Script ଏକ ହାସ୍ୟ କଥା
——by ସତ୍ୟ ପ୍ରକାଶ ସେଠୀ
-ଲୋ ଠାକୁ ମା! କୁଆଡେ ଯାଇଥିଲୁ କି?
-ତୁ କିଏ କହନି? ତୁ ସେ ଉପର ସାହିର ହଗୁରା କି ବେ?
_ହଁ ଠିକ୍ ଚିହ୍ନିଲୁ! ଆଖିର ଦିରଶ ପାଉନି ତୁ କରିବୁ କ’ଣ…
_ହଁରେ ଏ ଦଶା ଦିଆ ଆଖିଟାରୁ ଦିରିଶ ଶକ୍ତି କେଉଁଦିନ ଠାରୁ ଗଲାଣି।ପାଟି ବାରି ଯାହା ଖାଲି ଜାଣୁଛି ନା..
_ତୁ ସକାଳୁ ସକାଳୁ କୁଆଡ଼େ ଯାଇଥିଲୁ ବା?
_କ’ଣ କରିବିରେ ହଗୁରା! ଆର ସାହି ନାହାକ ପୁଅ ପାଖକୁ ଟିକିଏ ଯାଇଥିନି। ଏଇ କେଉଁଦିନ ନୁନେଇ ହେବ.. ସେଇ କଥା ଟିକିଏ ବୁଝୁଥିନି।
_ହଁ କ’ଣ ବୁଝିଲୁ… କେଉଁଦିନ ନୁନେଇ… ହେଲେ ସେ ନୁନେଇ କଣ କି ଲୋ!
_ଆରେ ତୁ ଜାଣିନୁ ନା.. ହଁ ତୁ ପିଲା ପିଚିକା କ’ଣ ଜାଣିବୁ।ମୋ ଶାଶୁ ନାଁ କଣ କହିଲୁ?
_ଇରେ ଶଳା ମାଇଲା! ୟା ଶାଶୁ ନାଁ ମୁଁ ମନେ ରଖିବି।.. ଇଲୋ ପୁନେଇଁ କି..?
_ହଁ.. ହଁ.. ସେଇ.. ସେଇଟା କେଉଁଦିନ ପଡ଼ିବ, ବୁଝିବାକୁ ଯାଇଥିନି
_ଓଃ… ଏତେ ଗୁମର କଥା… ମୁଁ କି ଜାଣିବି ଭିତିରି କଥା। ତୁ ତ ଜ୍ଞାନ ଦେଇ ମାଲୁଣୀ.. ହୋଉ .. ନାଏକ କ’ଣ କହିଲା.. କହିଲୁ?
_ନାହାକ କହିଲା ନୈତ୍ର ମାସ ନନ୍ଦର ଦିନେ ନୁରୁ ବାରେ ନୁନେଇ।
_ଯା’ ଶଳା.. ଏତେ ଲମ୍ବା? ଆଲୋ କୋଉଦିନ ନାଏକ କହିଲା କହୁନୁ? ତୁ ଏତେ ଲମ୍ବେଇବୁ ମୁଁ କ’ଣ ବୁଝିବି?
_ହଁ.. ଶୁଣୁ.. ଶୁଣୁ.. ତୁ ଆଗ ନାହାକ ବୁଝିଲୁ ନା..?
_ହଁ ନାଏକ.. ନାଏକ ମାନେ ଜ୍ୟୋତିଷ। ସେଇଠୁ କ’ଣ ହେଲା? ତା’ପରେ ଲମ୍ବିଲା ନୈତ୍ର ମାସ। ଇଲୋ ଏ ନୈତ୍ର ମାସ କ’ଣ କି ଲୋ?
_ତୁ ବୁଝିଲୁ ନା ହଗୁରା! କିଛି ବୁଝୁନୁ ।ଆରେ ମୋ ବର ନାଁ କଣ କହନି?
_ମାଇଲା ପକେଇ କି ତା ବର ନାଁ ସେ ଜାଣିନି.. ମୁଁ କହିବି..ହଁ ଚୈତା.. କଣ ହେଲା ସେଠୁ?
_ହଁ.. ହଁ.. ସେଇ ମାସ
_ଚୈତ୍ର ମାସ..?
ଠିକ୍ ତୁ ଧରିଛୁ। ଆରେ ମୁଁ ପୁରୁବ କାଳିଆ ଲୋକ.. କ’ଣ ମୋ ବର ନାଁ ମୁଁ ଧରିଥାନ୍ତି?
