Satya Prakash
ଗଳ୍ପ

ଅଭିମତ

ଶ୍ରୀ ସତ୍ୟ ପ୍ରକାଶ ସେଠୀଙ୍କ ରଚିତ ଗଳ୍ପ ସଂକଳନଟି ପାଠ କଲାପରେ ମନେହେଲା ପ୍ରବୀଣ କେହି ଜଣେ ଗାଳ୍ପିକ ଏହିପରି ବହି ଲେଖିଛନ୍ତି। ସଂଚିତ ଗଳ୍ପ ମାନଙ୍କରେ କେତେକ ମର୍ମସ୍ପର୍ଶୀ ବାର୍ତ୍ତାଳାପର ଅନ୍ତଧ୍ୱର୍ନି ଯେପରି ରସାଳ ଓ ଛବିଳ କରି ଦେଉଛି ପାଠକର ଆଖିକୁ, ମନକୁ  । “ବୋଉଲୋ” ଏଇ ଗଳ୍ପର ଶୀର୍ଷକଟି କେତେ ଅନ୍ତରଙ୍ଗ ! ଏଥିରେ ପ୍ରକାଶ ପାଇଛି ଏକ ଯନ୍ତ୍ରଣାଦଗ୍ଧ ଆବେଗ ଉଦ୍ବେଗର ଭାବନା  । “ମାଟି ମା-’ ଗଳ୍ପଟି ଗ୍ରାମ୍ୟ ମଣିଷର ସଂଘର୍ଷ  ଓ ସ୍ୱପ୍ନର ସଙ୍କେତ ଦିଏ । ଭାଷା ସାବଲୀଳ ଏବଂ ଅନେକତ୍ର ବର୍ଣ୍ଣନାତ୍ମକ ହୋଇ ଥିବାରୁ ଏଥିପାଇଁ ପରିଶ୍ରମ କରିବାକୁ ପଡ଼େ  । ଏ ଦୃଷ୍ଟିରୁ କଥାକାର ଶ୍ରୀ ସେଠୀ ଗଳ୍ପ ଭିତରେ ତାଙ୍କର କବିତ୍ୱର ସ୍ପନ୍ଦନ ଉପସ୍ଥାପିତ କରି ପାରିଛନ୍ତି  । ନାସ୍ତିବାଣୀ “ଭୋଦେଇ ଖରା” “ଶେଷ କେଇପଦ କଥା” “ଅସ୍ତାଚଳର ସୂର୍ଯ୍ୟ” ଗଳ୍ପ ମାନଙ୍କରେ ବାସ୍ତବତା ଖୋଜି ବାହାର କରିବାକୁ ହୁଏ  । ଗଳ୍ପ ଲେଖନ ଶୈଳୀରେ ଗାଳ୍ପିକର ନୀଜସ୍ୱ ବୋଲି କିଛି ଦାବି କରିପାରେ- ସେ ଦାବି ଯଥାର୍ଥ  । “ସରଗ ତଳେ”, “ନୀଳ ଗଗନର ପଥିକ”, “ବିଜିତା ଆରୋହିଣୀ” ରେ ଗାଳ୍ପିକତା ସହିତ କାଳ୍ପନିକତାର ସାର୍ଥକ ସମନ୍ୱୟ ହୋଇ ପାରିଛି  । “ସ୍ୱୟଂ ସହାୟିକା ଗୋଷ୍ଠୀ” ଗୋଟିଏ ଆଧୁନିକ ନାରୀ ସମସ୍ୟା ଭିତ୍ତିକ ସୁନ୍ଦର କଥାବସ୍ତୁ, ଯାହା ସମାଜ ପାଇଁ ପ୍ରତିଶ୍ରୁତିପୂର୍ଣ୍ଣ  । “କୃତି”, “ଭାଗ୍ୟ”, “ଆଲୋକର ଅନ୍ତରାଳେ” ଶୀତଳ ତୁଣ୍ଡୀ’ ଗଳ୍ପ ଗୁଡ଼ିକରେ ଚରିତ୍ର ଅପେକ୍ଷା ସମାଜ ଚିତ୍ରର ଆଭିମୁଖ୍ୟ ସ୍ପଷ୍ଟ ହୋଇ ଉଠିଛି  । ଗଳ୍ପ ସଂକଳନଟି କଥାକାରଙ୍କ ମନୀଷାର ସ୍ୱାକ୍ଷର ବହନ କରିଛି ।

