Satya Prakash
କବିତା

ବିଶ୍ବାସଘାତକ ଦଳ

ଭାରତ ସେନାର ମନୋବଳ କେବେ
ନା ଥିଲା ନା ଅଛି କମି
ଯେତେ ତୁମେ କର ଛଳ କପଟଟି
ତୁମକୁ ମିଲୁନି ଭୂମି।। 1
ବିଶ୍ଵାସଘାତକ ଦଳ ପରା ତୁମେ
ତୁମକୁ ମିଳୁନି ମୁକ୍ତି
ଦେଶବାସୀ ଏବେ ତାତି ଉଠିଲେଣି
ତୁମକୁ ଦେବେ ଯେ ଶାସ୍ତି।। 2
ଧୈର୍ଯ୍ୟଚ୍ୟୁତି ଏବେ ଘଟିଲାଣି ପରା
ତୁମକୁ ପାରୁନି ସହି
ଅସହ୍ଯ ହେଲାଣି ଯନ୍ତ୍ରଣାଟି ଯେଣୁ
ତୁମକୁ ଦେବୁ ତ ବାହି।। 3
ଅପେକ୍ଷା କର ହେ ପଙ୍ଗପାଳ ଦଳ
ତୁମକୁ ଦେବୁ ଯେ ତଡ଼ି
ବିଶ୍ଵବାସୀ ନିଶ୍ଚେ ହୋଇବେ ଚକିତ
ଶୁଣିବେ ଯେବେ ସେ ରଡି।। 4
ଭାରତର ଶକ୍ତି ନପାରିଣ କଳି
କର କିଆଁ ଗଣ୍ଡଗୋଳ
ଖାଇବ ଢିପାଳୀ ବସିବ ପିଠିରେ
ଜାଣିବରେ ଭୀରୁଦଳ।। 0
By ସତ୍ୟ ପ୍ରକାଶ ସେଠୀ

Related posts

ଉପଦ୍ରବୀ

satya

ସମୂଦ୍ର

satya

ଯୋଗାଯୋଗ ଓ ସଂଯୋଗ

satya

Leave a Comment

Login

X

Register