Satya Prakash
କବିତା

କୁମାର ପୂର୍ଣ୍ଣିମା

କୁମାର ପୂର୍ଣ୍ଣମୀ
—————–
ଶରଦ ପୂର୍ଣିମା ଫସଲ ଅମଳ
ଉତ୍ସବଟି ସର୍ବ କାଳେ
ବର୍ଷା ରୁତୁ ଶେଷେ ଆଶ୍ୱିନ ମାସରେ
ପୂର୍ଣିମା ତିଥିରେ ପାଳେ।। 0
କୁଆଁରୀ ଝିଅ ତ କୁମାର ସକାଶେ
ଉପବାସ ବ୍ରତ ମତେ
ସୁନ୍ଦର କୁମାର ମିଳିବ ଯେ ଭାଗ୍ୟେ
ମନରେ ଆଶ ଯେ କେତେ।। 1

ଖଇ ଛେନାରେ ତ ଗୋଲ ମୁହଁ ଆଙ୍କି
ବନ୍ଦାପନା ଥାଳି ଧରେ
ସତେକି ଜହ୍ନଟି ପରାଏ ମୁହଁଟି
ହେବା ବିଶ୍ବାସଟି ଭରେ।।


ସୂର୍ଯ୍ୟ ଉଦୟଠୁଁ ସୂର୍ଯ୍ୟ ଅସ୍ତ ଯାଏଁ
ଏହି ଓଷା ରଖା ଯାଏ
ତୁଳସୀ ଚଉଁରା ମୂଳରେ ବସିଣ
ସୂର୍ଯ୍ୟଙ୍କୁ ଅର୍ଘ୍ୟ ଯେ ଦିଏ। 2
ରବି ଆଗମନେ ସିନ୍ଦୁରା ଫାଟିଲେ
କୁଆଁରୀ ଗଣ ତ ସିଏ
ସାତ ଫଳ ରଖି ବାଉଁଶ କୁହ୍ଲାରେ
ସୂର୍ଯ୍ୟଙ୍କ ଟେକି ତ ଦିଏ। 3
ରାତିରେ ସଭିଏଁ ଖେଳ କୁଦ ନାଚ
କରନ୍ତି କୁମାରୀ ମିଳି
ଗାଆନ୍ତି ଗୀତ ଯେ ବଉଳ ବେଣୀ ଲୋ
ପକାଇଣ ହୁଳହୁଳି ।। 4
ଚାନ୍ଦ ଭଳି ଗୋଲ ସୁନ୍ଦୁରିଆ ବର
ପ୍ରାପ୍ତି କାମନା କରିଣ
ଅବା କାର୍ତ୍ତିକେୟ ପରା ରୂପ କାନ୍ତି
ଇଛନ୍ତି କାମିନୀ ଗଣ।। 5
ରାତ୍ରିରେ ତେଣୁ ତ ଚାନ୍ଦ ବନ୍ଦାପନା
ଲାଗି ରାତ୍ରି ଉଜାଗର
ଏ ପରା ନିଆରା ଓଡ଼ିଆ ପରବ
ଖୁସି କୁଆଁରୀ ମନର ।।6
By ସତ୍ୟ ପ୍ରକାଶ ସେଠୀ

 

Related posts

ମନ କାତି

satya

ବନ୍ୟା ବିଭୀଷିକା kerala flood

satya

ଅହରହ ହଁ ନା ସ୍ଥିତି

satya

Leave a Comment

Login

X

Register