Satya Prakash
ପ୍ରବନ୍ଧ

ଆତ୍ମ ପ୍ରତ୍ୟୟ ନା ଆତ୍ମଶ୍ଲାଘା

ଅପ୍ରାପ୍ତି ଜନକ ହତାଶାରେ ସଢ଼ୁଥିବା, ଯୁବବନ୍ଧୁମନାନଙ୍କ ପାଇଁ ଖାସ୍ କରି ମୋର ମାତ୍ର କେଇ ପଦ କଥା। ଦେଶର ଅଗ୍ରଗତି ହେଉ ବା ଅର୍ଥନୈତିକ ବିକାଶ ଅବା ପୁଣି ସାମାଜିକ ପରିବର୍ତ୍ତନ – ସବୁ କିଛି ସମ୍ଭବ। ହେଲେ ଆମର ଆତ୍ମ ଚିନ୍ତନ ଓ ଆତ୍ମ ପ୍ରତ୍ୟୟଟା ହିଁ – ସବୁଠୁଁ ବଡ଼। ତେଣିକି ତୁମେ ମାନ କି ନ ମାନ- ତୁମ ପାଇଁ ଆମେ କିନ୍ତୁ ବଡ଼ ଚିନ୍ତିତ। ସମୟର ଉପରାନ୍ତେ ବୟସର ଆଧିକ୍ୟ ହୋଇପାରେ ଆମ ବ୍ୟସ୍ତତାର- କାରଣ। କିନ୍ତୁ ତୁମକୁ ପରାମର୍ଶ ଅବା ପରାଭାବ ଦେବା- ନୂହେଁ ଆମ ଉଦ୍ଦେଶ୍ୟ। ଆମେ ହୋଇପାରୁ ମହାତ୍ମା ଗାନ୍ଧି ପରି ପ୍ରଜ୍ଞା ପ୍ରଣୋଦିତ ଚେତନାର ପ୍ରତୀକ ଅବା ବୟସ୍କ ପ୍ରାଣର ଉଶ୍ୱାସ। ହେଲେ କିନ୍ତୁ ଆମେ ଶୀଥିଳ। ଆମେ ସିନା ଆଜି ବୃଦ୍ଧ, ସ୍ଥବିର, ଚିନ୍ତା ଚେତନାଶୂନ୍ୟ, ନିରୁଦବେଗ। ହେଲେ ତୁମେ – ତୁମେ ପରା ସୁବାଷ ବୋଷୀୟ ଚିନ୍ତା ଧାରାରେ ଉଦବୁଦ୍ଧ। ତୁମ ଭିତରେ ମୁଁ ଦେଖିଛି ଯୁବ ସୁଲଭ ସମସ୍ତ ଉଦ୍ଦାମତା ଆଉ ଯେତେ ସବୁ ପାରିବାର ପଣିଆ – ହନୁମାନୀ ଶକ୍ତି। ମୁଁ ଦେଖିଛି ତୁମଠିଁ ଆଗ୍ନେୟ ଗିରିର ଲୁକକାୟିତ ଲାଭାପ୍ରାୟ ପ୍ରଚଣ୍ଡ ପ୍ରତିଭା। ବାସ୍ତବରେ ତୁମ ଯୁବ ଉନ୍ମାଦନା ଖାଲି ବିସ୍ମୟକର ନୂହେଁ, ଚିର ଅବିସ୍ମରଣୀୟ। ମୁଁ ତେଣୁ ଆଶ୍ଚର୍ଯ୍ୟ ଚକିତ ହେବା ନିହାତି ଅସ୍ଵଭାବିକ ନୂହେଁ – ପରନ୍ତୁ ସ୍ୱାଭାବିକ।ହେଲେ ତୁମେ, ତୁମ ଭିତରେ ସେହି ଭରସିଲା ପଣଟାକୁ ଖାଲି ଖୋଜି କି ପାଇଲେ ହେଲା। ଏକା ଲମ୍ଫକେ ସମୁଦ୍ର ଅତିକ୍ରମ କରିଯିବାର ଦୁଃସାହସ, କ୍ଷଣକେ ଗିରି ଲଂଘି ଅନତିକ୍ରମଣୀୟ ରାସ୍ତା ପାରି ହୋଇଯିବାର ଅଦମ୍ଯ ସାହସ ସବୁ କିଛି ପରା – ତୁମର, ଗୋଟା ପୁଣି ତୁମର। ତୁମେ କିଆଁ ପାରିବ ନାହିଁ, ପାରିବ ନାହିଁ – କହି, ଆଜି ନାହିଁ ନାହିଁ କାରର ମନ୍ତ୍ର ଜପ? ନିଜ ଉପରେ ନିଜର ଭରସା ତୁଟ? ତୁମ ନିମ୍ନମନାର ନି ପାରିଲାପଣ ଦେଖି ମୋତେ କିନ୍ତୁ ଲାଗେ ଶକ୍ତ ଝଟକ୍କା। କ’ଣ ପାଇଁ ଓ କାହିଁକି ଏ ମାନସିକତା? କ’ ଣ ପାଇଁ ଅନ୍ଯ ଆଗେ କହି ନ ପାରିବାର ଅସମର୍ଥତା, ନିଭରସିଲାପଣ?? ଏ କି ସାମାଜିକ ବ୍ୟାଧି ଅବା ଅଭିଶାପ? ମୁଁ ତ କରେ ଏମନ୍ତ ବିଚାର ଆଉ ନିତ୍ଯ ନିୟମିତ  କରୁଥିବି ନୂଆ ନୂଆ ବିରଚନା। ତେଣିକି ଚାଲିବ ନିଶ୍ଚୟ ତର୍କ ବିତର୍କ, ନାନା ଆଲୋଚନା, ପର୍ଯ୍ୟାଲୋଚନା।