ଏହା ସମସ୍ତଙ୍କ ପାଇଁ ଆକର୍ଷଣୀୟ  । “ବୋଉଲୋ ଭାରି ଭୋକ  । ମୁଁ ଏବେ କାଗଜ ଖାଉଛି” – ଆରମ୍ଭରୁ ଶେଷଯାଏ ସେହି ଆତ୍ମୀୟତାର ସ୍ୱାଗତୋକ୍ତି  । ‘ମାଟି ମା’ରେ ଏପରି ଗୋଟିଏ ଧାଡ଼ି ଅଛି ଯାହା ସମଗ୍ର ଗଳ୍ପର ମନ୍ତ୍ରବାଣୀ — “ଦିଅ ମା’ ଦିଅ  । ମୋରି ହାତରେ ଟେକିଦିଅ  । ହାତ ପାତି ଦେଇଥିଲା  । ସେଇଠି ମଧ୍ୟ ଝରିପଡ଼ିଥିଲା କୃତଜ୍ଞତାର ଅଶ୍ରୁ ଟୋପେ  । ତୋଟା ତଳେ ବସିଲା  । ଆମ୍ବ ଗଛର ମାଳେ ମାଳେ ଝଙ୍କାଳିଆ ପ୍ରକୃତି ଝୁଲେ”  – ସେଥିରେ ରହିଛ କାବ୍ୟିକ ଅଭିବ୍ୟକ୍ତି  । ‘ନାସ୍ତିବାଣୀ’ ଗଳ୍ପଟି ଗୋଟିଏ ନଦୀକୁ ଆଶ୍ରୟ କରି ତା’ର ବକ୍ତବ୍ୟ ବାଢ଼ିଛି । ପ୍ରଥମ ଧାଡ଼ିରେ ତାହା ବେଶ୍ ବାରି ହୋଇଯାଏ — “କେଡ଼େ ମନ ଖୁସିରେ କୁଳୁକୁଳୁ ହୋଇ ବହି ଯାଉଛି ବିଟପା  । ସତେକି ତା’ର ଜଳକାଚବେଣୀଟା ବେଶ୍ ଅସ୍ତବ୍ୟସ୍ତ ହୋଇ ଉଠୁଛି”  । ‘ଭୋଦେଇ ଖରା’ ଗଳ୍ପରେ  ପ୍ରାକୃତିକ ବିପର୍ଯ୍ୟୟର ଚିତ୍ରକୁ ସଫଳ ଭାବରେ ଅଙ୍କା ଯାଇ ପାରିଛି  – “ମହା ପ୍ରଳୟର ତାଣ୍ଡବ ପରେ ଚାରିଆଡ଼େ ଶ୍ମଶାନର ସ୍ତୁପିକୃତ ପାହାଡ଼”  । “ଶେଷ କେଇପଦ କଥା’ ଗଳ୍ପରେ ଗୋଟିଏ ଚରିତ୍ର ମଧ୍ୟରେ କିଛି ତାତ୍ତ୍ୱିକ ମନନଶୀଳତାର ପରିଚୟ ମିଳେ- “ଆଜି ବିଶ୍ୱାସ କରିହୁଏ ନା, ଏଭଳି ମଣିଷର କ୍ରମ ବିକାଶ କି ସତରେ ସମ୍ଭବ ? ତେବେ କଣ ସବୁ ସମ୍ଭବ; ଯଦି ଉଚ୍ଚାଭିଳାଷ ଓ ତାକୁ କାର୍ଯ୍ୟକାରୀ କରିବାର ଐକାନ୍ତିକ ପ୍ରଚେଷ୍ଟା ଓ ସାଧନ ମଣିଷ ପାଖରେ ଥାଏ” । ଅସ୍ତାଚଳର ସୂର୍ଯ୍ୟ” କଥାଟି ମୂଳରୁ ରହସ୍ୟମୟ ମନେହେଲେ ମଧ୍ୟ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଖୁବ୍ ସରଳ ଓ ସ୍ୱାଭାବିକ ହୋଇ ପାରିଛି -” ଦେହର ଉଷ୍ଣତା କମିଯାଇଛି  । କିନ୍ତୁ ମୃତ ସୂର୍ଯ୍ୟର ପରେ ପୁଣି ଜନ୍ମ ନେବ ଏକ ନୂତନ ସୂର୍ଯ୍ୟ ଆଜି ବର୍ଷା ରାତି  । ସେଦିନ ବି ଥିଲା ବର୍ଷା ରାତି, ଯେଉଁଦିନ ବାସନ୍ତୀ ନବବଧୂ ସାଜି ଆସିଥିଲା ” । ‘ସରଗ ତଳେ’ ଗଳ୍ପରେ ଯେଉଁ ଜ୍ୱାଳା କଥା ବସ୍ତୁକୁ ଆକ୍ରାନ୍ତ କରିଛି ତା’ର ଆଭାସ ମିଳେ-“ଏଇ ଚିତା ଜଳୁଚି ଜୁକୁ ଜୁକୁ ହୋଇ  । ସନିଆ ମା’ ପୋଡ଼ା ହୋଇଥିଲା କାଲି  । ଦୁଇଟା ପ୍ରାଣ, ଦୁଇଟା ଦେହ ଥିଲା ଏକା  । ଆଜି ବି ଏକ । ଏକ ହୋଇ ଉଠିଯାଇଛନ୍ତି କାଳ ନର୍ତ୍ତନମୟ ସମୁଦ୍ର ବକ୍ଷକୁ  । ଏକ ହୋଇ ଉଡିଯାଇଛନ୍ତି ବେଳା ଭୂମିକୁ — ପାର୍ଥୀବରୁ ଅପାର୍ଥୀବକୁ — ଯାହା ଚିରନ୍ତନ ଶାଶ୍ୱତ   । ‘ନୀଳ ଗଗନର ତଳେ’ ଗଳ୍ପଟିରେ ଆରମ୍ଭରୁ  ଭଲ ଲାଗିଲା ଭଳି ବର୍ଣ୍ଣନା- “ମୋଡ଼ି ହୋଇ ପାହାଡ଼ ଚୂଡ଼ା ବଢ଼ି ଯାଇଥିଲା ଉପରକୁ — ଖୁବ୍ ଉପରକୁ । ଆଜି ଦୁଇଟି ମନରେ ଅପୂର୍ବ ଆନନ୍ଦ, ଅପୂର୍ବ ସାହସ  । ସତେ କି ସେମାନେ ଅସୀମ ଆକାଶର ବାଦଲ, ନୀଳ  ବାରିଧିର ଉତ୍ତାଳ ତରଙ୍ଗ”  । ‘ବିଜିତା ଆରୋହିଣୀ’ ଗଳ୍ପରେ ବୈବାହିକ ଜୀବନର ଗୋଟାଏ ଅବଶ୍ୟମ୍ଭାବୀ  । ଗାଳ୍ପିକ ଅଭିବ୍ୟକ୍ତି -” କିନ୍ତୁ ବିଜୟ କେମିତିବା ହାର ମାନିବ  । କେତେ ଅବା ସେ ନାରୀର ଛଳନା ପାଖରେ ଟାଣ ଦେଖାଇ ପାରିବ”  । ‘ଆମ ସ୍ୱୟଂ ସହାୟିକା ଗୋଷ୍ଠୀ’ ସେହିପରି ଏକ ସାମାଜିକ ପ୍ରସଙ୍ଗ  । ‘କୃତି’ ଗଳ୍ପରେ ପ୍ରଥମରୁ କୁହାଯାଇଛି – “ଏଇ ଦେଖ ଆକାଶ ବକ୍ଷରେ… ସେ କ’ଣ ? ଓଃ ସେହି ମହାପୁରୁଷ ମାନଙ୍କର ଚିତ୍ରନା  ।’