Satya Prakash
କବିତା

ଜାତୀୟ ପଞ୍ଚାୟତିରାଜ ଦିବସ

ପଞ୍ଚାୟତ ରାଜ ଜାତୀୟ ଦିବସ
ଗଣତନ୍ତ୍ର ବଞ୍ଚି ରହୁ
ଜନତାକୁ ମିଳୁ କ୍ଷମତାର ଡୋର
ଅସଲରେ ଆମେ କହୁ।। 1
ବାସ୍ତବ କ୍ଷେତ୍ରରେ ଓଲାଟା ହେଲାଣି
ମନେ ଉପୁଜାଇ ବାଧା
ଜନତାଙ୍କୁ କିଆଁ ମିଳୁନି ସେତେଟା

ଭଣ୍ଡାଇ ଦେଉଛ ଅଧା।। 2
ପଞ୍ଚାୟତ ରାଜ ବ୍ୟବସ୍ଥାକୁ କର

ଆହୁରି ସୁଦୃଢ ବେଶି
ସ୍ଥାନୀୟ ସମସ୍ୟା ଆଂଚଳିକ ନେତା
ବୁଝନ୍ତୁ ସେ ମିଳିମିଶି।। 3
ଯାହାର ସମସ୍ୟା ସେ ସିନା କରିବ

ତହିଁ ର ନିରାକରଣ
ଆଉ କିଏ କାହିଁ ବୁଝିବ ଏତେଟା
ଆମର ଦୁଃଖ କଷଣ।। 0
Happy national panchayat diwash
By ସତ୍ୟ ପ୍ରକାଶ

Related posts

କିଛି ଜାଣ ନାହିଁ ତାତ

satya

Krushna ସାର୍ – ଏକ ଆକଳନ

satya

ବେଦାଗ ବାଦ୍ଶାହା

satya

Leave a Comment

Login

X

Register