Satya Prakash
ଗଳ୍ପ

ସରକାରୀ ମାଫିଆ

ସରକାରୀ ମାଫିଆ
—-by ସତ୍ୟ ପ୍ରକାଶ ସେଠୀ
ରାଜିଆ ବାବୁ। ଘର ଗାରଡ଼କଣ ଅଞ୍ଚଳ। ଭାରି ଡେଙ୍ଗା। ହୃଷ୍ଟପୃଷ୍ଟ ଲୋକଟା। ତା ଚାଲିରେ ଅଣଚାଶ ବହେ। ତା ହାୱାରେ ଆଛା ଆଛା ଲୋକ ନିମିଷକେ ଟଳି ପଡ଼ନ୍ତି। ତେଣୁ ତା’ ମନରେ ଗୋଟେ ଗର୍ବ-ଯାହା ହେଉ ତାକୁ ଟକ୍କର ଦେବାକୁ କେହି ନାହିଁ। କେହି ବା ଯଦି ଟକ୍କର ଦେଲେ ତା’ ସହ କଳି ତକରାଳ ନିଶ୍ଚୟ। ସେଥିରେ ରାଜିଆ ବାବୁଙ୍କର ଜିତାପଟ ଟା କିନ୍ତୁ ତୟ ଥାଏ, କାହିଁକି ନା ସେ ଭଲ ଗୋଟି ଚଳାଇବା ଲୋକ – ଏ କଥାଟା ସମସ୍ତେ ଜାଣନ୍ତି। ତେଣୁ ତା ‘ ସହ କେହି ଲାଗନ୍ତି ନାହିଁ। ଲାଗିଲେ ବି ତାକୁ କେହି ପାରନ୍ତି ନାହିଁ। ଅତୀତରେ ଅନେକ ତା ସହ ବିରୋଧୀ ଅବସ୍ଥାକୁ ଆସିଛନ୍ତି। ହେଲେ କାହାରି ନିସ୍ତାର ନାହିଁ। ସମସ୍ତେ ତଡ଼ା ଖାଇଛନ୍ତି ବା ଏଠାରୁ ସ୍ଥାନାନ୍ତରିତ ଯୋଗ ନେଇ ବଦଳି ହୋଇଛନ୍ତି। ଏଣୁ ସମସ୍ତେ ତା ସହ ଚୁପି ସାଧିବାକୁ ଉଚିତ୍ ମଣନ୍ତି।
ଏ କଥାଟା ଏ ଅଫିସ କି ସେ ଅଫିସ ନୂହେଁ, ସବୁ ଅଫିସରେ ଏମିତିକା ଲୋକ ଗୋଟେ ଯୋଡ଼େ ଅଛନ୍ତି। ଏମାନେ ଓସ୍ତାଦଙ୍କର ଓସ୍ତାଦ। ୟାଙ୍କର ଓସ୍ତାଦିପଣ ଭାରି। ଏମାନେ ନେତାଙ୍କର ପ୍ରିୟ ଲୋକ। ନେତା ତାଙ୍କୁ ଭାରି ଶୁଣନ୍ତି। ସେଥିପାଇଁ ସେ କାହାକୁ ମାନନ୍ତି ନାହିଁ।
କୂଟ କପଟିଆଙ୍କର କପଟ ଭାରି। ସାଧାରଣ ଲୋକ ତାକୁ ପାରନ୍ତି ନାହିଁ, ତେଣୁ କପଟ ପାଶାରେ ପଡ଼ି ଛଟପଟ ହୁଅନ୍ତି।
ଥରେ ସୋରେନ ବାବୁ ବୋଲି ଜଣେ ଭଲ ଲୋକ ଏଠାକାର ଅଫିସର ଥିଲେ। ସେ ଯେମିତି sacchota ସେମିତି ଭଦ୍ର। ହେଲେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ କଡକ କହିବା ଶିଖି ନ ଥିଲେ। ତାଙ୍କର ସରଳତାର ସୁଯୋଗ ନେଇ ରାଜିଆ ବାବୁ ବେଶ୍ ଲୁଟିଲେ। ତାଙ୍କ ନାଁ କୁ ଲୁଟିଲେ, ତାଙ୍କ ଇଜ୍ଜତ୍ କୁ ଲୁଟିଲେ, ସବୁ ଖାଇ ହରିଲୁଟ କଲେ। ଏ କଥା ଯେତେବେଳେ ସେ ଜାଣିଲେ ଯେ ତାଙ୍କ ନାଁ କହି ମିଛରେ ସାଧାରଣ ଲୋକ ଓ ତଳିଆ କର୍ମଚାରୀ କୁ ରାଜିଆ ବାବୁ ଲୁଚୁଛି, ସେତେବେଳେ ସେ ରାଜିଆ ବାବୁ ବିରୁଦ୍ଧରେ ଗୁପ୍ତ ଭାବେ ଉପରକୁ ଚିଠି ଲେଖିଲେ। ଏ କଥା ଧୃତ ରାଜିଆ ବାବୁ ଜାଣି ପାରି ଅଧ ବାଟରୁ ତାକୁ ରୋକି ଦେଲେ, ହେଲେ soren ବାବୁ ବିରୁଦ୍ଧରେ ମିଛ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରି ଉପରକୁ ବରମ୍ବାର ଲେଖି ତାଙ୍କୁ ଏମିତି ହଇରାଣ ହରକତ କଲେ ଯେ ଶେଷରେ ସେ ନିଜକୁ ନିଜେ ଏଠାରୁ ବଦଳି ହୋଇଗଲେ। ଆଉ ଜଣେ tanua ମେଡେମ ମଧ୍ଯ ଏଠାକୁ ଆସିଥିଲେ। ତାଙ୍କ ବିରୁଦ୍ଧରେ ମଧ୍ୟ ମିଛ ସତ କହି ତାଙ୍କୁ ଏମିତି halapata କଲେ ଯେ ସେ ରାଜନୈତିକ ର ଶିକାର ହୋଇ ଏଠୁ ତୁରନ୍ତ ହଟିଲେ। ଯେତେ ଭଲ ଅଫିସର ହୁଅନ୍ତୁ ପଛେ ସେମାନେ ରାଜିଆ ବାବୁ ବିରୁଦ୍ଧରେ ସ୍ୱର ଉତ୍ତୋଲନ କରି କେବେ ତ୍ରାହି ପାଇ ନାହାନ୍ତି। କାରଣ ଆମ ନେତାଙ୍କ ପାଖରେ କେବଳ ରାଜିଆ ବାବୁ କଥା ରହେ। ନେତାଙ୍କର ସେ ସୋଦର। ନେତାଏ ତାଙ୍କୁ ଭଲ ପାଆନ୍ତି, କାରଣ କଳାକୁ ଧଳା କରିବାରେ ଓସ୍ତାଦି ତାଙ୍କର ଭାରି ଅଛି। ଏମିତି କେତେ ଅଫିସର ଏଠାକୁ ଆସିଲେଣି ଆଉ ଗଲେଣି ହେଲେ ରାଜିଆ ବାବୁଙ୍କ ର ଗଦୀ ଓ ଖାତିର୍ ରହିଚି। ତାହା ଚେଷ୍ଟା କରି କେହି ବି କମେଇ ପାରି ନାହିଁ।
ହେଲେ ରାଜିଆ ବାବୁ ମାନେ କଣ ଏମିତି ଦୁର୍ନୀତି କରୁଥିବେ ଆଉ ସାଧାରଣ ଜନତା ଠାରୁ sachot ଅଫିସର ମାନେ ଖଲି କଷଣ ସହୁଥିବେ। ନା ଏମିତି ହୁଏ ନାହିଁ। ଚୋର ଙ୍କ ପାଇଁ ସବୁଦିନେ ଅନ୍ଧାର ରାତି ହୁଏ ନାହିଁ। ଦିନେ ନା ଦିନେ ଜହ୍ନ ରାତି ହୁଏ ଆଉ ଚୋର ଧରାପଡ଼େ। ସେତେବେଳେ ସେ ଖାଲି ଆଖି ମଳି ମଳି ମଳି କାନ୍ଦେ ସିନା ହେଲେ କାହାକୁ କିଛି କହି ପାରେ ନାହିଁ। ଏମିତି ଦୁର୍ଦ୍ଦଶା ଦିନେ ରାଜିଆ ବାବୁଙ୍କ ଭାଗ୍ୟରେ ଜୁଟିଲା।
