Satya Prakash
Uncategorised

ଦୟାଳୁ ରୋଷେୟା

ଦୟାଳୁ ରୋଷେୟା
By ସତ୍ୟ ପ୍ରକାଶ ସେଠୀ
ଭଦ୍ରକ। ଭଦ୍ରକ ସହର ଏକ ଭିନ୍ନ୍ ସହର, ଯେଉଁଠି ଅନେକ ପୁଣ୍ଯାତ୍ମା ବସବାସ କରନ୍ତି। ଏଠାକାର ଲୋକେ ଭାରି ଧର୍ମାଳୁ। ଧାର୍ମିକ ଭାବନା ଏମାନଙ୍କର ଟିକେ ବେଶୀ । ତେଣୁ ଅନେକ ଧର୍ମାନୁଷ୍ଠାନ ଏଠି ଗଢି ଉଠିଛି।ଧର୍ମାନୁଷ୍ଠାନ କଥା କହିଲେ ଲୋକେ ଆଗ ଆଗଭର।ତେଣୁ ସବୁ କାମ ଛାଡି ସେଇଠିକୁ ଆଗ ଧସେଇ ପଶିବେ।
ମୁନା ବାବୁ ଆମ କଲୋନୀର ଲୋକ। ଭାରି ଧର୍ମ ପରାୟଣ ଓ ବିଚାରବନ୍ତ ଲୋକ। ପ୍ରତିବର୍ଷ ସେ କିଛି ନା କିଛି ଧାର୍ମିକ କାର୍ଯ୍ୟକ୍ରମ ମାନ କରିଥାନ୍ତି। ଏ ବର୍ଷ ସେହି ପରି ଏକ ବିରାଟ କାର୍ଯ୍ୟକ୍ରମ କରିଥାନ୍ତି। ଅନେକ ଆଡୁ ଅନେକ ନିମନ୍ତ୍ରିତ ହୋଇ ଅତିଥି ଆସିଥାନ୍ତି। ଖିଆ ପିଆର ମଧ୍ଯ ବ୍ୟାପକ ପ୍ରସ୍ତୁତି। ଯାହା ହେଲେ ବି ଏତେ ଆଡୁ ଏତେ ଲୋକ ଆସୁଛନ୍ତି, ସେମାନେ ସମସ୍ତେ ପ୍ରସାଦ ସେବନ ଟିକିଏ ନ କଲେ ଚଳିବ କି? ତେଣୁ ଖନ୍ଦା ଅହରହ ବସିଥାଏ। ରକମ ରକମ କି କେତେ ରକମର ଜିନିଷ ସବୁ ରନ୍ଧା ହେଲାଣି। ବହୁ ପ୍ରକାର ଖାଦ୍ୟ ସମାଗ୍ରୀ ତିଆରି ସରିଲାଣି। ଦେବାନେବା ବାଲା ମଧ୍ଯ ପ୍ରସ୍ତୁତ।
ଏଥର ଖାନା ପିନାର ମହାପର୍ବ ଆରମ୍ଭ ହେଲା। ଯେଣୁ ବହୁ ଲୋକଙ୍କର ସମାଗମ, ତେଣୁ ଖାଇବା ପିଇବା ବେଳେ ଭାରି ଭିଡ଼। ମୁନା ବାବୁ ମଧ୍ଯ ଭାରି ଭଦ୍ର ଲୋକ। ସବୁ ଲୋକଙ୍କୁ ବଡ଼ ଆଦର ଅଭ୍ୟର୍ଥନା କରୁଥାନ୍ତି। ଜଣି ଜଣିକା ସମସ୍ତଙ୍କୁ ପଚାରି ବୁଝୁଥାନ୍ତି-“ରୋଷେଇ କେମିତି ହୋଇଛି? ତିଅଣ ସୁସ୍ୱାଦୁ ହୋଇଛି କି ନାହିଁ?” ସମସ୍ତଙ୍କ ମୁହଁରେ ଭୂରି ଭୂରି ପ୍ରସଂଶା-“ହଁ ହଁ ସବୁ ଭଲ, ଖୁବ୍ ଟେଷ୍ଟୀ।” ଏକଥା ଶୁଣି ମୁନା ବାବୁଙ୍କ ମୁହଁରେ ଅନେକ ପ୍ରସନ୍ନତା। ମନେମନେ ଭାବୁଥାନ୍ତି – ଯାହା ହେଉ ଭୂରି ଭୋଜନଟି ଭଲ ହୋଇଛି, ଶ୍ରମ ସାର୍ଥକ ହେଲା। ଭଦ୍ରଲୋକମାନେ ଖାଇପିଇ ସନ୍ତୋଷରେ ଯାଉଛନ୍ତି। ଏହାକୁ ହିଁ କହନ୍ତି ପ୍ରକୃତରେ ପୁଣ୍ୟ।
ପ୍ରାୟତଃ ସେଇ ଏକା ପ୍ରକାରର ପ୍ରଶ୍ନ ନେଇ ସେ ମୋ ପାଖକୁ ଓ ମୋ ପାଖରେ ବସିଥିବା ରିଟାର୍ଡ ପ୍ରୋଫେସର ନାୟକଙ୍କ ପାଖକୁ ଆସିଲେ। ପ୍ର. ନାୟକ କହିଲେ – “କି କଥା କହୁଛନ୍ତି ସବୁ ଆଇଟମ୍ ନିଶ୍ଚିତ ଭାବେ ଭଲ ହୋଇଛି ମାନେ ବହୁତ ଭଲ”। ଏ କାଥରେ ଉତ଼୍ଫୁଲ୍ଲିତ ହୋଇଉଠି ମୁନା ବାବୁ କହିଲେ -” ହଁ ସାର୍! ଆପଣ ଆର ଥର ଭୋଜି ଖାଇଥିଲେ, କିନ୍ତୁ ଏ ଥର ଭୋଜି ନିଶ୍ଚୟ ଭିନ୍ନ। କାରଣ ଏ ରୋଷେୟା ପରା ଆମ ଗାଁର।
