Satya Prakash
କବିତା

World AIIDS Vaccine day

World AIDS Vaccine day 18th May
—by ସତ୍ୟ ପ୍ରକାଶ ସେଠୀ
ଏଡସ୍ ଯେ ଏକ ଦୁରାରୋଗ୍ୟ ବ୍ୟାଧି
ସହଜେ ନୁହେଁ ଆରୋଗ୍ୟ
ସତର୍କତା ଖାଲି ଅବଲମ୍ବନୀୟ
ରୋଗର ନିଦାନ କାମ୍ୟ।।0
ଯୌନ ଲାଳସାର ଅବାଧ କ୍ରିୟାଟି

ଘାତକ ସାବ୍ୟସ୍ତ ହୁଏ
ବିଶୃଙ୍ଖଳିତ ଆଚରଣ ଯୋଗୁଁ
ଛଟପଟ ହୋଇଥାଏ।। 1
ଏଡସ୍ ଯୋଗୁଁ ତ ରୋଗ ପ୍ରତିରୋଧ

ଶକ୍ତି ହ୍ରାସ ପାଇଥାଏ
ରୋଗ କୂପେ ପଡ଼ି ମଣିଷ ପିଲା ତ

ହନ୍ତସନ୍ତ ହୋଇଥାଏ।। 2
ଅବାଧ ଅପାର ଯୌନ ଲୀଳାଟି ତ
ଏଡସର ଦାୟୀଦାର
ଅତି ଶୃଙ୍ଖଳିତ ଜୀବନ ଚର୍ଯ୍ୟାଟି
ଏଥକୁ ଯେ ହିତକର।। 3
ସଚେତନ ହେବା ସତର୍କ ରହିବା
ଟୀକା ପ୍ରସ୍ତୁତ କରିବା
ଯେ ଯାଏଁ ଟୀକା ତ ବାହାରି ନାହିଁ ସେ
ଚେଷ୍ଟାରେ ଆମେ ରହିବା।। 4
ଆଜିର ଦିନରେ ସଂକଳ୍ପଟି ନେବା
ଉଦ୍ୟମରେ ବ୍ରତୀ ହେବା
ସବୁ ମିଳିମିଶି ଟୀକା ପ୍ରସ୍ତୁତିରେ
ନିୟୋଯିତ ରହିଥିବା।। 5

Related posts

ସୁର ଓ ଅସୁର

satya

ଫୁଟାଣିଆଙ୍କୁ ପଦେ

satya

ବାଘ bagha

satya

2 comments

Johne918 28th May 2019 at 10:01 am

Outstanding post, I conceive people should acquire a lot from this web blog its rattling user genial. So much superb info on here deeeddccddge

Reply
Johnc987 31st May 2019 at 7:28 am

Thank you for the good writeup. It in fact was a amusement account it. Look advanced to far added agreeable from you! By the way, how can we communicate? acddadgcfbck

Reply

Leave a Comment

Login

X

Register