କାରଣ ଧୀରେ ଧୀରେ ସାଥୀ ସହକର୍ମୀ ଠାରୁ ଆରମ୍ଭ କରି ତଳିଆ କର୍ମଚାରୀ ଓ ଜନ ସାଧାରଣ ଯାଏ ସମସ୍ତଙ୍କ ଭିତରେ ଅସନ୍ତୋଷ ଓ ଅଶାନ୍ତି ଧୀରେ ବଢିବାକୁ ଲାଗୁଥାଏ। ଏହି ବାହୁବଳୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବ୍ୟାଘ୍ର ପଞ୍ଝାରୁ ସମସ୍ତେ ମୁକ୍ତି ଚାହୁଁଥିଲେ।ସହିବେ ସହିବେ ବୋଲି କେତେ ଯେ ଉତ୍ପୀଡ଼ନ ଓ ଅତ୍ୟାଚାର ଲୋକେ ବା ସହନ୍ତେ। ତେଣୁ ପାନେ ଚଖେଇବାକୁ କେତେକ ମସୁଧା କରୁଥାନ୍ତୁ। ଅନ୍ୟପଟେ ରାଜିଆ ବାବୁଙ୍କ ର ବହପଟା କିନ୍ତୁ ବଢିବାକୁ ଲାଗୁଥାଏ। ସେ ଧରା କୁ ସରା ମଣୁଥାନ୍ତି। ସରଗଟା ଯେମିତି ତାଙ୍କ ହାତ ପାହାନ୍ତାରେ। ଯା’ଇଚ୍ଛା ସେ ତାହା କରି ଯାଉଥିଲେ, କାହାକୁ ବି daru ନ ଥିଲେ।
ଦିନେ ଦିନ ଦ୍ଵିପ୍ରହରରେ ସେ ଜଣଙ୍କୁ ଲୁଟୁଥିଲେ ।ମନରେ ଟିକିଏ ବି ସଙ୍କୋଚ ନ ଥାଏ। ଦୁର୍ନୀତି ନିବାରଣ ଅଧିକାରୀ ଛକି କି ବସି ଥିଲେ। ଅଗତ୍ୟା ମାଡ଼ି ବସିଲେ। ଘର ଗୋଟାକ ତଲାସି ହେଲା। ଭଲ ମନ୍ଦ କି ପୁଳାଏ ବାହାରିଲା। ନିଜ ଘରଠୁଁ ଶ୍ୱଶୁର ଘର ଯାଏ ସବୁଠି ଚଢାଉ ହେଲା। ମାନ ଇଜ୍ଜତ୍ ସବୁ ଗଲା। ଲୋକଙ୍କ ଛି’ଛାକରରେ ମୁହଁ ତଳକୁ ହେଲା। ନା ମୁହଁ ଟେକି କାହାକୁ କିଛି କହି ପାରିଲେ ନା ମୁହଁରୁ ଆଉ ବଡ଼ ପଦ କିଛି ବାହାରିଲା। ଭଗବାନ କରୁ ଏମିତି ଦୁର୍ଦ୍ଦଶା କାହା ଭାଗ୍ୟରେ ନ ଜୁଟୁ। ରାଜିଆ ବାବୁ କପାଳ କିନ୍ତୁ ମନ୍ଦ। ସେଦିନ ସବୁତକ ଲାଞ୍ଛନା ତାଙ୍କୁ ସହିବାକୁ ହେଲା।
ଏବେ କାନ୍ଦିକୁନ୍ଦି ଦିନ ସରୁଛି, କୁନ୍ଥିକାନ୍ଥି ପୁଅ ରହୁଛି। ଚାକିରିରୁ ହାତ ଧୋଇ ଘରେ ବସିଲାଠୁଁ ଘର କୋଣେ ଦିନ ବିତୁଛି।
ମଣିଷର ବଡ଼ପଣ ଓ ଔଦ୍ଧତ୍ଯ ଏମିତି କି ଅଚିରେ ବିନଷ୍ଟ ହୁଏ?

Related posts

ଉଦଣ୍ଡି ଝିଅ

satya

ଦିନନାଥ ବିଦ୍ୟାନିକେତନ

satya

ଆମ ଗାଁ କ୍ଲବ୍ ପିଲା

satya

Leave a Comment

Login

X

Register