Satya Prakash
  • Home
  • Uncategorised
  • ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ
Uncategorised

ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ

ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ
By ସତ୍ୟ ପ୍ରକାଶ ସେଠୀ
ଗଣତନ୍ତ୍ର ରାଷ୍ଟ୍ର ଜନ ହିତକର
ଯେଉଁଠି ଗଣଙ୍କ କଥା
ଗୁରୁତ୍ୱପୂର୍ଣ୍ଣଟି ସର୍ବାଗ୍ରେ ଯେ ଗଣ୍ଯ
ସରକାର ବୁଝେ ବ୍ୟଥା।।
ନୁହଁଇ ଏହା ଯେ ଆଧୁନିକ ସ୍ରୁଷ୍ଟି
ବେଦର ବିଚାରଧାରା
ସଭା ଓ ସମିତି ବେଦ ଶବ୍ଦ ଦ୍ବୟ
କହେ ଉକ୍ତ ଭାବଧାରା।।
ଡ଼େମୋକ୍ରାସି ଶବ୍ଦ ଡେମୋସ୍ ତଥା
କ୍ରାଟସରୁ ଆସିଅଛି
ଯାହାର ଅର୍ଥଟି ଗଣ ଓ ଶାସନ
ଗଣତନ୍ତ୍ରେ ତା ରହିଛି।।
ରାଜା ରାଜୁଡ଼ାର ଶାସନ ଯାଇଛି
ଆସିଛି ଏ ଜନତନ୍ତ୍ର
କମ୍ଯୁନିଷ୍ଟ ହେଉ ଅବା ଡ଼ିକ୍ଟେଟରସିପ
ଚଳିବନି ତାଙ୍କ ତନ୍ତ୍ର।।
ପୃଥିବୀ ପୃଷ୍ଠରେ ଆଧିକାଂଶ ଦେଶେ
ଏହି ବ୍ୟବସ୍ଥାଟି ଚଳେ
ଯେଉଁଠି ନେତାଏ ଜନତାର ହାତେ
ନିର୍ବାଚିତ ହୁଏ ବଳେ ।।
ଏପରି ସୁନ୍ଦର ଶାସନ ବ୍ୟବସ୍ଥା
ଦେଇପାରେ ଯେଉଁ ସଂସ୍ଥା
ସେପରି ଶାସନ କାମ୍ୟ କରେ ଆମେ
ଧନ୍ୟ ଗଣତନ୍ତ୍ର ସ୍ରଷ୍ଟା।।
Happy democracy day
16 Sept

Related posts

ଅଟଳଜୀ

satya

ଦିଅଁଙ୍କୁ ମୁଁ ଦେଖି ନାହିଁ

satya

ମୁଁ ଆଉ ତୁମେ

satya

Leave a Comment

Login

X

Register