Satya Prakash
କବିତା

ତିନୋଟି ଜିନିଷ three things

ତିନୋଟି ଜିନିଷ
—-by ସତ୍ୟ ପ୍ରକାଶ ସେଠୀ
ବଞ୍ଚିଥିଲା ବେଳେ ତିନୋଟି ପାଇଁ କି
ଆମେ ହାଇଁପାଇଁ ହେଉ
ନାମ ଉଚ୍ଚା ହେଉ ବସ୍ତ୍ର ଭଲ ହେଉ
ଘର ବି ସୁନ୍ଦର ହେଉ।।1
ମରି ଗଲା ପରେ ନାଆଁ ପାଖେ ଯୋଡ଼େ
ମୃତ୍ୟୁ ଶବ୍ଦ କଷ୍ଟ ଦିଏ
ପୋଷାକ ବୋଇଲେ ସଫେଦ ଚାଦର
ସମାଧୀ ତା’ ଘର ହୁଏ।।2
ମୃତ୍ୟୁ ହିଁ ତ ସତ୍ୟ ସେ ହିଁ ଚିରନ୍ତନ
ଜାଣି ସିଆଣିଆ ହୁଏ
ସବୁ ଜାଣି ଶୁଣି ଶୋଇ ରହିଲେଟି
ତାକୁ ଚିଆଁଇବ କିଏ। 3

Related posts

ଗୀତ ଗୋବିନ୍ଦ ଓ କବି ଜୟଦେବ

satya

ସମୟର ଆର ପାରି samayar ara pari

satya

ହୋଲିରେ ହୋଲି

satya

Leave a Comment

Login

X

Register