Satya Prakash
ଗଳ୍ପ

ଏକ ଆଧ୍ୟତ୍ମିକ ଦ୍ୟୋତନା

ଟେରୁ ସରଳ ତରଳ ପିଲାଟିଏ। ମଣିଷ କୂଳରେ ତା’ର ଜନ୍ମ୍। ବହୁ ଲୋକଙ୍କ ପରି ତା’ ମନରେ ମଧ୍ଯ ପ୍ରଶ୍ନ। ସୃଷ୍ଟିର ରହସ୍ୟକୁ ନେଇ କିଛିଟା ଅନୁସନ୍ଧିତ୍ସୁ । ମନରେ କୌତୁହଳ, ଜାଣିବାର ଇଚ୍ଛା, ଉତ୍ସାହ ଓ ଉଦ୍ଦୀପନା। ଚିର କାଳ ମଣିଷ ସମାଜ ରହସ୍ୟ ଉନ୍ମୋଚନରେ ବ୍ରତୀ। ତହୁଁ ବା କେମିତି ସେ ବାଦ ପଡନ୍ତା । ଶୁଣେ – ସମସ୍ତେ ଭଗବାନଙ୍କ ବିଷୟରେ, କ’ଣ ଏଣୁ ତେଣୁ କୁହାକୁହି ହୁଅନ୍ତି। ଶୁଣି ଶୁଣି – ତା’ ମନରେ ଉତ୍କଣ୍ଠା। ଚିତ୍ତ ଜିଜ୍ଞାସୁ। ଖୋଜି ହୁଏ। ହେଲେ କେଉଁଠୁ ପାଇବ ଏଡ଼େ ବଡ଼ ପ୍ରଶ୍ନର ସବୁତକ ଉତ୍ତର? ଖୋଜିଲେ ବା ମିଳି ଯାଉଥାନ୍ତା କି? ପ୍ରଶ୍ନିଳ ହେଲା ମନ ।ଚିତ୍ତରେ ଉଦ୍ ବେଳନ। କିଏ କହେ – ସେ ଅଛନ୍ତି ସ୍ଵର୍ଗରେ। ଆଉ ପୁଣି କିଏ କହେ – ଏକାନ୍ତ ନିରୋଳାରେ, ବହଳ ଅନ୍ଧକାରର ଗହଳ ପଟଳରେ, ଗହନ ବନ ପ୍ରାନ୍ତରର ଅନ୍ତିମ ପ୍ରଦେଶରେ ବା ପର୍ବତର ସୁଉଚ୍ଚ ଶିଖରରେ। ସତର୍କବାଣୀ – ଏଥିପାଇଁ ଦରକାର ଅସୀମ ଧୈର୍ଯ୍ୟ, ଅନେକ ତ୍ୟାଗ ଓ କଠୋର ତପସ୍ୟା। ମନେ ମନେ ସାହସ ବାନ୍ଧିଲା। କିଛିଟା ପରୀକ୍ଷା ନିରୀକ୍ଷା ଓ ଖୋଜା ଖୋଜିର ବେପାର। ଫଳ – ଅକୃତକାର୍ଯ୍ୟ। ହତାଶା ପୁଞ୍ଜି ।ଅଶ୍ରୁ ନୈବେଦ୍ୟ ।ଶେଷକୁ ନିଜକୁ ବାଢେ କେଇ ଗୋଟି ପ୍ରଶ୍ନ-ଏହା କି ସମ୍ଭବ? ବିଷର୍ଣ୍ଣତାରେ ଛାଇ ହେଇ ଯାଉଥିବା ନୀରବତା ମଧ୍ୟରେ – ଏକ ସ୍ଵର ସ୍ପନ୍ଦନ। ହୃଦୟର ନିଭୃତ କକ୍ଷରୁ – ଶୁଭା ଗଲା, ଯାହା ଅସ୍ପଷ୍ଟ ଓ କିଛିଟା ଅବ୍ୟକ୍ତ। କିନ୍ତୁ ବେଶ୍ ଗୁରୁ ଗମ୍ଭୀର ସ୍ଵର। ଧୀର ଅଥଚ ଦୃଢ ଉଦ୍ଘୋଷାଣ ମନରେ ଏକ ସ୍ଥିର ନିଶ୍ଚୟତା ସୃଷ୍ଟି କରୁଥିଲା। ମନ କ୍ରମଶଃ ହାଲୁକା ହେବାକୁ ଲାଗୁଥିଲା। ମନରେ ଏକ ନୂଆ ରକମର ଶିହରଣ ଦେହର ଶିରା ପ୍ରଶିରାକୁ ଥରାଇ ଦେବାକୁ ଲାଗୁଥାଏ। ଟିକିଏ ଧୀର ସ୍ଥିର ହୋଇ ବେଶ୍ ସୂକ୍ଷ୍ମ ଅନୁନିବେଶ ପୂର୍ବକ କାନ ଡେରି ଶୁଣିବାର ପ୍ରୟାସ। ଶୁଭା ଗଲା କେହି କହୁଥିବାର – ମୋତେ ଖୋଜି କ’ଣ ପାଇବ? ମୁଁ ସବୁରି ହୃଦୟରେ ସ୍ଥିତ। ହୃଦୟ ହେଉଛି ମୋର ବାସ ସ୍ଥଳୀ।