_ନାଁ ମୋଟେ ନୂହେଁ। ବର ନାଁ କାହିଁକି ଧରିବୁ? ଏଇମିତି ଲମ୍ବିବୁନା..
ହଉ ପୁଣି ନନ୍ଦର ଦିନ କ’ଣ କହନି?
_ଆରେ! ଧେତ୍ ତୁ’ଟା କ’ଣ ପୁରା ମୂର୍ଖଟା କି ବେ..? ଆରେ ପୁଣି ପାଠ ସାଠ ଦୁଇ ଅକ୍ଷର ପଢିଛୁ ବା..?
_ହଁ ପଢିଲେ କ’ଣ ହେବ? ଆମ ଶାସ୍ତ୍ରରେ ଏ ନନ୍ଦର ଦିନ କ’ଣ ଲେଖା ହୋଇଛି.. ନା.. ଆମେ ତୋ ଭଳିଆ ପୁରାଣ ଶାସ୍ତ୍ର ପଢିଛୁ? ଯାହା ହେଲେ ବି ତୁ ପୁରୁଖା ଲୋକ। ପୁରାଣ ଶାସ୍ତ୍ର ଉପରେ ତୋର ପି. ଏଚ୍. ଡି ଅଛିନା.. ଆଉ.. ହୋଉ.. ଏବେ ନନ୍ଦର ଦିନ ପୁରାଣ ଶାସ୍ତ୍ରରୁ ଅଧ୍ୟାୟେ ଖଣ୍ଡ କାହନି…?
_ମୋ ଶ୍ୱଶୁର ନାଁ କ’ଣ ଜାଣିଛୁନା..?
_ଶଳା ମଣିଷ ମଲା (audience କୁ ଚାହିଁ) ୟା ଶ୍ୱଶୁର ନାଁ ୟାହାପ ୟାକୁ ଜଣା ନାହିଁ ମୁଁ କହିବି.. ହଁ
_କ’ଣ କହନି
_ପଞ୍ଚୁଆ.. ପଞ୍ଚାନନ କାନୁନ୍ ଗୋ.. ସେଠୁ କ’ଣ ହେଲା ମୋ ବୋପାର..?
_ରହବେ ତୁ ସେଇଟି ଟିକିଏ ବ୍ରେକ୍ ଦଉନୁ। ସେଇ 1ମ ଅକ୍ଷର ଆରମ୍ଭ ସଂଖ୍ୟା କହିଲୁ?
_ପାଞ୍ଚ
_ହେ!.. ନା.. ଆଉ ଟିକିଏ ଆଗକୁ ଯା’
_5,6,7,8,9,10..
_ପୁଣି ଅଟକିଲୁ କାହିଁକି..? ଆଉ ଟିକିଏ ଆଗା…
_11,12,13,14,15,16,17….
_ରହବେ! ଏତେ ଆଗାନି..? ଦି ପାଦ ପଛକୁ ଫେରେ…
_ଓଃ.. ଦି ପାଦ ପଛକୁ ତ.. ତାହେଲେ ଶୁଣ! Ready, start 17,16,15…
_ହଁ.. ହଁ.. ସେଇ… ସେହି ଦିନ
_ଓଃ.. ହୋ.. ନାହାକ କହିଲା ନୈତ୍ର ମାସ ନନ୍ଦର ଦିନ ମାନେ.. ଚୈତ୍ର ମାସ ପନ୍ଦର ଦିନ
_ହଁ
_ମୋ ଫେଣ ଖସେଇ ଦେଲାରେ ୟାହାପ ବୁଢୀ (audience କୁ)… ତା’ପରେ “ନୁରୁ ବାରେ” ସେଇଟା ପୁଣି କ’ଣଲୋ?
_ତୁଟା ସୁଦ୍ ମୂର୍ଖଟା। କିଛି ବୁଝୁନୁ।ହଉ ଛାଡ଼.. ମୋ ଦେଢଶୂର ନାଁ କ’ଣ କହିଲୁ?
