Satya Prakash
କବିତା

ଶାନ୍ତ୍ୱନା

ଶାନ୍ତ୍ୱନା
—by ସତ୍ୟ ପ୍ରକାଶ ସେଠୀ
ମାଆ ମାଆ ବୋଲି ଚହଳ ପଡ଼ିଛି
ଶତତଃ କହୁଛି କେହି
ମାଆକୁ ଝୁରୁଛି ନିତି କେତେ ହେଲେ
ମାଆକୁ ପାଇଲା ନାହିଁ।। 0
ଅନାଥ ଆଶ୍ରମେ ଅନାଥ ହୋଇଣ
କେତେ ଯେ ସହୁଛି ସେହି
କେମିତି ଏମିତି ଜନକ ଜନନୀ
ଛୁଆକୁ ପାଳିଲେ ନାହିଁ।। 1
ଧନ୍ଯ ସେ ଅନାଥ ଧନ୍ୟ ତା’ର ମାଆ
ଛୁଆଠୁ ଦୁରେଇ ରହେ
ଅନ୍ତରର କୋହ ପ୍ରକାଶ ପାଏ ନାହିଁ
ଲୁଚି ଲୁଚି କାନ୍ଦେ ବହେ।। 2
ମାଆର ମମତା ବିଭୂ ପ୍ରେମ ପଦ
ମିଳୁ ବା ନମିଳୁ ଖାତେ
ଜନମିଛି ଯେଣୁ କେହି ଗୋଟେ ମାଆ
ନିଶ୍ଚୟ ମିଳିବ ତୋତେ।। 3
ଦିନେ ନା ଦିନେ ସେ ମାଆର ହୃଦୟ

ବିଗଳିତ ହେବା ଜାଣେ
ମାଆ ମନେ ଯେଣୁ କୋହ ଉଠେ ଭାରି

ଛୁଆକୁ ଦେଖିବ କେଣେ।। 4

Related posts

ଶୃଗାଳ ଓ ଛାଗ

satya

ସୁର ଓ ଅସୁର

satya

ତୁମକୁ ପଦେ – କହିବି ଭାବୁଛି

satya

Leave a Comment

Login

X

Register