Satya Prakash
କବିତା

ପରାମର୍ଶ

ପରାମର୍ଶ
–by ସତ୍ୟ ପ୍ରକାଶ ସେଠୀ
ଆହେ ମୂଢଗଣ ଏଡିକି ନିର୍ବୋଧ
ଧୃଷ୍ଟତା କି ପାଇଁ କର
ଭାରତ ପରାଏ ଶକ୍ତି ସଙ୍ଗେ ଲଢ଼ି
ପରାଜିତ ହେବା ସାର।। 1
ବେଳ ଥାଉ ଥାଉ ହୁସିଆର ହୁଅ
ନୋହିଲେ ଧୂଳି ଚାଟିବ
ପରାଭବ ଗ୍ଲାନି ମୁଣ୍ଡେ ମୁଣ୍ଡାଇବ
ମୁଣ୍ଡ ନିଶ୍ଚେ ବଥାଇବ।। 2
ତୁମ ଦେଶବାସୀ ତୁମକୁ କହିବେ
ଭୀରୁ କାପୁରୁଷ ବୋଲି
ଆତଙ୍କବାଦୀଙ୍କୁ କରିଲେ ଆକଟ
ଯୁଦ୍ଧ ଯିବ ଆପେ ଟଳି।।3
ଆମେ ସାହିତ୍ୟିକ ସୁଦୂର ଭବିଷ୍ୟ
କହୁ ଆକଳନ କରି
ଆମ କଥାକୁ ତ ହାସ୍ୟ ମଣିଲେଟି
ଅନ୍ଧକାର ଯିବ ମାଡ଼ି।। 0

Related posts

ରାଜନୀତିବାଲା

satya

ଶାନ୍ତ୍ୱନା

satya

କୁମ୍ଭୀର ଓ ଗଜ

satya

Leave a Comment

Login

X

Register