Satya Prakash
କବିତା

ଆଲୋକ ଦିଅ ହେ ଜାଳି

ତୁମେ ଜ୍ଞାନୋଦୀପ୍ତ ଆଲୋକ ବର୍ତ୍ତିକା 

ଆଲୋକ ଦିଅ ହେ ଜାଳି

ମୁଁ ତମସାଛନ୍ନେ ପାରୁନି ନିଜକୁ

ଜ୍ଞାନରେ ଉଜଳ କରି।। 1

ତମସ କାଳିମା ଲଘିମା ଲଭିବା

କେସନେ କୁହ ସେ ଫେଡ଼ି

ମୋତେ ଦିଶୁ ନାହିଁ ଅନ୍ଧକାରେ ପଥ

ଯାଉଛି ମୁଁ ବାଟ ହୁଡ଼ି।। 2

ତୁମେ ତ ଆଲୋକ ତୁମେ ଅନ୍ଧକାର

ଦିବା ନିଶି ଖେଳ କର

ଆଲୋକ ଅନ୍ଧାର ଲୁଚକାଳି ଖେଳେ

ମୁଣ୍ଡ ଘୂରିଯାଏ ମୋର।। 3

ନୋହିଲେ ଟିକିଏ ଦରଶନ ଭଲା

ଦିଅନ୍ତ ଅଧମେ ବେଳେ

ଜ୍ଞାନ ଚକ୍ଷୁ ମୋର ଯାଆନ୍ତା ଯେ ଖୋଲି

ମୁକତି ଲଭନ୍ତି କାଳେ।। 4

ମିଛ ଦୁନିଆରେ ମାୟା ପାରାବାରେ

ପଡ଼ି ନର ଛଟପଟ

ପାଉନି ମୁଁ ଖୋଜି ଗତି ବା ମୁକତି

କେତେ ଯେ କରିବି ଝଟ ।।0

Related posts

ଆନ୍ତର୍ଜତୀୟ ଅଗ୍ନିଶମ ଦିବସ

satya

ହେ ଭକ୍ତ ବଂଶବଦ

satya

ପ୍ରଣାମୀ

satya

Leave a Comment

Login

X

Register