Satya Prakash
କବିତା

Krushna ସାର୍ – ଏକ ଆକଳନ

ସାହୁ ସାର୍ – ଏକ ଆକଳନ
—-by ସତ୍ୟ ପ୍ରକାଶ
କୃଷ୍ଣ ସାହୁ ସାର୍ ଆମରି ସ୍କୁଲରେ
ଆମ ଇଂରାଜୀ ଶିକ୍ଷକ
ନିଆରା ବ୍ୟକ୍ତିତ୍ୱ ଛାତ୍ର ଛାତ୍ରୀ ପ୍ରିୟ
ଜାଣ ଭାରି ଭଲ ଲୋକ।। 0
ଦୀର୍ଘ ଦିନର ତ ଶିକ୍ଷକତା ଛାଡ଼ି
ବାହାରିଛନ୍ତି ସେ ଘର
କେତେ ସହିଛନ୍ତି ଦୁଃଖ କଷ୍ଟ ପରା
ମନେ ଦୁଃଖ ଭାଗ ଭାର।। 1
ବଡ଼ ପଦବୀରେ ମୋହ ତ୍ୟାଗ କରି
ଦିନେ ତ ଏଇ ଗୁରୁଜୀ
ଶିକ୍ଷକତା ପେଶା ବରୀ ନେଇ ଥିଲେ
ଶିକ୍ଷାଦାନ କଥା ଭଜି।। 2
ଭାରି ସ୍ୱାଭୀମାନୀ ଅଭିମାନୀ ମନ
ହୃଦେ ପ୍ରେମ ଭାବ ଠୁଳ
ଉତ୍ତମ ଛାତ୍ର ଯେ ଗଢିବାର ସ୍ଵପ୍ନ
ମନେ ଦେଇଥିଲା ବଳ।। 3
ମୁଖ ମଣ୍ଡଳରେ ସୁସ୍ପଷ୍ଟ ଗାମ୍ଭୀର୍ଯ୍ୟ
ଅନ୍ତରରେ ସ୍ନେହ ଭାବ
ଇଂରାଜୀରେ ତାଙ୍କ ଅଦ୍ଭୁତ ପାଣ୍ଡିତ୍ୟ
ମନେ ନାହିଁ ଗର୍ବ ଭାବ।। 4
ସେଇ ସାର୍ ଙ୍କର ପାଠ ପଢା ଦେଖି
ଦିନେ ହେଉଥିଲୁ କାବା
ଏଡିକି ବୌଦ୍ଧିକ ଇଂରାଜୀ ସାହିତ୍ୟେ
ଅଗାଧ ଜ୍ଞାନଟି କିବା।। 5
ତାଙ୍କରି ଉଦ୍ଦେଶ୍ୟେ ପାଳିତ ହେଉଛି
ବିଦାୟ ସମ୍ବର୍ଦ୍ଧନା
ସେଇ ଉତ୍ସବରେ ଯୋଗ ଦେବା ଆମେ
କରିବାନି କେହି ମନା।। 6

Related posts

ଅବସ୍ଥା ବେହାଲ୍

satya

ଅଜବ ମଣିଷ

satya

ହସ ଖୁସି ପରିବାର

satya

Leave a Comment

Login

X

Register