Satya Prakash
Uncategorised

ମୁଖବନ୍ଧ… ପଦୁ ମାଷ୍ଟ୍ରେ

ମୁଖବନ୍ଧ
-ସତ୍ୟ ପ୍ରକାଶ ସେଠୀ
ଭ୍ରାମ୍ଯ ଭାଷା :୯୯୩୭୧୮୧୮୪୬
ପଦ୍ମ ଲୋଚନ ଦାସ ଜଣେ ଉଚ୍ଚ ଶିକ୍ଷାବିତ୍, ଯାହାଙ୍କ ଜୀବନ ସଂଘର୍ଷରେ ପରିପୂର୍ଣ୍ଣ। ନିପଟ ମଫସଲରେ ତାଙ୍କ ଘର। ଦାରିଦ୍ର୍ୟର କଷାଘାତରେ ନିଷ୍ପେସିତ ହୋଇ ଆଗକୁ ବଢିବାରେ ସେ ଅସଫଳ। ତଥାପି ସେ ମନରୁ ଲିଭାଇ ପାରିନାହିଁ ଉଚ୍ଚ ଶିକ୍ଷା ଲାଭ କରିବାର ଦୃଢ଼ ସଂକଳ୍ପ। ପରିଣତି ସ୍ଵରୂପ ଶିକ୍ଷକତା ଚାକିରି ପାଇଥିବା ମ୍ୟାଟ୍ରିକ ପଢ଼ୁଆ ପଦୁ ମାଷ୍ଟ୍ରେ ଗୋଟେ ପରେ ଗୋଟେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଶେଷରେ ବି. ଏ ଓ ବି.ଏଡ. କରି ଡି. ଆଇ ପର୍ଯ୍ୟନ୍ତ ସୋପାନ ଚଢିଥିଲେ। ଏ ସବୁ ଘଟଣାବଳି କମ୍ ପ୍ରେରଣାଦାୟକ ନୂହେଁ। ମଣିଷ ମନରେ ଦୃଢ଼ ଇଚ୍ଛାଶକ୍ତି ଓ ଧୀ ପଣିଆ ଥିଲେ ସେ କିଛି ବି କରିପାରେ ଯାହାର ପ୍ରମାଣ ନିଜେ ପଦ୍ମ ଲୋଚନ ଦାସ। ତେବେ ସେ ସାହିତ୍ୟକୁ ଭଲ ପାଆନ୍ତି ଓ ସାହିତ୍ୟ ସାଧନାରେ ଅହରହ ବ୍ରତୀ ରହନ୍ତି। ମୋର ସେ ଗୁରୁଜୀ ଥିଲା ବେଳେ ମୁଁ ତାଙ୍କୁ ଜାଣିଛି ସେ ଯେଉଁଠି ବି ଶିକ୍ଷକତା କରନ୍ତି ସେଠି ସେ ନିଜେ ନାଟକଟିଏ ଲେଖନ୍ତି ଓ ତାହାକୁ ପିଲାମାନଙ୍କ ଦ୍ଵାରା ମଞ୍ଚସ୍ଥ କରିବା ପାଇଁ ଉଦଗ୍ରୀବ ହୋଇ ଉଠନ୍ତି। ଏହି କ୍ରମରେ ସେ ଅନେକ ନାଟକ ଲେଖିଛନ୍ତି ଓ ତାହା ବହୁ ସ୍ଥାନରେ ମଞ୍ଚସ୍ଥ ହୋଇ ଜନାଦୃତି ଲାଭ କରିଛି। ସେ ଯେ କେବଳ ନାଟକ ଲେଖନ୍ତି ତାହା ନୂହେଁ, ଏଥିସହିତ ସେ ନାଟକର ସଙ୍ଗୀତ ମଧ୍ୟ ଲେଖନ୍ତି ଓ ନିର୍ଦ୍ଦେଶନା ମଧ୍ଯ ଦିଅନ୍ତି। ଏତଦ୍ବ୍ୟତିତ ସାହିତ୍ୟର ଅନ୍ୟନ୍ୟ ବିଭାବ ଯାଥା କବିତା ଓ ଗଳ୍ପରେ ମଧ୍ୟ ତାଙ୍କର ସିଦ୍ଧହସ୍ତତା ଅଛି। ଅନେକ ସାହିତ୍ୟ ଓ ନାଟ୍ୟ ସଂସ୍ଥା ସହିତ ମଧ୍ୟ ସେ ଜଡିତ। ସମାଜ ସେବା ମଧ୍ୟ ତାଙ୍କର ଅନ୍ୟ ଏକ ସୁକର୍ମ। ତେବେ ଜୀବନରେ ପ୍ରସିଦ୍ଧି ଓ ପ୍ରତିଷ୍ଠା ଅପେକ୍ଷା ସେ ଅଧିକ କର୍ମତତ୍ପର ଯାହାକି ଚାକିରିରୁ ଅବସର ନେବା ପରେ ମଧ୍ଯ ତାଙ୍କୁ ରୋକି ପାରି ନାହିଁ, ଏବେ ବି ସେ ବେଶ୍ ଚଳଚଞ୍ଚଳ ଓ ସାହିତ୍ୟ ସେବାରେ ମଗ୍ନ। ତାଙ୍କର ସମସ୍ତ ସ୍ରୁଷ୍ଟି ପ୍ରକାଶ୍ୟର ଆଲୋକ ଦେଖିପାରି ନ ଥିଲେ ହେଁ ଉକ୍ତ ‘ଭସା ବାଦଲର ଛାଇ’ ନାଟକଟି ସ୍ୱତଃ ଗୌରବରେ ଗୌରବନ୍ବିତ। ନାଟକଟିର ଭାବ ଓ କଥାବସ୍ତୁ ବେଶ୍ ସମୃଦ୍ଧ ଯାହା ପାଠକ ମନକୁ ନିଶ୍ଚିତ ଭାବେ ଆନ୍ଦୋଳିତ କରିବ। ଏଥିରେ ଲେଖକ ଭାବନାର ଉଚ୍ଛ୍ୱଳ ଜଳଧିରେ ବହରି ଯାଇ କଳ୍ପନାର ଇନ୍ଦ୍ରଲୋକରେ ଅବାସ୍ତବତାର କଳ୍ପନା ବୁଣି ଦେଇ ନାହାନ୍ତି ବରଂ ବାସ୍ତବତାର ପ୍ରଖ୍ଯାପନ କରିଛନ୍ତି। କାହାଣୀରେ ସାମାଜିକ ଆବେଦନ ରକ୍ଷା ହେବା ସଙ୍ଗେସଙ୍ଗେ ଉପଯୋଗୀତା ମଧ୍ଯ ରହିଛି। ଚରିତ୍ର ଚୟନରେ ଲେଖକଙ୍କର ସିଦ୍ଧହସ୍ତତା ରହିଛି। ।ସେ ଅନେକ ସାଧାରଣ ସାମାଜିକ ଚରିତ୍ର ଗୁଡିକୁ ସାଉଁଟି ଆଣି ଲୌକିକ ଚରିତ୍ର ମୁଖରେ ଲୌକିକ ଭାଷା ଦେଇ ନାଟକୀୟତା ଫୁଟାଇ ପାରିଛନ୍ତି। ତାଙ୍କ ନାଟକରେ ସଂଳାପଗୁଡିକ ମଧ୍ଯ ବେଶ ଶକ୍ତିଶାଳୀ ଓ ଭାବଗର୍ଭକ। ଏଥିରେ ସାମାଜିକ ପରିବର୍ତ୍ତନର ଝଲକ ଝଲସିତ, ତେଣୁ ସମାଜ ପାଇଁ ହିତକର। ଦର୍ଶକ ଥରେ ନାଟକ ଦେଖିଲେ ଶେଷ ପର୍ଯ୍ୟନ୍ତ ବସିରହିବାକୁ ଇଚ୍ଛା କରେ। ତେଣୁ ଏହି ନାଟକରେ ଚିରନ୍ତନୀ ଆବେଦନ ରହିଛି। ଏହା ପାଠକ ସମାଜକୁ ଉଦବୁଦ୍ଧ କରୁ ଓ ନାଟ୍ୟକାର ଆହୁରି ଜସ୍ଵଶୀ ହୁଅନ୍ତୁ – ଏହା ହିଁ ଉତ୍କଳର ମହୋଦଧି ମଧୁ ହିଲ୍ଲୋଳ ସେବିତ ବଡ଼ ଦେଉଳର ବଡ଼ ଦେବତା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା।

Related posts

A great get together and farewell ceremony of Pandit in my Tarago High school conducted under my anchoring and stage management of

satya

Pandit Tarago

satya

ରାଜନୀତି

satya

Leave a Comment

Login

X

Register