ଧ୍ୟାନସ୍ଥ ରୁଷି ପରି ଏକାଗ୍ର ଚିତ୍ତରେ ଖୋଜିଲେ ହୁଏତ ବା ତୁମେ ମୋର ସ୍ଥିତି ଉପଲବ୍ଧି କରି ପାର। ତେବେ ମୋତେ ଖୋଜିବାର କୋଣସି ଆବଶ୍ୟକତା ନାହିଁ। ଠିକଣା ସମୟରେ ମୁଁ ସ୍ଵୟଂ ଆତ୍ମ ପ୍ରକଟ କରିଥାଏ। ଏଥିପାଇଁ କୌଣସି ଆବାହନୀ ସଙ୍ଗୀତର ଆବଶ୍ୟକତା ହୋଇନଥାଏ। କାରଣ ସମୟର ଅବ୍ୟବହିତ ପୂର୍ବରୁ ମୁଁ କିଛି କରେ ନାହିଁ। ସମୟ ଉପରାନ୍ତେ ଯାହା କିଛି ସମ୍ଭବ। ସମୟ ସ୍ଵୟଂ କ୍ରିୟାଶୀଳ। ସମୟର ଆୟତ୍ତାଧୀନ-ସମସ୍ତେ,, କୀଟ ପତଙ୍ଗ ଠାରୁ ନଦ ନଦୀ, ପାହାଡ଼ ପର୍ବତ – ସବୁକିଛି। ସମସ୍ତେ କାଳ ଦ୍ଵାରା କବଳିତ। ସମୟ ସହିତ ତାଳ ଦେଇ ଗତି କରିବାକୁ ମଣିଷ ବାଧ୍ୟ। ସେଥିରୁ ବିଚ୍ୟୁତ ହେଲେ ବ୍ୟତିକ୍ରମ ପରିଲକ୍ଷିତ। ତେଣିକି ଅନ୍ୟ ସବୁ ଏମିତି ଭାବିଲେ – ଠିକ୍ ଠାକ୍। ମଣିଷ ପାଇଁ ବାଧା ବନ୍ଧନ ସ୍ୱାଭାବିକ। ଏଥିପାଇଁ ଉଦବିଘ୍ନତା ଶୋଭନୀୟ ନୁହେଁ। ବରଂ ନୀରବଚ୍ଛିନ୍ନ ଭାବେ କର୍ତ୍ତବ୍ୟ କରିଯିବା ବାଞ୍ଛନୀୟ । ବିଡମ୍ବନା ଏକ ସ୍ଵଭାବିକ ପ୍ରକ୍ରିୟା। ବ୍ୟସ୍ତତା ସ୍ପୃହଣୀୟ ନୁହେଁ। ଯାହା ଔଚିତ୍ଯ ତାହା ମଧ୍ୟ କରଣୀୟ। ବିବେକାନନ୍ଦନୁମୋଦିତ ସମସ୍ତ କର୍ମ ସୁକର୍ମ। ଯାହା ବିବେକ ଅନୁମତି ଦିଏ ନାହିଁ ତାହା ହିଁ କେବଳ କୁକର୍ମ ବା ଅପକର୍ମ। ସେପରି କର୍ମ ସଦା ସର୍ବଦା ପରିତେଜ୍ୟ। ଏପରି କର୍ମ କରିବା ଉଚିତ୍ ଯେଉଁଥିରେ ମନରେ ଅନୁଶୋଚନା ରହେ ନାହିଁ, ଚିତ୍ତ ପ୍ରସନ୍ନ ରହେ, ସୁଖ ଓ ଶାନ୍ତି ମିଳେ। ଅଯଥା କାର୍ଯ୍ୟ ପରିହର। ଦୁଃଖ ଓ ସୁଖ ଜୀବନ ଚକ୍ରର ଗୋଟେ ଗୋଟେ ହିସା। ତା’ ପାଇଁ ଚିତ୍ତ ଚାଞ୍ଚଲ୍ଯତାର କୌଣସି କାରଣ ନାହିଁ। ଜୀବନ ଗତିଶୀଳ। ଗତି ତା’ ର ଅଚଞ୍ଚଳ ଓ ଅନିର୍ବାଯ୍ଯ। ତା ‘ଗତି ଚକ୍ରରେ ସବୁ କିଛି ଘୂର୍ଣ୍ଣାୟମାନ, ଆମେ ସମସ୍ତେ ଘୂରିବାକୁ ବାଧ୍ୟ, ନିଜ ନିଜ କକ୍ଷରେ, ସେହି ଗତି ଚକ୍ରର  ଚକ୍ରରେ।

Related posts

ପାଗଳ

satya

ଶୀତଳ ତୁଣ୍ଡି

satya

ଦୀପୁ ବି କହୁଥିଲା

satya

Leave a Comment

Login

X

Register