କାଳିଆ ତୁ ଅଛୁ ନା ପୁଣି ନାହୁଁ
ଅନାସ୍ଥାଟା ମୋ ଭିତରେ
କେବଳ ଯେ ମୋଠିଁ ନରହି ସୀମିତ
ଅନେକ ମଧ୍ୟରେ ଉଙ୍କେ।
ତୁ ତୋ ଉପସ୍ଥିତି ନା କେବେ କରିଛୁ
ଜାହିର୍ ନା ସେ ପ୍ରତ୍ୟେକ୍ଷ
ଭକ୍ତ ତେଣୁ ବୁଝେ ପାରେନା କାଁ ବୁଝି
ଅଦୃଶ୍ୟ ତୁ ଅପ୍ରତ୍ୟେକ୍ଷ।
ତୁ ସବୁରି ହୃଦେ ମୂଳରେ ସବୁରି
ବୁଝିବା ତୋରେ ଯେ କଷ୍ଟ
ମୋତେ ତେବେ କିଆଁ ହେବନି ଦୁର୍ବୋଧ
ହେଲେ ମୁଁ ଶରଣାଗତ।
ବୁଝି ଲାଭ ନାହିଁ ବୁଝିଲେ ଅଡୁଆ
ଅଦ୍ଭୁତ ତୋ ସୃଷ୍ଟି ଲୀଳା
କେତେ କେତେ ମୁନି ଅସଫଳ ରୁଷି
ତହିଁକି ଆମେ ବିଫଳ।
ହେଲେରେ କାଳିଆ ଥାଆ ତୁ ନଥାଆ
ରଖିଥା’ ମୋ ପଣ ହେଜେ
ମରିବାର ଆଗୁ ଦେଖିବି ରେ ଦିନେ
ନୟନ ପୂରାଇ ତୋତେ।