Satya Prakash
Uncategorised

କାନ୍ତକବି ଲକ୍ଷ୍ମୀକାନ୍ତ

କାନ୍ତକବି ଲଷ୍ମୀକାନ୍ତ
ଭିନ୍ନ ଏକ ପ୍ରତିଭା
——-By ସତ୍ୟ ପ୍ରକାଶ ସେଠି
ଭଦ୍ରକ ମାଟି ହେଉଛି କଳା ସଂସ୍କୃତିର ମାଟି। ଯେଉଁଠି ଯାତ୍ରା ସାମ୍ରାଜ୍ୟର ସମ୍ରାଟ ଶ୍ୟାମ ସୁନ୍ଦର ମହାପାତ୍ର ଓ ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପରି ମହାନ କଳାକାରଙ୍କ ଜନ୍ମ ।ପୁଣି ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ପରି ପ୍ରବୀଣ ରାଜନୀତିଜ୍ଞ ନେତାଙ୍କର ଯେଉଁଠି ଅଭ୍ୟୁଦୟ ହୋଇଥିଲା ସେ ମାଟି ହେଉଛି ଭଦ୍ରକ ମାଟି।ଏଇଠି ପୁଣି ଆଧ୍ୟାତ୍ମିତ ଚିତ୍ତବୃତ୍ତିର ଉତ୍ତରଣ ନିମନ୍ତେ ରହିଛି ପ୍ରାଚୀନ ଶକ୍ତିପୀଠ ଭଦ୍ରକାଳି ମହାମାୟୀ ଯୋଗମାୟା ମାଆ କାଳୀଙ୍କର ମନ୍ଦିର ଓ ଆରଡିରେ ଆରଡ଼ି ଅଧୀଶ୍ଵର ପ୍ରାଚୀନ ଶୈବପୀଠ ଅଖଣ୍ଡଳମଣି ମନ୍ଦିର।ପୁଣି ସାହିତ୍ୟ ଜଗତର ତାରକା ସଦୃଶ କାନ୍ତକବି ଲଷ୍ମୀକାନ୍ତଙ୍କର ଜନ୍ମ ଭୂଇଁଟି ଏହି ସେଇ ମାଟିଟି ନାଁ’ଟି ଯାହାର ଭଦ୍ରକ ମା’ଟି।ପୁଣି ମହୋଦାଧି ମଧୁ ହିଲ୍ଲୋଳ ସେବିତ ପୁଣ୍ୟତୋୟା ଉତ୍କଳର ଜାତି ଓ ଜାତୀୟତାର ପର୍ବ ପାଳନ ଅବସରରେ ଯେଉଁ ନାଁଟି ସର୍ବାଗ୍ରେ ମନେପଡେ ସେଇ ନାଁ’ଟି ହେଉଛି ଲଷ୍ମୀକାନ୍ତ ,ଯାହାଙ୍କ ଜୀବନର ଉତିବୃତ୍ତ ଓ ଚରିତକୁ ବୁଝିବା ପାଇଁ ଏ ମନପ୍ରାଣ ଖୁବ ଉତ୍ସାହିତ।
କାନ୍ତକବିଙ୍କ ଗାଁ ତାଳ ତମାଳ ଘେରା ଉପାନ୍ତ ଅଞ୍ଚଳ ତାଙ୍କଗାଁ।ସେଇଠି ରହିଛି ନୁଆଁଣିଆ ଛାତ ତଳେ ତାଙ୍କ ନାଁ,ଯେଉଁଠି ଏନ୍ତୁଡ଼ି ଶାଳାରୁ ପ୍ରଥମ କରି ଶୁଭିଥିଲା ତାଙ୍କ କୁଆଁ।ଏ ହେଉଛନ୍ତି ସେଇ କାନ୍ତକବି ଯାହାଙ୍କ ସଶକ୍ତ ଲେଖନୀ ଚାଳନାରେ ସେଦିନ ଏଡେବଡ଼ ସାମାର୍ଯ୍ୟର ଅଧୀଶ୍ଵର ଇଂରେଜ ସରକାର ମଧ୍ୟ ଭୀତତ୍ରସ୍ତ ହୋଇ ତ୍ରାହି ତ୍ରାହି ଡାକିଥିଲେ।