Satya Prakash
କବିତା

ଜରାଶ୍ରମ

ଜରାଶ୍ରମ
——by ସତ୍ୟ ପ୍ରକାଶ ସେଠୀ
ଜରାଶ୍ରମେ ଆଜି ହୋଇଥିଲା ଯୋଗ
ବୁଢ଼ା ବୁଢୀ ସଙ୍ଗେ ମେଳି
ଦୁଃଖ ସୁଖ କେତେ ବାଣ୍ଟିଥିଲୁ ମିଶି
ଅଭୂଲା ରହିବା ଭଳି।। 1
ଦୁଃଖ ଅମା ନଦୀ ତୀରେ ବସି ରହି
ଭାବୁକ ପାଲଟି ଗଲି
ମନେ ନିଶ୍ଚୟତା ନ ଥିଲା କିଛି ଯେ
ଘୂରିସାରି ହେଉଥିଲି।। 2
ମନେ ପ୍ରଶ୍ନ ଗୁଚ୍ଛ ମନରେ ଆଶଙ୍କା
ବୁଢ଼ାପଣିଆ କି ବୋଝ
ଜୀବନ ତମାମ ସବୁ ଦେଲା ପରେ
କାହିଁକି ସେମିତି ସୁଝ? 3
ଏମିତି ଦିନେ ବି ତୁମ ବେଳ କାଳ
ହୋଇବ ଯେ ସନ୍ନିକଟ
ସେଦିନ କା ଗୋଡ଼ ଧରିଣ କାନ୍ଦିବ
ନିଜ ଗୋଡ଼େ ମାରି ଚୋଟ।। 4
ହେ ସଭ୍ୟ ଶିକ୍ଷିତ କେଉଁ ଦିନ ଆଉ
ପାଇବ ଚେତନା ଫେରି
ବେଳୁ ବେଳ ଯେବେ ଅସମ୍ଭାଳ ହୁଏ
କିଏ ସେ କରିବ ପାରି? 5

ଅସମ୍ଭାଳ ଆଜି ମଣିଷର ସ୍ଥିତି
ସୁରକ୍ଷିତ ସ୍ଥାନ କାହିଁ
ସୁରକ୍ଷା ନିଳୟ ଭାଙ୍ଗି ଗଲା ପରେ
ନିରାପତ୍ତା ମିଳେ ନାହିଁ।। 6
ବରଂ ତାଠୁଁ ଭଲ ଜରା ନିବାସଟି
ଯହିଁ ଦୁଃଖେ ସମ ଭାଗୀ
ଦୁଃଖ ସୁଖ ସବୁ ବାଣ୍ଟି ନିଏ ମିଶି
ଅବଶିଷ୍ଠ ଭୋଗାଭୋଗୀ।। 0

Related posts

National technology day

satya

ସାହିତ୍ୟ ସଭା

satya

ଅବସ୍ଥା ବେହାଲ୍

satya

Leave a Comment

Login

X

Register