Satya Prakash
କବିତା

ଦୁଷ୍କର

ସମ୍ପର୍କର ସ୍ଵରୂପ ଯେ ବର୍ଣ୍ଣିବାକୁ
ହେଲେ ହେଁ ଆମେ ଅକ୍ଷମ
ଉତ୍ତରର ତାଡ଼ନାରେ ମୁଁ କିନ୍ତୁ ତ
ଖୁବ୍ ବେଶି ଅନର୍ଗଳ। 1।
ଠିକ୍ କେଉଁଦିନ ଗଢ଼ା ହେଲା ନିଅଁ ତୁମ – ଆମ ସମ୍ପର୍କର
ଆଉ ତା’ସ୍ପଷ୍ଟ ଅଭ୍ରାନ୍ତ ସୀମାରେଖା
ତୋଳିବା ସତେ ଦୁଷ୍କର? 2।
ଏବେ କିନ୍ତୁ ଦେଖେ ଏକ ଅଟ୍ଟାଳିକା
ପଛକୁ ଚାହିଁଲେ ଫେରି
ଅନ୍ଧକାର ଦିଶେ ମୋର ଚତୁଷ୍ପାର୍ଶ୍ବ
ଶ୍ବାନ ଶୃଗାଳର ଭେରି। 3।
ଉପରକୁ ଚାହିଁବ ତ ଶୂନ୍ୟତାର
ଏକେ ଯେ ବିରାଟ ଚୂଳ
ଆଖି ସାମ୍ନାରେ ଏ ଅନନ୍ତ ଫେନିଳ
ଉର୍ମିମାଳୀ ଉର୍ମି ମାଳ। 4।
ପାଦ ତଳୁ ଅତଡ଼ା ଖସିବାର ଭୟ
ଭୂମିକମ୍ପ ଉପକ୍ରମ
ଭୟରେ ମନ୍ଥିତ ବିଦୀର୍ଣ୍ଣ ହୃଦୟ
ଆଶଙ୍କିତ ମୋର ଚିତ୍ତ । 5।
ଆଶପାଶ ହାହାକାର ଶୁଭେ ସ୍ବର
ଉପୁଜେ ମନେ ଆଶଙ୍କା
କାଳେ କେବେ ଭୁଷୁଡ଼ି ପଡ଼ିବା ଆର୍ତ୍ତ
ମୋର କିନ୍ତୁ ଶେଷ ଇଚ୍ଛା? 6।
ଏ ମାନବୀୟ ସମ୍ପର୍କ ଆଉ ତା’ର
ମୂଲ୍ୟବୋଧ ରହିଥାଉ
ସେ କେମିତି ଖାଲି ଯୁଗ ଯୁଗ ଧରି
ଏମିତି ନ ତୁଟି ରହୁ। 0।

Related posts

ଅନ୍ଧାର ଓ ଆଲୁଅ

satya

କେହି ଦେଲେ ନାହିଁ ମୂଲ

satya

ମନ ପରା ଗଙ୍ଗା ଜଳ

satya

Leave a Comment

Login

X

Register