Satya Prakash
କବିତା

ଏକତା ଦିବସ

ଏକତା ଦିବସ

ଲୌହ ମାନବଟି ଅଟ ପରା ତୁମେ
ସର୍ଦ୍ଦାର ବଲ୍ଳଭ ଭାଇ
ଲୁହା ପରି ତୁମେ ହୋଇଥିଲ ଛିଡା
ଭାରତ ସୀମାନ୍ତେ ଯାଇ।।
ତୁମେ ଥିଲା ବେଳେ ଶତୃ କମ୍ପୁଥିଲା
ଭୟରେ କାତର ହୋଇ
ଏବେ ତ ଫୁଟାଣି ଟିପ୍ପଣୀ ରଖୁଛି
ବାହାସ୍ପୋଟିଆ ଦେଖାଇ ।।
ଫେରି ଆସ ତୁମେ ତୁମ ଭଳି ନେତା
ଦେଶକୁ ଜରୁରୀ ଅତି
ଦେଶର ସୁରକ୍ଷା ବିପନ୍ନ ହୋଇଛି
ବିପଦ ସଂକୁଳ ଜାତି।।
ଜନ୍ମ ତିଥି ତୁମ ଏକତା ଦିବସ
ରୂପେ ପରା ଆମେ ପାଳେ
ଦେଶକୁ ରଖିବା ସୁରକ୍ଷିତ ତେଣୁ
ଏହି ଏକତାର ବଳେ।।
ଜାତି ବର୍ଣ୍ଣ ଧର୍ମ ଭେଦଭାବ ଭୁଲି
ଏକୀକରଣର ମନ୍ତ୍ରେ
ଅଭିଭୂତ ହେବା ଗିରି ଗୁହା ଭେଦି
ଗୁଞ୍ଜରିତ ହେଉ କର୍ଣ୍ଣେ।।

Related posts

ଉପଦ୍ରବୀ fani

satya

ଜୀବନ ଗଣିତ ବହି jibana ganita bahi

satya

ତାର ଓ ଲୌହ ଦଣ୍ଡ

satya

Leave a Comment

Login

X

Register