Satya Prakash
କବିତା

ଅକ୍ଷୟ ତୃତୀୟା akshaya trutiya

ଅକ୍ଷୟ ତୃତୀୟା ପାଇଁ ପ୍ରତୀକ୍ଷିତ

ହୋଇ ଚଷା ପୁଅ ବସେ

ଶରଧାରେ ମୁଠେ ହାତରେ ବିହନ

କ୍ଷେତରେ ବୁଣି କି ଆସେ। ।1

ଅକ୍ଷି ମୁଠି ଧରି ଚଷା ଭାଇ ଯେବେ

ବୁଣେ କ୍ଷେତେ ଯେ ବିହନ
ଶଶ୍ଯ ଉଗୁଳିବ ଭାବୁ ଥାଇ ମନେ
ହୋଇ ସହାସ୍ୟ ବଦନ।।2
ଚଷା ଭାଇ ସିନା ସହେ ଖରା ବର୍ଷା
ମୁଣ୍ଡ ଝାଳ ତୁଣ୍ଡେ ମାରି
କିଏ ସେ କରିବ ଲାଘବ ତାହାର
ଦୁଃଖ ଭାଗ ଯାଏ ଭରି ।।3
ଚାଷୀ କୂଳ ଆଜି ଉଜୁଡ଼ି ଯାଉଛି

କେହି ବୁଝୁ ନାହିଁ ଦୁଃଖ

କଥାରେ ପକାନ୍ତି ସର ଯେ ସମସ୍ତେ
ଅସଲରେ ନାହିଁ ସୁଖ।।4
ବନ୍ୟାର ଦାଉଟି ବାତ୍ୟାର ପ୍ରକୋପ
ସବୁ ହସି ହସି ସହେ
ଉଦ୍ୟମଟି ଥାଏ ସାହସ ହାରେନି
ପ୍ରାକୃତିକ ଦୁର୍ବିପାକେ।।5
ଏମିତି ବୀରତା ଅଦମ୍ଯ ସାହସ
ଦେଖିଛ କି କେଉଁ ଜନେ
ସେଇ ହିଁ ପ୍ରକୃତେ ବୀର ପୁରୁଷଟି
ତା’ ଗୁଣ ଗାଇବା ମନେ।।0

Related posts

ମନ କାତି

satya

International Nurse Day

satya

ଆନ୍ତର୍ଜାତୀୟ ବୌଦ୍ଧିକ ସମ୍ପଦ ଦିବସ

satya

Leave a Comment

Login

X

Register