Satya Prakash
Uncategorised

ବ୍ଯାଚଲର ପାର୍ଟି

ବେଚଲର ପାର୍ଟି
—-by Satya Prakash Sethy
ବେଚଲର ପାର୍ଟି ଆଉ ଟ୍ରିଟ ଦେବା ଗୋଟେ ବଡ଼ ଫେସନ ହୋଇଗଲାଣି ।ଜନ୍ମ ଦିନରେ ଟ୍ରିଟ ଦେବା ଯେପରି ସେହିପରି ବାହାଘର ପୂର୍ବରୁ ସାଙ୍ଗ ସାଥି ମାନଙ୍କୁ ବେଚଲର ପାର୍ଟି ଦେଇ ଆପ୍ୟାୟିତ କରିବା ଏକ ସୌକରେ ଏବେ ପରିଣତ । ଯେତେ ନୂଆ ନୂଆ ଉଦଭାବନ ଓ ଆବିଷ୍କାର ଚାଲିଛି, ସଂସ୍କୃତି ଓ ପରମ୍ପରାକୁ ନେଇ ମଧ୍ୟ ଅନେକ ପରୀକ୍ଷା ଓ ନିରୀକ୍ଷା ହେଉଛି। ସବୁ ନୂଆତକ ନୂଆ ପିଢ଼ି ପାଇଁ ନୂଆ ଉନ୍ମାଦନା ସାଜିଛି।
ମୋହନ ପାଠସାଠ ଢେର୍ ପଢିଛି, ଅଳ୍ପ ବହୁତ କି ଚାକିରି ଖଣ୍ଡେ ବି କରିଛି। ଦରିଦ୍ର ଘରର ପିଲା, ତେଣୁ ସୌଖ୍ୟ ବିଳାସ କଣ ଜାଣି ନ ଥିଲା। ଖାଲି ପାଠ ଆଉ ପାଠରେ ଚଷୁ କୁଟୁଥିଲା। ହେଲେ ଦି ପଇସା ଯେତେବେଳେ ହାତକୁ ଲାଗିଲା ଖୋଲି କି ଜୀବନକୁ ଜିଇଁବା ଆରମ୍ଭ କଲା। ଦିନେ କାଳେ ସେ କାହା ସାଙ୍ଗ ହୁଏ ନାହିଁ କି ସାଙ୍ଗ ମାନଙ୍କ ଗହଣରେ ସମୟ ବିତାଇବାକୁ ସମୟ ପାଏ ନାହିଁ। ଏବେ କିନ୍ତୁ ଚାକିରି ପାଇଲା ପରେ ସାଙ୍ଗ ମାନଙ୍କର ଭାରି ଆଦର। ବେକାରୀ ସାଙ୍ଗ ମାନଙ୍କର ଗହଳି। ତା ଚାରିପଟେ ଲଣ୍ଡଭଣ୍ଡ ବେଶ୍ ଲକ୍ଷ୍ୟ କରାଯାଉଚି। ଯେଉଁ ସାଙ୍ଗ ମାନେ ତାକୁ ପୁସ୍ତକ କିଟ କହି ତା ପାଖେ ମାଡୁ ନ ଥିଲେ, ଏବେ ସେମାନେ ତାକୁ ଦଣ୍ଡେ ଛାଡୁ ନାହାନ୍ତି ତ ନାହାନ୍ତି ଭଲ କି ଲୁଟୁଛନ୍ତି। ଚାକିରି feast, ବେକାରି feast, birth day ପାର୍ଟି ଆଦି କେତେ ପାର୍ଟି ଗଲାଣି ତଥାପି ସାଙ୍ଗ ମାନଙ୍କର ମନ ବୁଝୁନାହିଁ।