କାରଣ ତୁମେ ଚାଲିଲା ବେଳେ  ଥରକୁ ଥର ଗୋଡକୁ ଗୋଡ଼ ବାଜି ଝୁଣ୍ଟ ,କଥା କୁହ ଥରଥର ଓଠରେ କେମିତି ଗୋଟେ ଅବଦମନ ସ୍ବରରେ। ପୁଣି ଯେତେବେଳେ ନ୍ୟୁନ ଭାବ ରଖି ମୁଣ୍ଡ ବାଳରେ ହାତ ବୁଲାଉ ଥାଅ, ଖନି ମାରି  ଯାଇଥାଏ ପାଟି ତୁମର – ମୋତେ ଭାରି କଷ୍ଟ ଲାଗେ, ବିଳୋପିତ ହୋଇ ଉଠେ ଅନ୍ତରାତ୍ମା। ଏ କି ସତେ ଆପଣାର ଦୋଷ ଦୁର୍ବଳତା – ନା ୟା’ରି ବାଟ ଦେଇ ଦାୟୀ ସେ ସମାଜ, ଯେଉଁଠୁ ତୁମେ ଫଳ ପୁଷ୍ପ ପାଇ ହୃଷ୍ଟପୃଷ୍ଟ ହୋଇ ପରିପୃଷ୍ଟ ହୋଇଛ? ମୁଁ କିନ୍ତୁ ଜାଣିଛି ତା’ ର ନିଗୂଢ ରହସ୍ୟ, ଗୁଣି ଗାରେଡ଼ି, ବିଛା ମନ୍ତ୍ର। ଗୁଣିଆ ହୋଇ ନେବି ଉଡାଇ, ଭୟର ଭାବନା ଭୂତ ନିଶ୍ଚେ ଯିବ ପଳାଇ। ହେଲେ ତୁମେ ଆଗ ନାସ୍ତିସୂଚକ ଚିନ୍ତା ଧାରା ଛାଡ଼ି ଆସ୍ଥା ରୋପଣ କର ହେ! ନିଜ ଶରୀ ମୂର୍ତ୍ତିକାରେ, ଅଙ୍କୁରୋଦଗମ ହେଉ ନିଜ ଚିତ୍ତ ବୃକ୍ଷର। ଦେଖିବ ସଫଳତାର ଚାବି ଯିବ ଛାଏଁ ଖୋଲି। ମୋ ଜୀବନର ଲକ୍ଷ୍ୟ ଖୋଜି ମୁଁ ପାଇ ନଥିବା ବେଳେ, ଅପ୍ରାପ୍ତି ଜନକ ହତାଶାରେ ସଢ଼ୁଥିବା ବେଳେ, ମୁଁ କିନ୍ତୁ ବୁଝିଛି ମଣିଷ କାହିଁକି ଏମିତି କ୍ଷଣ କ୍ଷଣକେ ଅଟକେ ଆଉ ଭଟକେ ।ମୁଁ ତେଣୁ ଚାହେଁ ତୁମର ଚେତନା ଆହୁରି ଚଟୂଳ ଅନୁଭୂତିରେ ପରିପୃଷ୍ଟ ହେଉ। ଗଭୀର ଆତ୍ମ ବିଶ୍ଵାସରେ ତୁମେ ହୁଅ ଜଗତଜିତା, ଲକ୍ଷ୍ଯ ତୁମର ସୁନିର୍ଦ୍ଦିଷ୍ଟ ଓ ସୁନିଶ୍ଚିତ ହେଉ, ମନରେ ଦୃଢତା ଓ ନିଶ୍ଚୟତା  ସୃଷ୍ଟି ହେଉ , ଜୀବନରେ ତୁମର ପରିପୂର୍ଣ୍ଣତା ଆସୁ। ହେଲେ ଦେଶର  ଅଗ୍ରଗତିର ତୁମର ଯୋଗଦାନ ପରିପନ୍ଥୀ ନ ହୋଇ ଅନୁକୂଳ ହେଉ।ଦେଶବାସୀଙ୍କର ତୁମ ଉପରେ ଥିବା ଅଖଣ୍ଡ ବିଶ୍ବାସ  ସେ ଅତୁଟ ରହୁ। ତେଣୁ ହେ ମୋର ଯୁବଗୋଷ୍ଠୀ! ମୋ ସଖା! ମୋ ସହୋଦର! ମୋ ପ୍ରାଣର! ମୋ ଦୋଷର! ମୋର ସବୁଠୁଁ ପ୍ରିୟ!!! ତୁମ ଉପରେ ମୋର ତୁଟିନି ଭରସା। ତୁମେ ଚାହିଁଲେ ସବୁ ସମ୍ଭବ। ହେଲେ ନିଜ ଉପରେ ନିଜର ଭରସା ଖାଲି ରହିଲେ ହେଲା। ଆତ୍ମ ପ୍ରତ୍ୟୟଟା ଯେଣୁ ସବୁଠୁଁ ବଡ଼ ।ଏହା ଆତ୍ମଶ୍ଲାଘା ନୁହେଁ, ଆତ୍ମ ପ୍ରତ୍ୟୟଟି ଜାଣ ।ତେଣୁ ହତୋତ୍ସାହିତ ନହୋଇ ଖାଲି ପାରିବି ପାରିବି କହି ଗାଇ ଯାଅ ଜୀବନର  ମହାବେଦ….. ଏହିଟିକି ସଫଳତାର ମହାମନ୍ତ୍ର…

