Satya Prakash
କବିତା

ଉପଦ୍ରବୀ

ଉପଦ୍ରବୀ

ଆସିଛିରେ ଭାଇ କରୋନା ଆସିଛି
ପ୍ରଳୟଙ୍କରୀ ତା ରୂପ
ଶୁଣି ଶୁଣି ମନେ ଛନକା ପଶୁଛି
ସତେ ଭୟଙ୍କରୀ ନୃପ।। 1
କେମିତି ଲଢ଼ିବା ପ୍ରକୃତି ସାଙ୍ଗରେ
ବୁଦ୍ଧି ବାଟ ଦିଶୁ ନାହିଁ
ତଥାପି ରହିବା ସତର୍କ ହୋଇଣ
ବିପଦକୁ ଦେବା ବାହି।। 2
ଆସନ୍ତୁ ସମସ୍ତେ ଶପଥ ନେବାରେ
ସମ୍ଭାବ୍ଯ ବିପଦ ଦେଖି
ପରସ୍ପରେ ଆମେ ସହଯୋଗିତାର
ହାତ ବଢାଇଣ ରଖି।। 3
ସରକାର ପରା କଲେଣି କେତେ ଯେ
ଆଗୁଆ ବ୍ୟବସ୍ଥାମାନ
ସତର୍କ ରହିବା ସଚେତନ ହେବା
ଦେଖି ପରିସ୍ଥିତି ବାମ।। 4
ପ୍ରକୃତି ସଙ୍ଗରେ ଲଢ଼ିବା ସତରେ
ଅଟଇ ବଡ଼ ଆହ୍ଵାନ
ତଥାପି ହିମ୍ମତ ହାରିବାନି ଆମେ
ହୋଇବା ଯେ ସମ୍ମୁଖୀନ।। 0
By ସତ୍ୟ ପ୍ରକାଶ ସେଠୀ

Related posts

ତିନୋଟି ଜିନିଷ three things

satya

ପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ

satya

କାଉ ଓ ହଳଦୀ ବସନ୍ତ

satya

Leave a Comment

Login

X

Register