ଉଗ୍ର ଜାତୀୟତା ବୋଧର ସେ ଜନକ।ଯାହାଙ୍କ ଲେଖନୀରେ ସ୍ପଷ୍ଟ ବାରି ହୋଇ ପଡୁଥାଏ ଜାତୀୟତବୋଧର ଉଦ୍ଦାମ ସଙ୍ଗୀତ।ସେଇ କାନ୍ତକବିଙ୍କର ମାଟି ଭଦ୍ରକର ମାଟି ସଦା ସର୍ବଦା କଳା, ସାହିତ୍ୟ, ସଂସ୍କୃତି ପ୍ରତି ଉତ୍ସର୍ଗୀକୃତ ରହି ଆସିଛି। ଏଠାରେ ପ୍ରତିଭାର ଅଭାବ ନଥିଲେ ହେଁ ଉପଯୁକ୍ତ ସୁବିଧା ସୁଯୋଗର ଅଭାବବୋଧ କାରଣରୁ ବହୁ ପ୍ରତିଭାଧରଙ୍କର ପ୍ରତିଭାର ସଠିକ ଭାବେ ବିକଶିତ ହୋଇପାରେନା। ତେଣୁ ଏଇ ଭଦ୍ରକ ମାଟିର ସେହି ଲୁକ୍କାୟିତ ପ୍ରତିଭାମାନଙ୍କର ଅନ୍ତର୍ନିହିତ କଳାକୁ ସମସ୍ତଙ୍କ ନିକଟରେ ପରିଚିତ କରାଇବା ପାଇଁ ଆଜି ପ୍ରୟାସ ଜାରି ହୋଇଛି।ହେଲେ କାନ୍ତ କବିଙ୍କର ଶାରୀରିକ ବିକୃତି ଥିଲେ ହେଁ ମୁଖ ମଣ୍ଡଳରେ ଅପରୂପ କାନ୍ତି ଓ ସୁନ୍ଦର ସୁଠାମ ଠାଣି ସମ୍ପୂର୍ଣ୍ଣ ଭିନ୍ନ, ଭିନ୍ନ ଏକ ବ୍ୟକ୍ତିତ୍ୱ ଗଢି ତୋଳିବା ପାଇଁ ଯଥେଷ୍ଟ।
ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡି ବ୍ଲକ ଅଧିନସ୍ଥ ତାଳପଦା ତାଙ୍କ ଗାଁ ଯାହା ଦିନେ କକିକତା ପ୍ରେସିଡେନସି ଅଧୀନରେ ଥିଲା।ଏହି ଯୋଗଜନ୍ମଙ୍କର ପିତା ଜମିଦାର ଚୌଧରି ଭାଗବତ ପ୍ରସାଦ ମହାପାତ୍ର ଯିଏ କି ବିହର ଓ ଓଡିଶା ବିଧାନ ପରିଷଦର ଚାରିଚାରି ଥର ସଦସ୍ୟ ଥିଲେ ଏବଂ ଉପ ବାଚସ୍ପତି ପରି ଗୁରୁ ଦାୟିତ୍ୱ ମଧ୍ୟ ବହନ କରିଥିଲେ।ମାତା ରାଧାମଣୀ ଜଣେ ପତିବ୍ରତା ଧର୍ମପରାୟନ ମହିୟସୀ ମହିଳା ଥିଲେ।ଏହି ପଥିତ ଯଶା ଙ୍କର ଜନ୍ମ 1888 ମସିହା ଡିସେମ୍ବର9 ତାରିଖରେ ହୋଇଥିଲା ବେଳେ ସେ ଇହଲୀଳା ସମ୍ବରଣ କରିଥିଲେ24 ସେପ୍ଟେମ୍ଵର1953 ମସିହାରେ।