ଟୋକା ବି ସେମାନଙ୍କ ତେଲିଆ କଥାକୁ ବୁଝି ପାରୁ ନାହିଁ ଫୁଲେଇ ହୋଇ ଓ ଦେଖେଇ ହୋଇ ଭଲ ଠକୁଛି।
ତେଣେ ପୁଅ ଖଣ୍ଡେ ପାଇବାରୁ ହାତକୁ ଦି ହାତ କରିବା ପାଇଁ ବାପା ମାଆ ଦୁଇ ଜଣ ଜୋହର୍ ସୋର୍ ଲାଗି ପଡ଼ିଛନ୍ତି, ବନ୍ଧୁ ବାନ୍ଧବ ଓ ପରିଜନ ବର୍ଗ ମଧ୍ଯ ବେଶ୍ ତତ୍ପରତା ଦେଖାଇଲେଣି। ଭଦ୍ରଲୋକ ମାନେ ବି ନାନା ଆଡୁ ନାନା ପ୍ରସ୍ତାବ ଧରି ଆସୁଛନ୍ତି। ବହୁ ବାଛବିଚାର ପରେ କନ୍ୟା ନିର୍ବାଚନ ହେଲା। କନିଆ ପ୍ରସ୍ତାବ କୋଉ ଗୋଟେ କି, ଗୋଟା ଗୋଟା କରି ତେରଟା ପ୍ରସ୍ତାବ ଦେଖା ସରିଲାଣି। ଶେଷରେ ମଦନପୁର ନିବାସୀ ଲଳନା କୁ ଦେଖି ଆଶିଷ ର ମନ ମାନିଲା।
ଝିଅଟି ଭାରି ରୂପବତୀ। ରୂପ ଯେମିତି ପାଠ ବି ସେମିତି। କୁଆଡେ ସେ ପରା ଆଶିଷ ଠାରୁ ବି ଅଧିକ ପଢିଛି। ହେଲେ ଚାକିରି କ୍ଷେତ୍ରରୁ ଆଶିଷ ଟିକିଏ ଅଧିକା ଥିବାରୁ ଏ ପ୍ରସ୍ତାବ ଚୂଡାନ୍ତ ରୂପ ରେଖ ନେଇ ପାରିଥିଲା। ତେଣୁ ଝିଅର ରୁପଗୁଣର ଚର୍ଚ୍ଚା ପାଖାଆଖ ଅଞ୍ଚଳରେ ଖୁବ୍ ଡେଙ୍ଗୁରା ବାଜୁଥିଲା। ଝିଅଟା ଟିକିଏ ଡେଙ୍ଗୀ, ବାଘନଖି, ବେଦନା ଦାନ୍ତି, ଘନ କେଶୀ, ଗୋରୀ ଚମଡ଼ି, ଖଣ୍ଡା ନାକୀ, ବାଙ୍କ ଚାହାଣୀ, ସରୁ କହି – ଭାରି ସୁନ୍ଦରୀ।