ଭାଗ୍ୟ ‘ଗଳ୍ପଟିର ଚରିତ୍ର ସଂଳାପ ଭଲ ଲାଗିଲା  ।” ବାରୁ ଭାଇ ! ବାରୁ ଭାଇ ! ହଠାତ୍ କେଉଁ ଏକ ଶବ୍ଦର ଆଘାତରେ ଚମକି ପଡ଼ିଲା ବାରୁ  । ଏ ତ ସେହି ପରିଚିତ ସ୍ୱର  । ସେହି ଅମ୍ବୀ କିନ୍ତୁ ବର୍ଷା ଝଡ଼ରେ, ଏ କ’ଣ ସମ୍ଭବ” ?ଆଲୋକର ଅନ୍ତରାଳେ “ଗଳ୍ପଟିରେ ଦେହର ଦହନ ସଂକ୍ରାନ୍ତ ଏକ ପ୍ରସଙ୍ଗ ବର୍ଣ୍ଣିତ, ଯେଉଁଥିରେ ଜଣେ ଲେଖକ ଓ ଜଣେ ଛାତ୍ରୀ ଭିତରେ ଆକର୍ଷଣ ପ୍ରେମରେ ପରିଣତ ହୋଇଛି  -” ଇତିହାସ ଖୋଲିବାକୁ ନିଦେ୍ର୍ଦଶ ଦେଲେ ଜୀବନ ବାବୁ  । ଅଲରାଉଣ୍ଡର ଶିକ୍ଷକ ସେ  ।ଉଦ୍ୱିଘ୍ନ ଭାବରେ ସେ କହି ଚାଲିଥିଲେ ମୋଗଲ ବଂଶ ଉପରେ  । ଦିଲ୍ଲୀର ବାଦ୍ଶାହା ଶାହାଜାହାନ୍ ଶ୍ରେଷ୍ଠ ପ୍ରେମିକ ପୁରୁଷ ସେ  । ଏଇ ଦେଖ କେତକୀ! ସେହି ପ୍ରେମିକ ପୁରୁଷ ଶାହଜାହାନଙ୍କ ଚିତ୍ର  । କେତକୀର ହାତ ଟାଣି ରଖିଲେ  ଚିତ୍ର ଉପରେ  । କ୍ରମଶଃ ଉତ୍ତେଜିତ ହୋଇପଡ଼ୁଥିଲେ ସେ”  । ‘ଶୀତଳ ତୁଣ୍ଡି’ ଆମ ସମାଜର ପରଂପରାରେ ନିଗଡବଦ୍ଧ ଯୌତୁକ ପ୍ରଥାର ଗୋଟିଏ ବାସ୍ତବ ଚିତ୍ର  -” ବାପ ଘରେ ଏତିକି, ଲଳିତା ଜୀବନର ଶେଷକଥା, ଶେଷ ପର୍ଯ୍ୟାୟ ….. ଆଉ ମଣିଷ ଜାତିର ଶ୍ରେଷ୍ଠ ସଭ୍ୟତା କୁସଂସ୍କାର ଯୈାତୁକ ଦାବି” ।

ମୋର ହୃଦବୋଧ ହେଉଛି ଗଳ୍ପ ଗୁଡ଼ିକ ମଣିଷ ଜୀବନର ସତ୍ୟ, ସ୍ୱପ୍ନ ଆଉ ସମ୍ଭାବନାକୁ ପାଠକ ମାନଙ୍କ ନିକଟରେ ଆଦୃତି ଲାଭ କରିବାରେ ସମର୍ଥ ହୋଇ ପାରିବ  ।

 

(ଅନ୍ନଦା ପ୍ରସାଦ ରାୟ)

Related posts

ଶୂନ୍ଶାନ୍ ରାତି

satya

ଆରମ୍ଭ

satya

ନିଶା 2

satya

Leave a Comment

Login

X

Register