Satya Prakash
Uncategorised କବିତା

କ’ଣ ହେଲା କି ହୋ!

ନିର୍ବାଚନ ବେଳେ ଭେଳିକି ଦେଖିବା
ଦେଖାଇବେ ନେତା ବାଗେ
ମନ ଲୋଭା କଥା କହିଣ ତୋଷିବେ
ଜନତାଙ୍କ ମନ ବେଗେ।। 1
“ହାତୀ ନେ’ ଘୋଡା ନେ” କହି କୁହାଇବେ
“ମୋ ପେଁ କାଳୀ ବଜାଇ ଦେ
ଭଳି ଯିବା ଆମେ ଭଳି ଯିବେ ସର୍ବେ
କହିବ ମନ” ଭୋଟ ଦେ”।। 2
ହେଲେ ନିର୍ବାଚନ ବେଳ ସରିଗଲେ
ସେ ମାରିବେ ଛୁ ମନ୍ତର
ଗୋଡାଇ ଗୋଡାଇ ଯାଉଥିବା ଆମେ
ତଡ଼ି ଆସୁଥିବେ ଖର।। 3
କହିବେ କଥାଟି କରି ବଡ଼ ସରୁ
କାମଟି କିନ୍ତୁ ଯେ ଗଡେ
ଏହି ପରି ଯାଏ ପାଞ୍ଚ ବର୍ଷ କାଳ
ପ୍ରତିଶ୍ରୁତି ବନ୍ଧା ପଡ଼େ।। 4
ଏଥର ପଡ଼ିଛି ଆମ ହାତେ ଅଡା
ନେତାଙ୍କୁ ଦେବା ଯେ ପାନେ
ପଚାରି ବସିବା” କଣ ହେଲା କି ହୋ!”
ଯାହା କହିଥିଲ କାନେ।। 0

Related posts

ବାବୁ ଚୋର

satya

ଜୀବନ ଗଣିତ ବହି jibana ganita bahi

satya

ମୁଖବନ୍ଧ

satya

Leave a Comment

Login

X

Register