Part2 bachelor ପାର୍ଟି
By Satya Prakash Sethy
ଟୋକାର ପ୍ରଥମ ଦେଖାରେ ମନ ମାନିଗଲା ।ତାଙ୍କ ରୂପ ଯୌବନର ଚର୍ଚ୍ଚା ତ ସେ ଆଗରୁ ଶୁଣିଥିଲା, ତେଣୁ ବିମୋହିତ ହେଲା।ଦେଖାଚୁହାଁ ପରେ ଉଭୟ ବରପକ୍ଷ ଓ କନ୍ୟାପକ୍ଷ ଉକ୍ତ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଥିଲେ ହେଁ ବର ଓ କନ୍ୟାଙ୍କୁଠୁଁ କୌଣସି ସ୍ପଷ୍ଟୋକ୍ତି ମିଳିପାରି ନଥିଲା। ତେଣୁ ସେମାନଙ୍କୁ ମିଳାମିଶା ଓ କଥୋପକଥନ ପାଇଁ କିଛି ସମୟ ଏକାନ୍ତ ଛଡା ଯାଇଥିଲା। ଉଭୟ ଉଭୟଙ୍କ ସହ ଆଲୋଚନାରେ କିଛି ସମୟ ବ୍ୟାପୃତ ରହିଥିଲେ। ଆଲୋଚନାର ନିଷ୍କର୍ଷ ସକାରାତ୍ମକ ହୋଇଥିଲା। ଉଭୟ ଉଭୟଙ୍କୁ ଅଭ୍ୟାସ ଓ ବଦାଭ୍ୟାସ ସମ୍ପର୍କରେ ଖୋଲିକି ପଚାରିଥିଲେ। ଏପରିକି prelove ବା ବିବାହଘର ପୂର୍ବର ପ୍ରେମ ଓ ପ୍ରଣୟରେ ବ୍ୟାପୃତି ଓ ସମ୍ପୃକ୍ତିକୁ ନେଇ ମଧ୍ୟ ପରସ୍ପର ପରସ୍ପରକୁ କେଇଗୋଟି ପ୍ରଶ୍ନ ବାଢିଥିଲେ।
ଅନିନ୍ଦ୍ୟା ସୁନ୍ଦରୀ ଲଳନା ଦୀପ୍ତି ଯେତେବେଳେ କହିଥିଲା – “ମୋ ପଛରେ ଅନେକ ଟୋକା ଲାଇନ୍ ଲଗେଇ ଥିଲେ ହେଁ ମୋର କାହା ସହ (deep love) ଗାଢ଼ ପ୍ରେମ ହୋଇ ନାହିଁ, କିନ୍ତୁ ଆପଣଙ୍କର”? ଆଶିଷ କହିଥିଲା – ମୁଁ ସେମିତିକା ପୁଅ ନୁହଁ। ମୋର ପାଠ ବ୍ୟତୀତ କେଉଁଥିରେ କିଛି ବିଶେଷ ଚାଷ ନାହିଁ, ହେଲେ ତୁମ ପ୍ରତି ମୋର ଏକ ବିଶେଷ ଭାବଧାରା ଉଦ୍ରେକ ହୋଇଛି-ଏହା ସତ । ଯଦି କିଛି ନ ଭାବିବ, ତେବେ ସତ କହିବି- ତୁମ ସହ କଥାହେଲା ପରେ ମୋ ମନରେ ପ୍ରେମ ଫଲଗୁଧାରା ପ୍ରବାହିତ ହୋଇଛି ।ମନରେ କେମିତି ଗୋଟେ ଉଦ୍ବେଳନ ସ୍ରୁଷ୍ଟି ହେବା ସଙ୍ଗେସଙ୍ଗେ ଭାବାବେଗର ଘନଘନ ପରିବର୍ତ୍ତନ- ସ୍ପଷ୍ଟ ବାରି ହୋଇ ପଡୁଛି, ଯାହା ମୁଁ ଆଉ କେବେ କେଉଁବେଳେ ଅନୁଭବ କରି ନାହିଁ”।
