ମୁଁ ଯଦି ଯାଆନ୍ତି ଦେବତାଟି ହୋଇ
ସବୁ କିଛି ଦେଖୁଥାନ୍ତି
ନୀରବରେ ରହି ହେଲେ କାହାରିକୁ
କହନ୍ତିନି ସେତେ କିଛି।। 1
ସମସ୍ତଙ୍କୁ ମୁଇଁ ପାଆନ୍ତି ଯେ ଭଲ
ନଦେଇ କାହାକୁ ଦଣ୍ଡ
କେବଳ ଦେଖନ୍ତି ଆଖି ଯେ ତରାଟି
କେଉଁଠି ହେଉଛି କ’ଣ।। 2
ମୋର ନାହିଁ ଚିନ୍ତା ତୁମେ କଲ କ’ଣ
ଭଲ କି ମନ୍ଦ ସେ କେତେ
କାରଣ ମୋ ଜୁରୀ ବିଚାରଟି ଦେବେ
ଜୀବନର ଶେଷ ବେଳେ।। 3
ତୁମ ପାଳି ଏବେ ତୁମେ ସ୍ଥିର କର
ଭଲ କି ଖରାପ କର୍ମ
ମୋ ପାଳି ଆସିଲେ ଶୁଣାଇବି ଦଣ୍ଡ
କର୍ମେ ଭୋଗାଭୋଗ ଫଳ।। 4
ତୁମେ ଭାବୁଥିବ ଦୋଷୀ କାହିଁ ଆଜି
ପାଉନାହିଁ ଦଣ୍ଡାଦେଶ
ଜୀବ ଜଗତରେ ସେ ଗୂଢ଼ ରହସ୍ୟ
ତୁମଠିଁ ବୁଝିବା କଷ୍ଟ।। 5
ମୋତେ ହସ ଲାଗେ ସବୁ ଦେଖି ଶୁଣି
ନୀରବେ ନିରବୀ ଯାଏ
ଅସଲ ଉଦ୍ଦେଶ୍ଯ ତୁମ ମାନବରେ
ବୁଝିବା ସହଜ ନୁହେଁ।। 0
By ସତ୍ୟ ପ୍ରକାଶ