Satya Prakash
  • Home
  • କବିତା
  • ଆଖି ସାମ୍ନାରେ ଦେଖୁଛି ଦୁନିଆଟା କିପରି
କବିତା

ଆଖି ସାମ୍ନାରେ ଦେଖୁଛି ଦୁନିଆଟା କିପରି

ଆଖି ସାମ୍ନାରେ ଦେଖୁଛି
—by ସତ୍ୟ ପ୍ରକାଶ ସେଠୀ
Things I can see from where I’m sitting now
ମୁଁ ଏଇଠି ବସିଛି, ହେଲେ ଆଖି ସାମ୍ନାରେ ଦେଖୁଛି
ଦୁନିଆରେ କେଉଁଠି କେମିତି କ’ଣ ସବୁ ଘଟୁଛି
ଗୋଟି ଗୋଟି କରି ସେ ସମସ୍ତ ବଖାଣି ବସୁଛି
ମୋ ମାନସ ପଟେ ଯାହା କିଛି ଦୃଶ୍ୟମାନ ହେଉଛି
ଚାରିଆଡ଼େ ପୃଥିବୀଟା କେମିତି ସବୁ ବିବର୍ଣ୍ଣ ପାଲଟିଛି
ଧାଇଁ ଧରସଣ ହା ହୁତାଶନ କାନ୍ଦୁରା ଦିଶୁଛି
ଅଶାନ୍ତି ଅସନ୍ତୋଷର ଝଡ଼ ପରିବ୍ୟାପ୍ତ ହୋଇଛି
ମେଘାଛନ୍ନ ଆକାଶ ଘଡଘଡି ନାଦରେ କମ୍ପୁଛି
ବିଜୁଳି ଚମକି ଭିତ୍ତିପ୍ରସ୍ତର ଦୋହଲି ଯାଉଛି
ମାନବୀୟ ମୁଲ୍ୟବୋଧ ଦୁଷ୍ପ୍ରାପ୍ୟ ପ୍ରାୟ ହୋଇଛି
ସ୍ଵସ୍ୱାର୍ଥୈ ନିମଜ୍ଜିତ ସ୍ଵାର୍ଥନ୍ବେଷୀ ମଣିଷ ଉଣ୍ଡୁଛି
ଖାଲି ଘୁମେଇ ଫେରେଇ ବାଟ ଭାଙ୍ଗି ବାଟ ଛେକୁଛି
ଗୋଡଟଣା ନୀତିରେ ଅହରହ ପଛକୁ ଟାଣୁଛି
ଅହିଂସାର ନୁହଁ ସେ ଯେ ହିଂସାର ପଥ ବାଛିଛି
ନୀତି ନାହିଁ ଏଠି ସବୁ ଅନୀତିର ଖେଳ ଚାଲିଛି
ଶାନ୍ତି ଅଶାନ୍ତିର ଚକ୍ରବ୍ୟୁହେ ବାଟବଣା ହୋଇଛି
ସମସ୍ତେ ଯେ ଅବାଟୁଆ ବାଟୁଆ ଅବା କେ ଅଛି
ବାଟ ଦେଖାଇବ ବାଟ କାହିଁ ମୋତେ ଦିଶୁଛି
ମୁଁ ଏଠି ଏକାକୀ ବସିଛି ଭାବୁ ଭାବୁ ସିନା ଲେଖୁଛି
ହେଲେ ଡାଆଣା ହେବା ମୋର ବା କି ଦରକାର ଅଛି
ଏମିତି କେଉଁ ଭଲ ଲୋକ ଗୁଡ଼ାକ ମୋତେ ମିଳିଛି
ତାଙ୍କ ପାଇଁ ଆଗଭର ହୋଇ ମୁଁ ଯେ ମିଛେ ମରୁଛି
ଚାଲୁ ଦୁନିଆଟା ସେଇମିତି ଯେମିତି ସେ ଚାଲିଛି
ଯେପର୍ଯ୍ୟନ୍ତ ନିଜକୁ ନିଜେ ବଦଳେଇ ନପାରିଛି

Related posts

ଅଟଳ ମହାମେରୁ

satya

ମୁଁ କାଁ ଭଲ ପାଏ

satya

ହେ ଆସୁନ! ଆସ!!

satya

Leave a Comment

Login

X

Register