ଏ କଥା ଶୁଣି ଦୀପ୍ତିରେଖା ଖିଲିଖିଲି ହସି ଉଠିଲେ ସିନା ହେଲେ ନିଜକୁ ସମ୍ଭାଳି ପାରିଲେ ନାହିଁ, ଅଗତ୍ୟା ହସି ହସି କହି ପକାଇଲେ-” ଏମିତିକା ସବୁ ପୁରୁଷମାନେ କହନ୍ତି ହେଲେ ସତରେ ଏହା ସତ ହୁଅନ୍ତା କି ।ମାତ୍ର ମଦ ଓ ନାରୀ ସହ ସମ୍ପୃକ୍ତି, ମୋର ଘୋର ବିରୋଧୀ। ଏ ଦୁଇଟା ଦୋଷ ତୁମର ନାହିଁ ତ”? ଆଶିଷ ଦେହ ନ ଛୁଇଁଲେ ମଧ୍ଯ କହିଲେ – “ତୁମ ଦେହ ଛୁଉଁଛି, କୌଣସି ଖରାପ ଅଭ୍ୟାସ ମୋର ଆଦୌ ନାହିଁ। ତୁମର ଯଦି ବିଶ୍ବାସ ହେଉ ନାହିଁ ମୋ ରାଣ ମୁଁ ନିଜେ ଖାଉଛି, ଯଦି ମିଛ କହୁଥିବି ମୁଁ ମରିଯିବି “। ଦୀପ୍ତିରେଖା କହିଲେ-” ନା… ନା… ସେମିତିକା କାଳ କଥା ସବୁ ପାଟିରେ ଧରନ୍ତି ନାହିଁ, ମୋ ରାଣ ତୁମେ ଏମିତିକା କଥା ଆଉ କେବେ ପାଟିରେ ଧରିବ ନାହିଁ”।ତା ପରଠୁଁ କିଛି କଥା ଓଠରେ ଓ ଆଉ କିଛି କଥା ତ ଆଖିରେ ପାରିଭାଷିତ ହେଉଥିଲା। ନିରବରେ ନିରବରେ ସବୁ ଚାଲିଥିଲା, ମନ ପୁଲକିତ ହେଉଥିଲା। ଆଶିଷ ପାଟିରେ ନଖ କାମୁଡୁ ଥିବା ବେଳେ, ଦୀପ୍ତି ରେଖା ପାଦର ନଖରେ ଚଟଣାକୁ ଉଖାଡୁଥିଲେ, କିନ୍ତୁ ସେମାନଙ୍କ ମନୋଭାବ ବେଶ୍ ପଢ଼ି ହେଉଥିଲା।
ତେବେ ଯାହା ବି ହେଉ ଆଲୋଚନା ବେଶ୍ ଆତ୍ମିକ ଥିଲା ଓ ପରସ୍ପରକୁ ଭଲ ଭାବେ ବୁଝିବା ପାଇଁ ଗୋଟେ ସୁଯୋଗ ଥିଲା। ଶେଷରେ ସେମାନେ ସହସ୍ଯ ବଦନରେ ଘରୁ ବାହାରିଥିଲେ ଓ ସ୍ମିତ ହସି ହଁ ସୂଚକ ହଁ କାର ଭରିଥିଲେ। ଏଣିକି ପ୍ରସ୍ତାବ ଚୂଡାନ୍ତ ହେଲା ଓ ଦିନ କାଳ ନିର୍ଣ୍ଣୟ କରି ବିବାହ ମହୁରତ ମଧ୍ଯ ଧାର୍ଯ୍ୟ କରାଗଲା।
Part bachelor party
ବିବାହ ସମ୍ପନ୍ନ ହେବା ଏକ କାଠିକର ବେପାର । ଏଥିରେ ବାରମ୍ବାର ନୂଆ ନୂଆ twist (ମୋଡ଼) ଆସିବା ଏକ ସ୍ୱାଭାବିକ ଘଟଣା। ଗୋଟିଏପକ୍ଷ ଅନ୍ୟପକ୍ଷର ଦୋଷଦୁର୍ବଳତା ବାଛି ପରସ୍ପରକୁ ନୀଚ୍ଚା ଦେଖାଇବାକୁ ଅହରହ ପ୍ରୟାସ ଜାରି ରଖିଥାନ୍ତି ।
