Satya Prakash
Uncategorised

ସଂଘର୍ଷ ଓ ଦକ୍ଷତା

ସଂଘର୍ଷ ଓ ଦକ୍ଷତା
By Satya Prakash Sethy
ସଂଘର୍ଷର କାହାଣୀ ସମସ୍ତେ ଦେଖିଥିବେ, କିନ୍ତୁ ଦକ୍ଷତାର ଉପହାର ଖୁବ୍ କମ୍ ଶୁଣିଥିବେ। କାରଣ ସଂଘର୍ଷ ଓ ଦକ୍ଷତା ଏକାକଥା ନୂହେଁ। ଜଣେ ବଞ୍ଚିବା ପାଇଁ ବା ଜୀବନରେ କିଛି ଗୁରୁତ୍ଵପୂର୍ଣ୍ଣ ହାସଲ କରିବା ପାଇଁ ସଂଘର୍ଷ କରିଥାଏ। ମାତ୍ର ଦକ୍ଷତା ଥିଲେ ତାହାର କ୍ରମବିକାଶ ସାଧିତ ହୋଇ ମଣିଷକୁ ତା’ର ଶୀର୍ଷ ସ୍ଥାନରେ ତାକୁ ବସାଏ। ଏହି ପ୍ରକାର କିଛି ଘଟିଥିଲା ଆମ ଅଞ୍ଚଳରେ। ମୀନାର ଜୀବନ ବଡ଼ ସଂଘର୍ଷମୟ। ପିଲାଦିନେ ସେ ଛେଳିରଖି ଓ ଗୋରୁଜଗି ପାଠପଢ଼ିଥିଲା।ଗରିବୀ ଦଳିତ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ନାହିଁ ନଥିବା ଅକଥନୀୟ ଜନ୍ତ୍ରଣା ସେ ଭୋଗ କରିଥିଲା। ଅଧାବେଳେ ଉପବାସ। ପେଟକୁ ଗଣ୍ଡେ ଶାନ୍ତିରେ ସେ ଖାଇପାରି ନ ଥିଲା। ପୁଣି ଛୋଟବେଳୁ ବାପାମାଆ ଉଭୟଙ୍କୁ ହରାଇ ଭାଇ ଭାଉଜର ସାହାରରେ ବଡ଼ ଦୟନୀୟ ଜୀବନ ସେ ବିତାଉଥିଲା। ସେଇମିତି ସେଇମିତି କଷ୍ଟମଷ୍ଟେ ଆହୁରି ସେ କେମିତି ମ୍ୟାଟ୍ରିକ ଖଣ୍ଡକ ପାସ୍ କରିଗଲା। ଏବେ କଲେଜ ଯିବାର ବେଳ। ଉଚ୍ଚଶିକ୍ଷା ପାଇଁ ମନରେ ପ୍ରବଳ ଆଗ୍ରହ। ହେଲେ ପାଖରେ କଲେଜ ନ ଥିବାରୁ। ଭାଇଭାଉଜ ମନା କରିଦେଲେ। ପୁଣି ଅଭାବୀ ଘର। ଭାଇ ମୂଲ ଲାଗେ, ଭାଉଜ ରୋଷେଇ କରେ।ଜୋରର କଳମ ବଣକୁ ଯାଇ ମୀନା କଳମ କାଟି କି ଆଣେ ଜାଳେଣି ହେବା ପାଇଁ। ବିବାହଯୋଗ୍ୟା ହେବାରୁ ମୀନାର ପଡୋଶୀ ଗାଁର ଗୋଟେ ଶିକ୍ଷିତ ବେକାରୀ ଯୁବକ ସହ ବାହାଘର ହୋଇଯାଏ ଯାହାର ଗାଁରେ ଥିବା ତେଜରାତି ଦୋକାନ ଖଣ୍ଡକ ଏକମାତ୍ର ବଞ୍ଚିବାର ରାହା । ଦୁଖଃକଷ୍ଟରେ ମୀନାର ଶାଶୁଶ୍ଵଶୁରଙ୍କୁ ନେଇ ଅଭାବୀ ସଂସାର କୌଣସି ପ୍ରକାରରେ ଚଳି ଯାଉଥିଲା, ହେଲେ ବଳକା ହାତଖର୍ଚ୍ଚ କିଛି ରହେ ନାହିଁ। କିଛି କାମକାର୍ଯ୍ୟ ବା ମେଡିକାଲ କେସ୍ ପଡ଼ିଲେ ମୁଣ୍ଡବିନ୍ଧା ହୁଏ। ଏବେ ତ ମୀନାର ଦୁଇଟି ସନ୍ତାନ ହୋଇଗଲେଣି। ତେଣୁ ଜଂଜାଳ ଅଧିକା, ଅଭାବ ବି ଅଧିକା। ଏତେବେଳେ ଟ୍ୟୁସନ୍ କରି କିଛି ରୋଜଗାର କରିବା କଥା ଚିନ୍ତା କରି ମୀନା ଟ୍ୟୁସନ୍ ଆରମ୍ଭ କରିଦେଲା। ପାଖ ପଡ଼ିଶା ଘରର ପିଲାମାନେ ପଢ଼ିବାକୁ ଆରମ୍ଭ କରିଦେଲେ।
