Satya Prakash
Uncategorised କବିତା

ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର

ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର
—–by ସତ୍ୟ ପ୍ରକାଶ ସେଠୀ
ମହାକାଶେ ଶକ୍ତି ବୃଦ୍ଧି ଯେ ହୋଇଲା
ଭାରତ ଗୌରବାନ୍ୱିତ
ବୈଜ୍ଞାନିକ ଆମ କଲେ ଉଦ୍ଭାବନ
ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର।। 1
ସାରା ବିଶ୍ୱେ ଆଜି ଚହଳ ପଡ଼ିଛି
ସାଧନାରେ ସିଦ୍ଧି ସାଧି
ଦେଶ ଆଗେଇଛି ବିକାଶର ତଣ୍ଟି
ପାରିବନି କେହି ରୋଧୀ।।2
ଆମ ବୈଜ୍ଞାନିକ ବିଜ୍ଞାନର କ୍ଷେତ୍ରେ
ପ୍ରସିଦ୍ଧି ଲଭିଛି ଆଜି
ବିଶ୍ୱକୁ ବଳିବେ ନିଶ୍ଚୟ ତ ଦିନେ
ନିଜକୁ ଲଗାଇ ବାଜି।। 3
ଧନ୍ୟ ଏ ଦେଶର ବୈଜ୍ଞାନିକ ତୁମେ
ବଧାଇ ଜଣାଏ ତୁମେ
ଆହୁରି ଆଗକୁ ଦେଖିବ ତ ବିଶ୍ଵ
କୁଶଳୀ କେତେ ଯେ ଆମେ।। 4
ଶତୃ ପକ୍ଷ ତୁମେ କରନି ସାହସ
କରିବାକୁ କିଛି କ୍ଷତି
ଆମେ ଆଜି ପରା ବିକାଶର ପଥେ
କରିଅଛୁ ଅଗ୍ରଗତି।। 0

Related posts

ମୁଁ କାଁ ଭଲ ପାଏ

satya

କେହି ଦେଲେ ନାହିଁ ମୂଲ

satya

ପଶୁ ଓ ମଣିଷ

satya

Leave a Comment

Login

X

Register