Ego class ହେବା ବା ନିଜ ନିଜ ବଡ଼ପଣର ଜୟଗାନ କାରଣରୁ ଏ ସବୁ ଘଟିଥାଏ। ତଥାପି ତ ସମ୍ବନ୍ଧ ସ୍ଥାପିତ ହୋଇଥାଏ। ଗୁରୁଜନଙ୍କ ମଧ୍ୟରେ ଏ ଲଘୁ ବିଚାର ସଦାସର୍ବଦା ଚାଲିଥିଲା ବେଳେ କନ୍ୟା ଓ ବର ଉଭୟ ଉଭୟଙ୍କ ବିଷୟରେ ଅଧିକରୁ ଅଧିକ ସମ୍ବାଦ ସଂଗ୍ରହ କରିବାରେ ଲାଗିପଡିଥାନ୍ତି। ତଥ୍ଯ ଅନ୍ୟପ୍ରତି ଥିବା ଶଙ୍କା ଆଶଙ୍କାରୁ ନିଜକୁ ପରା ମୁକ୍ତି ଦେଇଥାଏ।
ଗୋଟେପଟେ ବିବାହ ପ୍ରସ୍ତାବକୁ ନେଇ ସମସ୍ତେ ତତ୍ପର ଥିବା ବେଳେ ଅନ୍ୟପଟରେ ବରକନ୍ୟା ନିଜ ଜୀବନର ଏହି ବଡ଼ ନିଷ୍ପତ୍ତିକୁ ନେଇ ବେଶ୍ ଉତ୍ସାହିତ ଥାନ୍ତି।
ତେବେ ଆଜିକାଲି ଆଧୁନିକ ଯୁଗରେ ମୋବଇଲ୍ ଜନ୍ତ୍ରର ଉଦ୍ଭାବନ ଫଳରେ ପରସ୍ପରକୁ ଫୋନ୍ ନମ୍ବର ଆଦାନ ପ୍ରଦାନ କରି ବିବାହ ପୂର୍ବରୁ ସମ୍ପର୍କରେ ଆସିଥାନ୍ତି ଓ ଉଭୟ ଉଭୟଙ୍କୁ ବୁଝିବାକୁ ଚେଷ୍ଟା କରିଥାନ୍ତି। ଏହା ମଝିରେ କେଉଁଠି କେମିତି କାହାର ଦୁର୍ବଳତା ପଦାରେ ପଡ଼ିଗଲେ ପରିଣତି ଭୟଙ୍କର ହେବାର ସମ୍ଭାବନା ମଧ୍ଯ ଥାଏ।
ଏମିତି ଏମିତି ସେମାନଙ୍କର ସମ୍ପର୍କ ଆଗକୁ ବଢ଼ୁଥାଏ। ସାଙ୍ଗମାନେ ମଧ୍ୟ ଚନ୍ଦେଇ ଖାଇବାକୁ ଭୁଲୁ ନ ଥାନ୍ତି।
ଦୀପ୍ତି ରେଖାଙ୍କର ରୂପରଙ୍ଗ , ଯୌବନ, ଗୁଣ କର୍ମ,, ଫୋନ୍ ମେସେଜ୍, ଫୋନ୍ କଲ୍ ଇତ୍ୟାଦିକୁ ନେଇ ସାଙ୍ଗମାନଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା କରିବାକୁ ଆଶିଷ କୁ ଭାରି ଭଲ ଲାଗୁଥାଏ। ତେଣୁ ସମୟ ସୁବିଧା ପାଇଲେ ସେ ସାଙ୍ଗମାନଙ୍କ ଗହଣକୁ ଚାଲିଯାଇ ସେଇ କଥାକୁ ନେଇ ଚର୍ଚ୍ଚା କରିବାକୁ ଭଲ ପାଉଥାଏ। ସାଙ୍ଗମାନେ ବି ତାହା ଉପରେ ଆଚ୍ଛାଖାସା ଟିପ୍ପଣୀ ରଖୁଥାନ୍ତି। ଆଶିଷଙ୍କର ୟା ପାଇଁ ଅତ୍ୟାଧିକ ଆଗ୍ରହ ଦେଖି କିଏ କେତେ ରକମର ତେରଛା ବାଣ ମାରିବାକୁ ମଧ୍ଯ ଭୁଲୁ ନ ଥାନ୍ତି। କିଏ ଖଟକା ବାଣ ମାରୁଥାଏ ତ କିଏ ଝଟକା ବାଣ, ଲଟକା ବାଣ, ତେଲିଆ ବାଣ, ଡରାଣ ବାଣ, ହଇରାଣ ବାଣ, ଫଟକା ବାଣ ଆଦି ତୀର ଛାଡୁଥାନ୍ତି। ଅର୍ଥାତ କଥାବାର୍ତ୍ତାରେ ବିଭିନ୍ନ ଭାବ ଭଙ୍ଗିମାରେ ବିଭିନ୍ନ ରସ ଭରୁଥାନ୍ତି। ଆଲୋଚନା ବେଶ୍ ଭାବ ଗମ୍ଭିର ଓ ରସଶିକ୍ତ ହେଉଥାଏ। ଏ ସବୁ ଆଶିଷର ମନ ବହଲାଇ ଦିଏ। ଆଉ କାହାର କିଛି ଲାଭ ହେଉ କି ନ ହେଉ ସାଙ୍ଗ ମାନଙ୍କର କିନ୍ତୁ ଫାଇଦା ହୁଏ। କାରଣ ସେମାନେ ଆଶିଷକୁ ପଟେଇ ଭୋଜି ଭାତର ଗଣ୍ଡେ ଆୟୋଜନ କରିବାକୁ ସକ୍ଷମ ହୋଇ ପାରନ୍ତି। ଏଇମିତି ଏଇମିତି କେତେଟା ଭୋଜି ଗଲାଣି। ଏବେ ଲଗ୍ନ ସରିଗଲାଣି ତେଣୁ ଶେଷ ବ୍ୟାଚଲର ପାର୍ଟି। ଯେମିତି ବାହାଘର ପୂର୍ବରୁ ଝିଅ ମାନଙ୍କର ସାଙ୍ଗ ଛଡା ପାର୍ଟି ଆଜିକାଲି ସଙ୍ଗୀତ ଓ ମହେନ୍ଦି ପାର୍ଟିରେ ପରିବର୍ତ୍ତିତ ସେଇପରି ପୁଅ ପିଲା ମାନେ ବିବାହ ପୂର୍ବରୁ କୁଆଡେ ବ୍ୟାଚଲର ପାର୍ଟି ଦେଉଛନ୍ତି। ତେଣୁ ଆଶିଷ କୁ ସାଙ୍ଗ ମାନେ କହିବାରୁ ପାର୍ଟିର ଆୟୋଜନ ହେଲା। ସାଙ୍ଗ ସାଥି ମାନଙ୍କ ସହ ବେଶ୍ ମଜାମସ୍ତି ହେଲା।
ଯେହେତୁ ଏହା ପରଠାରୁ ବାହାଘର ହୋଇଯିବ ଓ ଆଶିଷକୁ ସ୍ତ୍ରୀକୁ ଅଧିକ ସମୟ ଦେବାକୁ ହେବ, ତେଣୁ ଆଜି ଶେଷ ଥର ପାଇଁ ସାଙ୍ଗମାନଙ୍କ ସହ ଗୋଟେ ବିଶେଷ ମୁହୂର୍ତ୍ତ। ତେଣୁ ସାଙ୍ଗ ମାନେ କହି ଦେଉଥାନ୍ତି ଆଜି ଯାହା ସେମାନେ କହିବେ ଆଶିଷ ତାହା କରିବାକୁ ପଡ଼ିବ ଓ ମାନିବାକୁ ମଧ୍ୟ। ଏପରିକି ସାଙ୍ଗ ମାନେ ମୃଦୁ ପାନୀୟ ଗ୍ରହଣ କରିବାକୁ ଆଶିଷ ବାଧ୍ୟ କଲେ ଓ ଶତ ନାହିଁ ସତ୍ତ୍ୱେ ମଧ୍ଯ promise ପୂରଣ ପାଇଁ ଆଶିଷ କୁ କଥା ରଖିବାକୁ ହେଲା ସେ ମଦ ପିଇ ବାକୁ ବାଧ୍ୟ ହେଲା। ହେଲେ ଦିନେ କାଳେ ନିଶା ସେବନ କରି ନ ଥିବା ପିଲା ନିଶା ଖାଇ ଉନ୍ମତ୍ତ କାଣ୍ଡ ଘଟାଇଲା। ସାଙ୍ଗ ମାନେ ମଧ୍ୟ ମଦ ନିଶାରେ ଏକଦମ୍ ଚୁର୍। ଏତେବେଳେ ଦୀପ୍ତି ରେଖା କୁ ନେଇ କେହି କିଛି ଓଲାଟା ସୋଲଟା କହିବାରୁ ତୁମୁଳ କାଣ୍ଡ ଘଟିଗଲା।
