Satya Prakash
କବିତା

ବିଚିତ୍ର ଭୂଇଁଟି

ଉଦ୍ୟାନଟି କି ସେ ବିଚିତ୍ର ଭୂଇଁଟି
ଯେଉଁଠି କି ଆତ୍ମ ତୃପ୍ତି
ମୋର ସେ କର୍ମଠ ଜୀବନର କ୍ଳାନ୍ତି
ଲଭେ ଭୂଲି ସେଠି ମୁକ୍ତି ।2
ବୃକ୍ଷ ହିଁ ତ ବନ୍ଧୁ ବୃକ୍ଷ ହିଁ ଜୀବନ
ତହୁଁ ପରା ସଂରଚନା
ବାଡ଼ି ଚାରିପଟେ ଏଡିକି ଉଦ୍ୟାନ
କେଡ଼େ ମନୋଲୋଭା ଆଭା। ।2
ଫୁରୁସତ୍ ଯେବେ ମିଳଇ ଟିକିଏ
ଧାଇଁ ଯାଏ ତା’ର କୋଳେ
ଆଦରରେ ନିଏ କୋଳକୁ ତ ଟାଣି
ସ୍ନେହ ଆଶ୍ଳେଷରେ ବାନ୍ଧେ।। 3
ସୁଲୁସୁଲୁ ବାଆ ବାଜୁଥାଏ ଦେହେ
ଫୁଲ ରାଣୀ ଗନ୍ଧ ବାହି
ଆହାକି ସୁଗନ୍ଧ ନାସିକା ଆଘ୍ରାଣ
ପ୍ରଫୁଲ୍ଲିତ ମନସ୍ଵିନୀ।। 4
ହିଲୋଳିତ ହିଆ ପୁଲକରେ ଭରା
ମୃଦୁ ମନ୍ଦ ସମୀରଣ
ମନରେ ପ୍ରଶାନ୍ତି ଆଶ୍ୱାସନା ବାରି
ବିଶ୍ଵାସୀ ଫେଡ଼େ କଷଣ।। 5
ସେଇଟି କି ପରା ଯୂଇ ଯାଇ ହେନା
ରଜନୀଗନ୍ଧାର ମହକ
ମାଳତୀ ମାଧବୀ କୁନ୍ଦ କଳିକାଟି
କନିଅର କରବୀର।। 6
ସେଇଟି ଭ୍ରମର ଗୁଣୁଗୁଣୁ ସ୍ବନେ
ମଧୁର ଗାନଟି ଗାଏ
ରୁପେଲି ଚଢେଇ ଏ ଡାଳୁ ସେ ଡାଳ
ନାଚି ଡେଉଁଥାଏ।। 7
ପ୍ରଜାପତି ଦଳ ରଙ୍ଗୀନ ପୋଷାକେ
ମନ ନେଉ ଥାଏ ଜାଣି
ଆହାକି ଶାନ୍ତ ସେ ସ୍ନିଗ୍ଧ ତା’ର ଭାବ
ମନେ ଦିଏ ଶାନ୍ତି ପଣି।। 8
ସେ ଉଦ୍ୟାନ ପରି ଶାନ୍ତି ସମାଗମ
ନାହିଁ କେଣେ କେଉଁ କୋଣେ
ଦୁଃଖ ଅବସାଦ ଥାଉ ଯେତେ ମନେ
ନିର୍ବାପିତ ତା’ଶରଣେ।। 9
ଦେଖି ନାହିଁ ପୁଣି ପୃଥିବୀ ନିକରେ
ଏମିତିକା ଭାବାବେଶ
ଯେଉଁଠି ପାଲଟେ ଦାର୍ଶନିକ କେହୁ
ମୁଁ ଯେ କବି ସାହିତ୍ୟିକ।। 10

Related posts

ଝିଣ୍ଟିକା ଓ ବଣି

satya

Cigarette

satya

ପୀଡ଼ା ହୟାନ୍ତକ

satya

Leave a Comment

Login

X

Register