Satya Prakash
କବିତା

କୋଣାର୍କ konark temple

କିମ୍ବଦନ୍ତୀ କହେ କୃଷ୍ଣ ପୁତ୍ର ଶାମ୍ବ
ଆରୋଗ୍ୟ କାମନା କରି
ସୂର୍ଯ୍ୟଙ୍କ ମନ୍ଦିର ଚନ୍ଦ୍ରଭାଗା କୂଳେ
କଲେ ନିର୍ମାଣଟି ସ୍ମରି।। 1
କୃଷ୍ଣ ପତ୍ନୀ ସ୍ନାନ ଗୃହେ ଭ୍ରମେ ଶାମ୍ବ
ପ୍ରବେଶିଣ ବିଚଳିତ
ଅଭିଶପ୍ତ ହୋଇ କୁଷ୍ଠେ ଯେ ଆକ୍ରନ୍ତ
କାଳେ ହେଲେ କବଳିତ। ।2
ରୁଷି ଦେଲେ ଆଜ୍ଞା ଚନ୍ଦ୍ରଭାଗା କୂଳେ
ସୂର୍ଯ୍ୟ ସ୍ନାନ ଯୋଗ କର
ଆଜ୍ଞା ପାଳି ଶାମ୍ବ ହେଲେ ବ୍ୟାଧି ମୁକ୍ତ
ତହୁଁ ଗଢିଲେ ମନ୍ଦିର।। 3
ଇତିହାସ କହେ ନରସିଂହ ଦେବ
ତ୍ରୟୋଦଶ ଶତାବ୍ଦୀର
ସୂର୍ଯ୍ୟ ରଥ ସମ କୋଣାର୍କ ମନ୍ଦିର
ଗଢି ତୋଳି ଥିଲେ ବୀର ।। 4
ଯାହା ଇଉରୋପ ଜଳଯାତ୍ରୀ ଜାଣେ
ବ୍ଲାକ୍ ପାଗୋଡ଼ା ନାମରେ
ସ୍ଥାପତ୍ୟ ଭାସ୍କର୍ଯ୍ଯ ଚାରୁ କଳା ପାଇଁ
ପ୍ରସିଦ୍ଧି ତା’ର ବିଶ୍ୱରେ।। 5
ଚବିଶଟି ଚକ ଆଠ ଗୋଟି ଅଖ
ସାତ ଗୋଟି ଘୋଡ଼ା ପୁଣ
ଏହି ରୂପେ ଭବ୍ଯ ଯାହା ଓଡ଼ିଆର
ଗରବ ଗୌରବ ଜାଣ।। 6
ବାର ଶହ ଜଣ ବଢେଇଙ୍କ ଦାୟ
ଆଉ ରାଜାଙ୍କର ଆୟ
ସବୁ ମିଶି ହେଲା ମନ୍ଦିରଟି ପ୍ରାୟ
ହେଲେ ଧରମାର ଶ୍ରେୟ।। 0

Related posts

ଗୋଡ଼ି ଓ ସିମେଣ୍ଟ

satya

ସେହି ମୁହୂର୍ତ୍ତ

satya

ବିଦେଶଗତାଙ୍କୁ କହିବା କି ପଦେ

satya

Leave a Comment

Login

X

Register