Satya Prakash
କବିତା

ଆହେ ମହାବାହୁ

ଆହେ ମହାବାହୁ!
—-by ସତ୍ୟ ପ୍ରକାଶ ସେଠୀ
ଆହେ ମହାବାହୁ କାଳିଆର ଭୁଜ
କାହିଁକି ଏମିତି ହେଉ
ଭଲେ ମନ୍ଦେ ମୋର ହେଉ ନାହୁଁ ସାହା
ଦେଖାଉଛୁ ଭାରି ଭାଉ।। 1
ମୁଁ କିନ୍ତୁ ବିପଦେ ପଡ଼ିଛି ବୋଲିଣ
ଡାକୁଛି ତୋତେ ତ ରହି
ତୋର କିନ୍ତୁ ଦେଖେ ଗୁମାନ ଭାରି ସେ
ଘାଲେଇ ପଡୁଛୁ ଶୋଇ।। 2
ଏ କି ବନ୍ଧୁ ପ୍ରୀତି ଦେଖି ନାହିଁ କାହିଁ
ଦେଖୁଛି ତୋଠେଇଁ ଖାଲି
ବନ୍ଧୁ ହୋଇଥିଲେ ବନ୍ଧୁ ପାଇଁ କେହି
ଏମିତି ନଥାନ୍ତା କରି।। 3
ତୁଇ ଦଗାଦିଆ ମୁରଲୀ ବାଦକ
ମୁଁ ସେ କଥାଟି ତ ଜାଣି
ତଥାପି କାହିଁକି ଭରସି ତୋତେ ମୁଁ
ରହିଛି କେଜାଣି ଚାହିଁ।। 4
ଡାକୁଛି ଶତତଃ ଉପାୟ ନପାଇ
କଷଣ ସହୁଛି ବୋଲି
ତୁମେ କିନ୍ତୁ ଗୋଡ ଲମ୍ବେଇ ଦେଉଛ
ଦୁଃଖ ଭାଗ ଦେଖି ଅତି।। 5
ଅନାଥକୁ ସାହା ଦୁଃଖୀ ଜନେ ଆହା
ଏ କି ନୂହେଁ ତୁମ ନୀତି
ପାରୁନି ତୁମକୁ ଯମାରୁ ମୁଁ ବୁଝି
କେମିତି ପଶିବି କତି?

Related posts

ପୋଖରୀ ଓ ତଟିନୀ

satya

କଥା Talk

satya

କୁମାର ପୂର୍ଣ୍ଣିମା

satya

Leave a Comment

Login

X

Register