Satya Prakash
କବିତା

ଅଜବ ମଣିଷ

ଗଜବ ଦୁନିଆ
By ସତ୍ୟ ପ୍ରକାଶ ସେଠୀ
ମଣିଷ ଗୋଟାଏ ଅଜବ ପ୍ରାଣୀ ସେ
ଗଜବ ତାହାର ନିଶା
ସବୁ କଥାରେ ତ ଅନର୍ଥ କାଢ଼ିବା
ଅଟେ ତାର ବଡ଼ ପେଶା।।
ପାନରୁ ଖସିଲେ ଚୂନ କେତେବେଳେ
ଭୁଲିଯାଏ ସବୁ ନିଜେ
ପ୍ରତିବାଦ ସ୍ଵର ଝଙ୍କାର ଝଂକୃତ
କୁତ୍ସିତ ରୂପ କି ବିଜେ।।
ସ୍ଵାର୍ଥାନ୍ଧ ମଣିଷ ସ୍ଵାର୍ଥାନ୍ଧ ହୋଇଣ
କରେ ଯେତେ ନଟଖଟ
ଏତେବେଳେ ତେଣୁ ସବୁ ବିଡ଼ମ୍ବନା
ମନ ହୁଏ କଟକଟ।।

2 ମନ ବେଲଗାମ୍

ନିଦ ତୁମ କାହିଁ ହଜି ଗଲା ବନ୍ଧୁ
ରାତିରେ ଅନିଦ୍ରା ରହି
କ’ଣ ତୁମେ ସବୁ ଲେଖି ଗଲ ଏତେ
କିଛି ଜାଣି ହେଲା ନାହିଁ।।
କଥାର ତର୍ଜ୍ଜମା କରି ପାଉ ନାହିଁ
ସଠିକ ତହିଁ ଉତ୍ତର
ଯାହା ବି କହିଲ ବୁଝି ହେଲା ନାହିଁ
ଉଦ୍ଦେଶ୍ୟ କି ମହତ୍ତର
ସବୁତକ ବୁଝା ଅବୁଝା ରହିଲା
ତୁମଠୁଁ ଉତ୍ତର ବାକି
ବୁଝୁ ନାହିଁ ବୋଲି ମନ ବେଲଗାମ୍
ଯାଉଛି ଏତକ ବକି।।
ପାଶୋରି ପାରୁନି ଯେଣୁ ଦେଲ ଗାଳି
କହି ଅପଶବ୍ଦ ରାଜି
କେମିତି ଭୁଲିବି ଚେତନା ରାଇଜେ
ଯାଉଛି ମୁଁ ତ ହଜି।।
By ସତ୍ୟ ପ୍ରକାଶ ସେଠୀ

Related posts

ଠେକୁଆ ଓ କଇଁଛ

satya

ମହା ବିନାଶ

satya

ପୋଖରୀ ଓ ତଟିନୀ

satya

Leave a Comment

Login

X

Register