_କାହିଁକି …କହିବି ନାହିଁ ଯା ‘.. (ବଡ଼ ପାଟିରେ ଛିଗୁଲେଇକି ) ମୋର ମନେ ନାହିଁ…
_ମନେ ନାହିଁ ତ ଶୁଣିବୁ ଚୋପା _ରହ.. ମୁଁ ଟିକିଏ ତୋ ଫର୍ମୁଲାଟା ବୁଝେ। ନୁରୁ ବାର _କୁରୁ, ଖୁରୁ, ଗୁରୁ.. ହଁ.. ହଁ.. ଶଳା ଏଥର ଧରିଛି। ଗୁରୁ ବାରରେ… ହଁ ତ.. ଗୁରୁ ବାର.. ଠାକୁ ମା! ଗୁରୁ ବାର କି? _ଆରେ ହଁ ତ… ତୁ କେମିତି ଜାଣିଲୁ? ମୁଁ ତ କହିନି। ତୋର ତାହେଲେ ବୁଦ୍ଧି ଅକଲ ଅଛି.. ଆଉ
_ନା ଲୋ! ମୋର ବୁଦ୍ଧି ଅକଲ ନଥିଲା। ହେଲେ ଏବେ ଉଦୟ ହେଲା। ତୋ କଥା ଶୁଣି… ୟାହାପ କ’ଣ କହିବି ତୋତେ…
_କ’ଣ କିଛି କହିଲୁ କି ମୋତେ?
_ନାଁ ଲୋ!.. ରହ ପୁରା ଫର୍ମୁଲା apply କରି କହୁଛି। “ନାହାକ କହିଲା ନୈତ୍ର ମାସ ନନ୍ଦର ଦିନେ ନୁରୁ ବାରେ ନୁନେଇ “ମାନେ ନାହକ-ନାଏକ, ନୈତ୍ର – ଚୈତ୍ର, ନନ୍ଦର – ପନ୍ଦର, ନୁର-ଗୁରୁ, ନୁନେଇ – ପୁର୍ଣ୍ଣମୀ। ହଁ ଏଥର କହି ଦେବି..
_କହ ଦେଖି ପୁଅ.. କେତେ ତୋର ଜ୍ଞାନ ଦେଖିବା..
_ଉଁ.. ପାଠ ମାନେ… ଯାହା ପଢିଥିଲି… ଏଥର ତୋ ଭଳିଆ ଗାଇଡ୍ ପାଇ ପୁରାପୁରି ପି. ଏଚ୍. ଡି କଲି ନା.. ଶୁଣୁ.!ନାହାକ କହିଲା ନୈତ୍ର ମାସ ନନ୍ଦର ଦିନେ ନୁରୁ ବାରେ ନୁନେଇ… ମାନେ – ନାଏକ କହିଲା ଚୈତ୍ର ମାସ ପନ୍ଦର ଦିନେ ଗୁରୁ ବାରେ ପୂର୍ଣ୍ଣମୀ.. ମାନେ ପୂର୍ଣ୍ଣମୀ…
_ହଁରେ ପୁଅ! ଏକଦମ୍ ଠିକ୍ କହିଲୁ। ଏଥିରେ ଲେସ୍ ମାତ୍ରେ ଭୂଲ ନାହିଁ.. ବଢିଆ କହିଲୁ..
_ତୋ ମାଆ ମରୁକି! କହିଲା କ’ଣ ନା.. ଠିକ୍ କହିଲୁ। ମୂର୍ଖ ବୁଢୀ କୋଉଠିକାର! ଏତିକି କହିବ ବୋଲି ମୋ ଦିନଟା ସାରା ମାଡ ଖୋଇ ଦେଲାଣି।
_ହଉ ଯାଉଛିରେ ପୁଅ! ମନେ ମନେ ଗାଳି ଦେଉଥା..
_ହଁ ଯା’.. ହେଲେ ଆନାନି! ଏଇମିତି ଲମ୍ବେଇ କହୁଥା’.. ନୈତ୍ର ମାସ ନନ୍ଦର ଦିନେ ନୁରୁ ବାରେ ନୁନେଇ। ମୋଟେ ମରିବୁ ନାହିଁ ଲୋ ବୁଢୀ! ତୋ ବୟସ ଆହୁରି ଏଇମିତି ଲମ୍ବି ଯାଉ ଥାଉ… ମରୁନୁ ମୂରୁଖ ବୁଢୀ । ତୋ ଚାରି ଖୁରାକୁ ଜୁହାର୍… ହେ ମାଆ କଟକ ଚଣ୍ଡି! ଏମାନଙ୍କୁ ପାରି କର ।ପ୍ରୌଢ ଶିକ୍ଷା.. ନାରୀ ଶିକ୍ଷା.. ସର୍ବ ଶିକ୍ଷା… ଜୟ ଭଗବାନ…
previous post