ଲଷ୍ମୀକାନ୍ତଙ୍କର ଶୈକ୍ଷଣିକ ଜିବନ ପ୍ରାୟତଃ ବାଲେଶ୍ଵରଠାରେ ମାମୁ ଘରେ କଟିଥିଲା।ପରେ ଉଚ୍ଚ ଶିକ୍ଷା ପାଇଁ ତାଙ୍କୁ କଲିକତା ଯିବାକୁ ପଡିଥିଲା, ଯେଉଁଠି ସେ kolakat’s pion college ରୁ ସେ ଇଣ୍ଟରମିଡିଏଟେ ଶିକ୍ଷା ସନପାନ କରିଥିଲେ।ଶେଷରେ କଟକ ରେଭେନସା ମହାବିଦ୍ୟାଳୟରୁ ଗ୍ରାଜୁଏସନ ଶିକ୍ଷା ଆହରଣ କରିଥିଲେ।
ପିଲାଟି ଦିନରୁ ସେ ଜଣେ ନାଟୁଆ।ନାଚ କୀର୍ତ୍ତନ କରିବା ତାଙ୍କର ଅଭ୍ୟାସ।ସଙ୍ଗୀତ ଦୁନିଆରେ ତାଙ୍କର ରୁଚି।ସେଇଥିପାଇଁ ପରା ବାଦ୍ୟଯନ୍ତ୍ରରେ ସେ ଜଣେ ଧୁରିଣ ବ୍ୟକ୍ତିତ୍ବ।ସଂଗୀତ କଳାରେ ନିପୁଣ।ନାଟ ତାମସା ଦେଖିବାକୁ ସେ ଭଲ ପାଉଥିଲେ ।ନିଜେ ତ ନାଟୁଆ। ତେଣୁ ଗଢ଼ିଥିଲେ”ଗୋପୀନାଥ ନାଟ୍ୟ ସମାଜ”।କର୍ଣ୍ଣ, କଳାପାହାଡ଼, ଚନ୍ଦ୍ରାହାସ ତାଙ୍କର ନାଟ୍ୟାକୃତି।ଅନେକ ତାଙ୍କର ସହିତ୍ୟକୃତି, ଯେଉଁଥିରେ ବ୍ୟଙ୍ଗ ବିଦ୍ରୁପର ସମାହାର ଦେଖିବାକୁ ମିଳେ।ପୁଣି ଉଗ୍ର ଜାତୀୟତା ବୋଧର ସ୍ମାରକୀ ହେଉଛି ତାଙ୍କ ଲେଖନୀର ସ୍ୱତନ୍ତ୍ର ଆଲେଖ୍ୟ।
ସେ ବି ଜଣେଔପନ୍ୟାସିକ, ଯାହାଙ୍କର କୃତି “କଣା ମାମୁଁ”।ସେ ପୁଣି ଗାଳ୍ପିକ ଯାହାଙ୍କର ସୃଷ୍ଟି ବୁଢା ଶଂଖରୀ।ବୁଢ଼ା ଶଂଖରୀ ଏପରି ଏକ ଗଳ୍ପ ଯାହାର ଚିରନ୍ତନି ଆବେଗ ଜନମାନସକୁ ଚିରଦିନ ପାଇଁ ଆନ୍ଦୋଳିତ କରି ରଖିଥିବ।ପୁରାଣ ଓ ପୋୖରାଣୀକତାକୁ ନେଇ ସେ ପୁଣି ରଚନା କରନ୍ତି ବସନ୍ତ ବିଳାସ, ବରୁଣ ବିଜୟ, କାଳୀୟ ଦଳନ, ବ୍ରଜ ବଡ଼ଜେନା, ବେଶ ବଦଳା।ଶିଶୁମାନଙ୍କୁ ସେ ଭଲ ପାଉଥିଲେ।ସେଥିପାଇଁ ତ ଶିଶୁମାନଙ୍କ ପାଇଁ ସେ ଲେଖିଥିଲେ-ଚିଡ଼ିଆ ଖାନା, ଧର୍ମା ସଙ୍ଗୀତ, ବାଲିଚର,ସୁନପୁଅ ଏବଂ ମୋ ଦେଶ।ପ୍ରବନ୍ଧ କ୍ଷେତ୍ରରେ ମଧ୍ୟ ତାଙ୍କ ଦକ୍ଷତା ବେଶ ପ୍ରାଣୀଧନଯୋଗ୍ୟ ସେଗୁଡିକ ହେଲା-କୈଶୋରର ସ୍ବପ୍ନ, ଯୌବନ ପଥେ, ନିଭୃତ ନ8ଶିଥେ ଏବଂ ଜୀବନ୍ତ ମରଣ।