ପ୍ର. ନାୟକ କହିଲେ – ହଁ ନିଶ୍ଚୟ ଏ ରୋଷେଇରେ ଫରକ ରହିଛି। କାରଣ ଏ ରୋଷେୟା ହେଉଛି very kind hearted(ବହୁତ ଦୟାଳୁ) , who has not even given pain to his helper to put salt into curry(ଯିଏ କି ଏପରିକି ତା ସହକାରୀ ସହଯୋଗୀକୁ ତରକାରୀରେ ଟିକିଏ ଲୁଣ ପକାଇବାର କଷ୍ଟ କରିବାକୁ ମଧ୍ଯ ଦେଇ ନାହିଁ) . ଏ କଥା ଶୁଣି ମୁନା ବାବୁ କିଛି ବୁଝି ପାରିଲେ କି ନାହିଁ କେଜାଣି କିନ୍ତୁ କୁନ୍ଥା ହସଟିଏ ହସି ଦେଇ ଚୁପ ରହିଲେ ବା ଅନ୍ୟ କାମରେ କେଣେ ଚାଲି ଗଲେ। ଆହୁରି ଅନେକ ଅତିଥି ଆସୁଥାନ୍ତି, ତାଙ୍କ ଚର୍ଚ୍ଚାରେ ସେ ବ୍ୟାପୃତ ଥାଆନ୍ତି । ସବୁ ଅତିଥି ବିଦାୟ ନେଇ ଫେରିଲା ବେଳକୁ ଦିନ ଚାରି ବାଜି ଯାଇଥିଲା। ବନ୍ଧୁ ବାନ୍ଧବ ବି ଖାଇ ସାରିଲେଣି। ଏଥର ମୁନା ବାବୁ ନିଜେ ସବୁ ଆଇଟମ୍ ଟିକିଏ ନେଇ ଖାଇ ବସିଲେ। ସବୁଥିରୁ ଟିକିଏ ଟିକିଏ ପାଟିରେ ମାରୁ ମାରୁ ଥୁ ଥୁ କରି ଫିଙ୍ଗି ଦେଲେ ଆଉ ଯାହା ରହିଲା ଡସ୍ଟ ବିନ୍ ରେ ସବୁତକ ଫିଙ୍ଗି ଦେଇ ରୋଷରେ ଉଠିଲେ।
ଏତେବେଳକୁ ଖାଲି ତୁହାଇ ତୁହାଇ ତାଙ୍କ ମନରେ ପଡ଼ି ଯାଉଥାଏ ପ୍ର. ନାୟକଙ୍କ କଥା – “ହଁ ହଁ ଭଲ ହୋଇଛି, ଏ ରୋଷେଇରେ ଫରକ ଟିକିଏ ରହିଛି, କାରଣ ଏ ରୋଷେୟା ହେଉଛି very kind hearted who has not even given pain to his helper to put salt into the curry.” ଆହୁରି ଅତିଥି ମାନଙ୍କ reply ବା ଉତ୍ତରକୁ ସେ ମନେ ପକାଉ ଥାଆନ୍ତି – “ହଁ ହଁ ଖୁବ୍ ଭଲ ହୋଇଛି very tasty “. ଏ ଦୁଇଟା କଥାକୁ ସେ ମେଲେଇ ଦେଖୁଥାନ୍ତି ଓ ଭାବୁଥାନ୍ତି । ଏବେ ସେ ଭାବ ଗମ୍ଭିର ହୋଇ ପଡ଼ି ଗୁମ୍ ହୋଇ ବସି ପଡିଲେ।

Related posts

ପ୍ରଣବଦା

satya

A great get together and farewell ceremony of Pandit in my Tarago High school conducted under my anchoring and stage management of

satya

କ୍ଷୁଧା

satya

Leave a Comment

Login

X

Register