରଦ ହୁଏ ନାହିଁ। କର୍ଦ୍ଦମାକ୍ତ ଓ ପଙ୍କିଳ ଶରୀର ସେତେବେଳକୁ କାଳିଆ ବିଲିବିଲା ହୋଇ ସାରିଥାଏ। ତହୁଁ ଘୃଣା ଓ ଅପବାଦ ଶେଷ ପୁଞ୍ଜି ହୋଇ ରହିଯାଏ। ଏପରି କିଛି ଚରିତ୍ରର କଳା କାରନାମା ଆମ କଲୋନୀର ଠିକ୍ ଆମ ଘର ପଛ ପଟେ ଚାଲିଥାଏ। ଆମେ କେହି କେବେ ସେଥିସକାଶେ ଅବଗତ ନଥିଲୁ। ସେଦିନ ପୁଲିସ ଆସି ଗୋଟା ଗୋଟା ସମସ୍ତଙ୍କୁ ଆରେଷ୍ଟ କଲାରୁ କଥା ପଦାକୁ ଆସିଲା ।ଆମ୍ଭମାନେ ବିସ୍ମିତ ଓ ଚକିତ ହେବାକୁ ବାଧ୍ୟ।

ବାପା ଦୀନନାଥ ବରା ପିଆଜି ବିକି ସଂସାର ଚଳାଏ। ଜୀବନର ଶେଷ ଆଡକୁ ଭୀଷଣ ଦୁରାରୋଗ୍ୟ ବ୍ୟାଧିରେ ଆକ୍ରାନ୍ତ ହୋଇ ଗଭୀର ଦୁଃଖ ଓ ପରିତାପରେ ଶେଷ ନିଶ୍ଵାସ ତ୍ୟାଗ କଲେ। ଘରେ ସ୍ତ୍ରୀ ଅନ୍ଧ। ବହୁ ଦିନ ପୂର୍ବେ ଏକ ଦୁର୍ଘଟଣାଗ୍ରସ୍ତ ହୋଇ ଆଖି ଦୁଇଟିକୁ ହରାଇ ବସି ଥିଲେ। ଆଉ ଘରକୁ ଯାହା ରହିଲେ ଦୁଇଟି ବଢ଼ିଲା କୁଢିଲା ଝିଅ ।ଏତେ ଦରିଦ୍ରତା ଭିତରେ ମଧ୍ଯ ପାଠ ଦୁଇ ଅକ୍ଷର ପଢ଼ିଛନ୍ତି। ବାହାର ଦୁନିଆର ଭଲ ମନ୍ଦ ବୁଝିଲେଣି। ଆପଣା ଦାରିଦ୍ର୍ଯ ଦୁରୀକରଣ ପାଇଁ ବହୁ କଳ କୌଶଳ କଲେଣି। ହେଲେ ସବୁଥିରେ ଫେଲ୍। ଶତ ଚେଷ୍ଟା ସତ୍ତ୍ୱେ ବଦଳେଇ ପାରିନାହାଁନ୍ତି ନିଜ ଭାଗ୍ୟ। କେତେ ଧିକ୍କାର କରିଛନ୍ତି ନିଜକୁ। ମନେ ମନେ ଗାଳି ବର୍ଷିଛନ୍ତି ଭଗବାନଙ୍କୁ। ତଥାପି କର୍ମ ସଂସ୍ଥାନଟେ ଖୋଜି ପାଇ ପାରିନାହାଁନ୍ତି – ସେମାନେ।
ସକାଳୁ ସଞ୍ଜ ଯାଏଁ ପେଟ ପୋଷିବାର ଚିନ୍ତାରେ ଦୁଇ ଭଉଣୀଯାକ ଗୁମୁରି ହେଉଥାନ୍ତି। କେଣେ କିଛି ବାଟ ନପାଇ ସନ୍ଧ୍ୟା ହେଲେ ମୁଣ୍ଡରେ ହାତ ଦେଇ ଘର ଆଗରେ ବସି ପଡ଼ନ୍ତି।
ଘଟଣା କ୍ରମେ ଶେଷରେ ଚାରିଆଡ଼େ ସେମାନେ ବୁଲି ଲାଗିଲେ। ଧୀରେ ଧୀରେ ବାହାର ଦୁନିଆରେ ହଜିବାକୁ ଲାଗିଲେ। ଫଳରେ ଆପେ ଆପେ କିଛି ଅସାମାଜିକ ଲୋକଙ୍କ ସହ ସେମାନଙ୍କର ସଂସର୍ଗ ବଢିବାକୁ ଲାଗିଲା। ପେଟ ଚାଖଣ୍ଡକ ଓ ନିଜର ରୋଗୀଣା ମାଆର ଡାକ୍ତରୀ ମଇନା ପାଇଁ ଅର୍ଥର ଘୋର ଅଭାବ ହେଉଥାଏ।