ହେଲେ କବିତା ହେଉଛି ତାଙ୍କ ଜୀବନର ଅନ୍ତଃ ସ୍ୱର।ତେଣୁ ସେ କାନ୍ତ କବି।କାନ୍ତକବି ଜଣେ ମୁଖ୍ୟତଃ କବି।କବିତା ଲିଖନରେ ସେ ଜଣେ ପ୍ରବୀଣ ଓ ଧୁରିଣ ବ୍ୟକ୍ତିତ୍ବ।ତାଙ୍କ କବିତା ଗୁଡିକ ଛନ୍ଦବଦ୍ଧ,ଯହିଁରେ ଗୀତିମୟତା ଓ ଆବେଗିକ ଭାବଧାରା ଉଛୁଳି ଉଠେ ।ଅନେକ ତାଙ୍କର ସୃଷ୍ଟି ଓ କୃତି ସେଇ ସବୁ ସୃଷ୍ଟି ସମ୍ଭାର ମଧ୍ୟରୁ”ବନ୍ଦେ ଉତ୍କଳ ଜନନୀ ତାଙ୍କର ଅନନ୍ୟ କୃତି।ଏହି ସଂଗୀତଟି ଆଜି ଓଡ଼ିଶାର ଜାତୀୟ ସଙ୍ଗୀତ ରୂପେ ମାନ୍ୟତା ପାଇଛି।ଯାହାକୁ ଗାନ ମାତ୍ରକେ ଜାତୀୟତବୋଧର ଉଦ୍ରେକ ହୋଇଥାଏ।ଜାତି ଓ ଜାତୀୟତାର ଉଛଳ ଜଳଧି ତରଙ୍ଗ ମନ ମଧ୍ୟରେ ତରଙ୍ଗାୟିତ ହୋଇଉଠେ।ଏହା ସେ1912 ମସିହାରେ ରଚନା କରିଥିଲେ, ଯାହା ଉତ୍କଳ ସମିଳନୀ ବାଲେଶ୍ୱର ଅଧିବେଶନ ରେ ପ୍ରଥମେ ଗାନ କରାଯାଇଥିଲା।ତାଙ୍କର ଅନ୍ୟ ଏକ ଲୋକ ପ୍ରିୟ ସଙ୍ଗୀତ ହେଲା-କୋଟି କୋଟି କଣ୍ଠେ ଆଜି, ଉଡାଏ ନିଶାନ ବଜାଇ ଭେରୀ।
ତାଙ୍କ ଲେଖନୀ ମଧ୍ୟରୁ ପ୍ରାୟତଃ ଦଶ ଖଣ୍ଡ ପିସ୍ତକ ରୂପ ପରିଗ୍ରହଣ କରି ପାରିଛି।ପୁଣି ପତ୍ର ପତ୍ରିକା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ।ତାଙ୍କ ଦ୍ୱାରା ପ୍ରକାଶିତ”ଡଗର”ପତ୍ରିକା ଏ ଦିଗରେ ଉଲ୍ଲେଖନୀୟ।ଏହିଭଳି ଅବିସ୍ମରଣୀୟ ପ୍ରତିଭା ଯୁଗଯୁଗ ଧରି ଅମ୍ଳାନ ହୋଇ ରହିବେ।
ଜୟ ଉତ୍କଳ ଜନନୀ
-ଉପ ସହକାରୀ ନିବନ୍ଧକ
ସମବାୟ ସମିତି ସମୂହ
ଭଦ୍ରକ
ମୋ-୯୯୩୭୧୮୧୮୪୬

Related posts

ନୀରନା

satya

ନଭଶ୍ଚୁମ୍ବୀ

satya

ପବିତ୍ର ସମ୍ପର୍କ

satya

Leave a Comment

Login

X

Register