Satya Prakash
କବିତା

ନିତି ପ୍ରଣତୀ

ନିତି ପ୍ରଣତୀ
—-by ସତ୍ୟ ପ୍ରକାଶ ସେଠୀ
ସେଦିନ କି ସୁନ୍ଦର ଥିଲା ମୋ ମାଆର କଥା ଗୀତି
ଆଜିବି ସୁନ୍ଦର ଅଛି ବୋଧେ କେବଳ ତା’ରି ସ୍ମୃତି।
ଖାଲି ନାହିଁ ସିଏ ସିନା ଏକା ଏଠି ହେଲେ ତା’ ଅଛି
ଓଠର ଭାଷା ଅନ୍ତରର କୋହ ମନର କାହାଣୀ
ଆଖିର ଅସୁମାରି ସ୍ଵପ୍ନ ଭାବନାର ପଶାପାଲି
ପଶାପାଲି ଧରି ତହିଁ ଗଡ଼ାଏ ଯାହା ମୁଇଁ ଏଠି
କେତେ ଅତୀତର ଇତିହାସ ଖୋଳତାଡ଼ କରି
ରୂପରେଖ ଦିଏ ବର୍ତ୍ତମାନକୁ ବସି ବସି ଯୋଡି
ପୁଣି ଭବିଷ୍ୟତ ଭାଷ୍ଯକାର ଯାଏ କେବେ ପାଲଟି
ତହିଁ କି ବିରଚିତ କେତେ କାହାଣୀ ପରେ କାହାଣୀ
ଥକେନା କେବେ ମୁଇଁ ହାରିଲେ ହାରେ ବା ଲେଖନୀ
ଏତେବେଳେ ଦେଲୋ ବୋଉ! ଦରିଆ ସେପାରିରେ ରହି
ଟିକେ ସେନେହ ଆଶୀର୍ବାଦ ଯାହାକୁ ପାଥେୟ କରି
ମୁଇଁ ଜିଇଁ ଯାଏ ଅବଶିଷ୍ଠ ଜୀବନ ଖୁସି ଖୁସି
ତୋହରି ଇଚ୍ଛାର ପରିତୃପ୍ତି ସକାଶେ ଖାସ୍ କରି
କାହାଣୀ ମୋ ଚାଲୁଥାଉ ନ ଅଟକି କେଉଁଠି
ତୋ ବିନା ମୋ ଜୀବନ ଅଧୁରା କରେ ବନ୍ଦନା ତହିଁ
ତୋ ଗୁଣ ଗାନେ ତରି ଯାଉଲୋ ମୋର ଜୀବନ ତରୀ
ତୋ ଚରଣେ ମୁଇଁ ଢାଲୁ ଅଛି ମୋର ନିତି ପ୍ରଣତି।।

Related posts

ସଂକ୍ରାନ୍ତି ଆସର

satya

ପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ

satya

ଭୁଲ୍ ଭୂଲିଆ Bhul Bhulaiye

satya

Leave a Comment

Login

X

Register