ତେଣୁ ଅନୀତି ଦୁର୍ନୀତି ରାଇଜରେ ପାଦ ଥାପି ଦେଲେ।
ପ୍ରଥମେ ପ୍ରଥମେ ମନସ୍ତାପ ହେଉଥିଲା। ଏବେ ଦେହ ସୁହା ହୋଇଗଲାଣି। ସେଥିରେ ସେମାନେ ଖୁସ୍। କ୍ଲବ ଯା’ନ୍ତି, ମଦୁଆ ବାରରେ ନାଚନ୍ତି, ନିଶାରେ ବୟ ଫ୍ରେଣ୍ଡ୍ ସହିତ ଝୁମନ୍ତି। ଘରେ ଆଉ ଅଭାବ ରହେ ନାହିଁ। ବେଶ୍ ଭୂଷା ଓ ପରିପାଟି ସମ୍ପୂର୍ଣ୍ଣ ବଦଳି ଗଲାଣି।
ଅପରାଧୀ ଦୁନିଆର ବାଦଶାହା ଏଇଟିକୁ ସୁରକ୍ଷିତ ଜାଗା ମନେ କରଥାନ୍ତି, ତେଣୁ ରାତିରେ ତାଙ୍କ ଘରେ ଜାଲି ନୋଟ୍ (counterfeit note) ଛପାଯାଏ ।ପୁରୁଷ ପାର୍ଟନରମାନେ ଅଛନ୍ତି ବିତରଣ ହୋଇଯାଏ। ଦିନ ସାରା ଘରେ ଚୁପ୍ ଚାପ୍ ରହନ୍ତି। ବାହାରକୁ ଘଟଣାଟା ପରିପ୍ରକାଶ ହୁଏ ନାହିଁ।
ଅବଶ୍ଯ ରାତ୍ରିରେ ମେସିନର ଖଡଖାଡ ଶବ୍ଦରେ କାହାରି କେମିତି ମନରେ ସନ୍ଦେହ ଉପୁଜିଲାଣି। ତହୁଁ ଘଟଣାଟି ପ୍ରଘଟ ହୋଇ ପୁଲିସ କାନକୁ ବି ଗଲାଣି। ଏବେ ପୁଲିସର ସ୍କାନରରେ – ସେମାନେ। ସେମାନଙ୍କ ଗତିବିଧି ଉପରେ ପୁଲିସ ନଜର ରଖୁଥାଏ। ସେପଟେ ଜାଲ ନୋଟ୍ କାରବାର ସହରରେ ରୋକିବାକୁ ପୁଲିସ ବିଫଳ ହେଉଥାଏ। ଜାଲ୍ ନୋଟ୍ କାରବାରିଙ୍କ କିଛି (ଠୋସ୍ ସବୁତ) ପକ୍କା ପ୍ରମାଣ ପୁଲିସ ହାତକୁ ଲାଗି ପାରୁ ନଥାଏ।
ସେଦିନ ଯୋଗକୁ ଗୋଟେ ଜାଲ ନୋଟ୍ କାରବାରୀ ଧରା ପଡିଯିବାରୁ କଥାଟା ପଦାକୁ ଆସିଲା। ପୁଲିସ ଚଢାଉ କାଲାରୁ ସତ କଥାଟା ଜଣାପଡ଼ିଲା।
ଏବେ ଦୁଇ ଭଉଣୀଯାକ ଜେଲରେ ଚକି ପେଶୁଛନ୍ତି। ଘରେ ଅନ୍ଧ ମାଆ ନିରାଶ୍ରୟ ଜନଟା ଦୁଃଖ କଷ୍ଟରେ କାଳାତିପାତ କରୁଛି। ଅପରାଧୀ ଦୁନିଆର ସାଥୀ ସହଯୋଗୀ କେହି ସାଥ ଦେଲେ ନାହିଁ, ସବୁ ଅଣ୍ଡରଗ୍ରାଉଣ୍ଡ ହୋଇ ଗଲେ। ଏବେ ପିଠିରେ ପଡିବାକୁ କେହି ନାହିଁ। “ଯଥା ପୂର୍ବଂ ତଥା ପରଂ “। ଭାଗ୍ୟ ଭଗବାନଙ୍କ ଖେଳ ବୁଝିବା ସତରେ ବଡ଼ ବିଚିତ୍ର ଓ ଦୁରୂହ ବ୍ୟାପାର। କେତେବେଳେ କେଉଁ ଖେଳ ଛାର ମାନବ କାହୁଁ ବୁଝିବ ତା’ର ଭେଦ?
ଦରିଦ୍ରତା କେମିତି ମଣିଷକୁ ବିପଥଗାମୀ କରିଥାଏ ତାହାର ଜ୍ୱଳନ୍ତ ଉଦାହରଣ-ଏଇମାନେ। ତେବେ କ’ଣ ଅଭାବେ ସ୍ଵଭାବ ନଷ୍ଟ???

ଅଭାବରେ ପଡ଼ି ନର ଛଟପଟ

ବିପଥଗାମୀନୀ ଜନ

ସ୍ଵଭାବ କି ତା’ର ଅଭାବରେ ନଷ୍ଟ

ଏ କି କଳି କାଳ ମନ….

Related posts

ଭୋଦେଇ ଖରା

satya

ମୁଁ ବିଧବା କହୁଛି

satya

ଆମ ଗାଁ କ୍ଲବ୍ ପିଲା

satya

Leave a Comment

Login

X

Register