ଏଇ ସମୟରେ ନିଜ ସାନ ପୁଅର ଦେହ ଖରାପ ହେବାରୁ ଭଦ୍ରକ ମେଡିକାଲରେ ମୀନାଙ୍କୁ ଦି ଚାରିଦିନ ରହିବାକୁ ହେଲା, ଯାହା ତାଙ୍କ ଜୀବନର ମୋଡ ବଦଳାଇ ଦେଲା । ସେଠାରେ ପାଖ ବେଡରେ ଥିବା ଜଣେ ଭଉଣୀଙ୍କ ସହ ତାଙ୍କର ପରିଚିତି ଯୋଡ଼ି ହୋଇଗଲା, ଯିଏ କି ଦୁଃଖସୁଖ ହେଉହେଉ ମୀନାଙ୍କୁ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଲେ।। ସେ ଆହୁରି କହିଲେ ଏହି ଗୋଷ୍ଠୀ ଜରିଆରେ ଆର୍ଥିକ ସହାୟତା ରାଶି ଓ ସବସିଡି ହାସଲ କରି କେମିତି ସେମାନଙ୍କର ଆର୍ଥିକ ଉନ୍ନତିକରଣ ସଙ୍ଗେସଙ୍ଗେ ନାରୀ ସଶକ୍ତିକରଣ ହୋଇ ପାରିବ। ସେଦିନ ତାଙ୍କ ପାଖରୁ ଏହି ମହାମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସେ ଗାଁକୁ ଫେରି ଆସିଥିଲେ ଓ ନାରୀମାନଙ୍କୁ ଏକତ୍ରୀତ କରି ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ଗଢିଲେ।
ଦଶ ପନ୍ଦର ଜଣ ସ୍ତ୍ରୀ ଲୋକଙ୍କୁ ଜଣ ଜଣିକା କରି ସମସ୍ତଙ୍କୁ ବୁଝେଇଲା ଉପରାନ୍ତେ ସେମାନେ ଏକାଠି ହେଲେ। ଦିନକୁ ଟଙ୍କା ଏ ଲେଖା କରି ମାସକୁ କେଉଁଠୁ ଆଣି ତିରିଶ ଟଙ୍କା ସମସ୍ତେ ଦେବେ, ତାହା ହିଁ ଚିନ୍ତାର କାରଣ ହେଲା। ମୀନା ବୁଝାଇଦେଲା ପ୍ରତ୍ୟହ ମୁଠିଏ ଲେଖା ନିଜ ରୋଷେଇ ବଜେଟରୁ ଚାଉଳ ସଂଗ୍ରହ କରି ରଖିବେ ମାସ ଶେଷରେ ବିକ୍ରି କରି ତହିଁରୁ ତିରିଶ ଟଙ୍କା ପୈଠ କରିବେ। ସ୍ଥାନୀୟ ସମବାୟ ବ୍ୟାଙ୍କରେ ସେଇ ଟଙ୍କା ଜମା ରହିଲା। କିଛି ପଇସା ଏକଠା ହେଲା ପରେ ତାହାର ତିନି ଗୁଣା ରୁଣ ମିଳିଲା।
ପୁଣି ଯାହାର ଯେତେବେଳେ କିଛି ଆବଶ୍ୟକତା ଥାଏ ସେଇ ଜମା ରାଶିରୁ ମଧ୍ୟ ସେମାନେ ଆଭ୍ୟନ୍ତରୀଣ ରୁଣ ନେଇ ପାରିଲେ। ପୁନଶ୍ଚ ସବସିଡି ଯୁକ୍ତ ରୁଣ ପାଇଁ ମଧ୍ଯ ସେମାନେ ପ୍ରୟାସ କଲେ ଫଳ ସ୍ଵରୂପ ଅଢେଇ କକ୍ଷ ରୁଣ ଉପରେ ଏକ କକ୍ଷ ପଚିଶ ହଜାର ସବସିଡି ପାଇ ସେମାନେ ଛେଳି ଚାଷ କଲେ। ଏଇମିତି ଧୀରେ ଧୀରେ ଗୋଟେ ପରେ ଗୋଟେ ସହାୟତା ରାଶି ମିଳି ପାରିଲା ଏବଂ ସେମାନେ ସ୍ୱାବଲମ୍ବୀ ହେବାକୁ ଲାଗିଲେ। ଏ କଥା ଦେଖି ପାଖ ପଡୋଶୀ ମାନେ ମଧ୍ୟ ମୀନାର ସାହାଯ୍ୟ ଓ ପରମର୍ଶ ନେଇ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଗଢିଲେ ଓ ଉପକୃତ ମଧ୍ୟ ହେଲେ।

Related posts

A special moment in my Tarago High school on 31/10/2018

satya

ନାହିଁ ନାହିଁରେ ନାହିଁ କାର

satya

ସାକ୍ଷରତା ଦିବସ

satya

Leave a Comment

Login

X

Register