ଘଟଣା କଣ କି ରନି କହିଲା – “ଦୀପ୍ତିରେଖାଟା ଭାରି ସୁନ୍ଦରୀ ହେଲେ ରାତିକ ପାଇଁ ହେଉପଛେ ଚତୁର୍ଥୀ ପୂର୍ବରୁ ସେ ଆମ ମାନଙ୍କର ଭୋଗ୍ୟା ହେବ ଉଚିତ୍। କଣ କହୁଛ ସାଙ୍ଗ! ଆମ କଥା ସବୁ ରଖିଲ, ଏତିକି ସାଙ୍ଗମାନଙ୍କ ପାଇଁ କରିପାରିବ ନାହିଁ”। ବାସ୍ କଥା ସରିଲା, କ୍ରୋଧର ଦାବାଗ୍ନି ପ୍ରଜ୍ଜ୍ଵଳିତ ହେଲା। ସବୁ ଜାଳିପୋଡ଼ି କି ପାଉଁଶ କଲା। ରାଗ ବ୍ରହ୍ମ ଚଣ୍ଡାଳ। ଥରେ ମୁଣ୍ଡକୁ ପୀତ ଚଢିଗଲେ ସବୁ ସରିଲା। ଜ୍ଞାନ ମଞ୍ଜି ହଜିଯାଏ। ମୁଣ୍ଡକୁ ଝୁଙ୍କ ଉଠିଲେ ପରା ଗୁରୁ ଗୌରବ ଜ୍ଞାନ ରହେ ନାହିଁ। ସେ ଭୁଲ ଠିକ୍ ର ବିଚାର କଣ କରିବ ।” ଆବେ କଣ କହିଲୁ ବେ ଭଡୁଆ” ର ହୁଙ୍କାରରେ ହାତ ଉଠିଲା। ଆଉ କଥାକଟାକଟି ଓ ଯୁକତି ତରକ ପାଇଁ ବେଳ କାହିଁ? ଖାଲି ହୋ ହୋ ରେ ପର୍ବ ଶେଷ।
ଶେଷରେ ମଦ ବୋତଲରେ ବାଡ଼ିଆ ବାଡ଼ି ହୋଇ ସମସ୍ତେ ଲହୁଲୁହାଣ। ଆମ୍ବୁଲାନ୍ସରେ ବୁହା ହୋଇ ଡାକ୍ତରଖାନାରେ ପହଁଞ୍ଚିଲେ। କଥାଟା ପାଖାପାଖ ଅଞ୍ଚଳରେ ପ୍ରଘଟ ହୋଇ ବେଶ୍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଲା। ଦୀପ୍ତି ରେଖା ଏ କଥା ମଧ୍ୟ ବାହାରୁ ଶୁଣିଲା। ରାଗି କି ଏମିତି ଫୋନ୍ ରେ ଗାଳିଦେଲା ଯେ ଆଶିଷର ଅକଲ ଗୁଡୁମ। ଦୀପ୍ତିରେଖା ବହୁତ ଧିକ୍କାରିଲା। କହିଲା – “
ତୁମ ଶିକ୍ଷା ଓ ଦୀକ୍ଷାକୁ ଧିକ୍। ବନ୍ଧୁ ବାନ୍ଧବଙ୍କୁ ଲଜ୍ଜିତ କଲ ତ କଲ, ମୋ ମୁହଁରେ ବି କାଳି ବୋଳିଲ। ତୁମ ମୁହଁ କଳା ହେଉ। ଜୀବନ ସାରା ଅଭିଆଡ଼ି ହୋଇ ରହିଥା”।
ଏତିକି କହି ଫୋନ କରିଦେଲା, ସମ୍ପର୍କ ତୁଟିଗଲା।
ଶେଷରେ ବାହାଘର ପ୍ରସ୍ତାବ ଭାଙ୍ଗିଗଲା। ଜୁଆଡି ମଦୁଆ କହି ଲୋକ ଛି ଛାକର କଲେଣି। ଟୋକା ବାହା ନ ହୋଇ ଏବେ ଦରବୁଢ଼ା। ହାଇରେ କପାଳ ଏ ଯୁଗ କଣ ନ ହେଲା।

Related posts

Watch “Happy Diwali” on YouTube

satya

ଅଟଳଜୀ

satya

କବିତା ଓ ଦିବସ

satya

Leave a Comment

Login

X

Register