Related posts

ସମ୍ପର୍କର ଇସ୍ତାହାର

satya

ଲକ୍ଷ୍ଯ

satya

ଜୀବନ ଏକ ସଂଘାତ ଓ ସଂଘର୍ଷ

satya

7 comments

satya 15th August 2018 at 3:24 pm

Beautiful

Reply
EnvytaLyfe 28th September 2018 at 6:47 pm

Excellent post. I was checking continuously this blog and I am impressed!
Very useful information particularly the last part
🙂 I care for such information a lot. I was seeking this particular info for a long time.
Thank you and good luck. http://flower-pot.co.kr/index.php?mid=board_nJHC66&document_srl=729808

Reply
PaltroxRx Male Enhancement 29th September 2018 at 11:17 am

I seldom comment, but after reading a great deal of comments on this page ଆତ୍ମ ପ୍ରତ୍ୟୟ ନା ଆତ୍ମଶ୍ଲାଘା – Satya Prakash.
I do have a couple of questions for you if you do
not mind. Could it be just me or do some of these responses look like they are left by brain dead visitors?
😛 And, if you are writing at additional social sites,
I’d like to keep up with everything fresh you have to post.
Would you list of the complete urls of your social community pages like your Facebook page,
twitter feed, or linkedin profile? http://raunitschke.eu/index.php?title=Male_Enhancements_Right_Before_Sex

Reply
PaltroxRx Male Enhancement 29th September 2018 at 11:17 am

I seldom comment, but after reading a great deal of comments on this page
ଆତ୍ମ ପ୍ରତ୍ୟୟ ନା ଆତ୍ମଶ୍ଲାଘା – Satya Prakash.

I do have a couple of questions for you if you do not mind.
Could it be just me or do some of these responses look like they are left by brain dead visitors?
😛 And, if you are writing at additional social sites, I’d like to keep up with everything
fresh you have to post. Would you list of the complete urls of
your social community pages like your Facebook page, twitter feed, or linkedin profile? http://raunitschke.eu/index.php?title=Male_Enhancements_Right_Before_Sex

Reply
PaltroxT 29th September 2018 at 12:33 pm

Wow, amazing blog layout! How long have you been blogging for?

you made blogging look easy. The overall look of your site is wonderful,
let alone the content! http://italentos.com.br/wiki/index.php?title=Natural_Penis_Enhancement_-_Learn_The_Benefits_First

Reply
are online casinos safe 3rd October 2018 at 7:04 am

Amazing! Its truly remarkable piece of writing, I have got much clear idea on the
topic of from this paragraph. http://www.arakhne.org/redirect.php?url=http://spinecenters.com/__media__/js/netsoltrademark.php?d=918.network%2Fdownloads%2F90-rollex11

Reply
driving privileges 4th April 2023 at 12:34 pm

Hi there, yup this post is really nice and I have
learned lot of things from it concerning blogging. thanks.

Also visit my blog – driving privileges

Reply

Leave a Comment

Login

X

Register