Satya Prakash
କବିତା

କେହି ଦେଲେ ନାହିଁ ମୂଲ

କେହି ଦେଲେ ନାହିଁ ମୂଲ
——by ସତ୍ୟ ପ୍ରକାଶ ସେଠୀ
ଜୀବନ ତମାମ କେତେ ଯେ ଖଟିଲି
କେହି ଦେଲେ ନାହିଁ ମୂଲ
ନିଜର ବୋଲିଣ ଯାହାକୁ ମଣିଲି
ସବୁ କି ଦୁରେଇ ଗଲ।। 0
ଏବେ ବୟସର ଅପରାହ୍ନରେ ଯେ କେଉଁଠି ଥାପିବି ମୁଣ୍ଡ
ଦୂର ଦୂର କରି ଦିଅନ୍ତି ଗୋଡାଇ
ଏମିତିକା ସେ ଯେ ଗଣ୍ଡ।। 1
ଜାଣୁ ସେ ଯେ ନିଜର ଭବିଷ୍ୟ
ଆସୁଛି ସେ ପୁଣି କାଲି
ସେଦିନ କାନ୍ଦିବ କା ଗୋଡ଼ ଧାରିଣ
ଏ ଦିନେ ବୁଝିଲା ନାହିଁ।। 2
କାହିଁକି କହିବ କାହାର ଭବିଷ୍ୟ
ନିଜେ ତ ଭବିଷ୍ୟକାର
ଭବିଷ୍ୟ ଲେଖ କି ଅପରାଧ କିଣ
ନିଜ କାମ ନିଜେ କର।। 3
ବାକି ରହିଗଲା ଖଟଣିର ମୂଲ
କାହାକୁ ମାଗିବି ମୁହିଁ
ଦୁନିଆଟା ଏଡ଼େ ସ୍ୱାର୍ଥପର ଅବା
ଚାହିଁଲେନି ମୁହଁ କାହିଁ।। 4

Related posts

ଗୀତ ଗୋବିନ୍ଦ ଓ କବି ଜୟଦେବ

satya

ହେ!

satya

ପର ନିନ୍ଦା ପର ଚର୍ଚ୍ଚା

satya

Leave a Comment

Login

X

Register