Satya Prakash
କବିତା

ଚାରା ଗଛଟିଏ chara gachhatiae

ଚାରା ଗଛଟିଏ ବାଡ଼ି ବଗିଚାରେ
ରୋପିଲି ନେଇ ଯତନେ
ପବନର ସାଥେ ହୋଇ ଏକ ମେଳ
ଥାଏ ହରଷିତ ମନେ।। 1
ମନ ମତାଣିଆ ଗାଇଣ ସେ ଗୀତ
ଖେଳଇ ଯେ ଦୋଳି ନିତି
ମନ ଉଚ୍ଚାଟିତ ଦେଖିବା ପାଇଁକି
ବଢଇ ଯେ କେତେ ଭାତି ।।2
ଦେଖିଲି ତ ଗୋଟେ ଫୁଟିଲା ଯେ ତହିଁ
ସୁନ୍ଦର ସେ ଫୁଲ ଦିନେ
ଘରକୁ କରିଣ ଅତୀବ ସୁନ୍ଦର
ଉତ୍ସାହ ଭରିଲା ମନେ।।3
କହିବା ପାଇଁ ସେ ଆଗମନୀ ବାର୍ତ୍ତା
ସୁନା ଝର ଡେଣା ଝାଡ଼ି
ପ୍ରଜାପତି ଦଳ ନାଚିଲେ ସତ୍ବରେ
ପ୍ରୀତି ଭରା ତାନେ ରଡ଼ି। ।4
ଗୁଣୁଗୁଣୁ ସ୍ଵନେ ସ୍ଵାଗତିକା ଗାଏ
ଭ୍ରମର ମଧୁର କଣ୍ଠେ
ଆନନ୍ଦ ବିଭୋର ଦେଖି ତା’ର ହସ
ନାଲି ଟହ ଟହ ଓଷ୍ଠେ। ।5
ଖୁସି ଅନୁକ୍ଷଣ ପାରିଲାନି ରହି
କ୍ଷୀଣ ଭଙ୍ଗୁର ସଂସାରେ
ହଠାତ୍ ଫୁଲଟି ପଡ଼ିଲା ଯେ ଝରି
କେଉଁ ଅଜ୍ଞାତ ଦୁଃଖରେ।। 6
ମନରେ ଭରିଲା ବାର୍ଦ୍ଧକ୍ଯ ଯନ୍ତ୍ରଣା
ପାଣ୍ଡୁର ମଳିନ ଶୁଷ୍କ
ଆହା କି ବିଭତ୍ସ କି ସୁନ୍ଦର ଥିଲା
କଅଁଳିଆ ପତ୍ର ପୁଷ୍ପ ।। 7।
ପ୍ରସ୍ଫୁଟିତ ପୁଣି ଯୌବନ ତାହାର
ଗଜାଳିଆ ଟୋକା ପରି
ଏ କି ଅବା ହେଲା ଅକାଳରେ କେବା
ଝରିଗଲା ଗୋଟା ସରି।। 8
କିଏ ବା ରଖିଲା ହିସାବ ଯେ ତା’ର
ଅବ୍ୟକ୍ତ ଯନ୍ତ୍ରଣା ଅତି
କାହିଁକି ଭଲା ସେ ଏତେ ଆୟୋଜନ
ଏହି ଯଦି ପରିଣତି।। 9

Related posts

ବନ୍ୟା ବିଭୀଷିକା kerala flood

satya

ଏକତା ଦିବସ

satya

କଲମ ବଲମ

satya

1 comment

Prakash Jyoti Mahakud 10th August 2018 at 12:57 pm

nice poem

Reply

Leave a Comment

Login

X

Register