Satya Prakash
କବିତା

ନୁଆଁଣିଆ ଚାଳ

ଲୋକାଚାରର ତ ସୁଦୂର ପ୍ରସାରୀ
ପ୍ରଭାବ ଯେ ରହିଥାଏ
ଜନ ମାନସକୁ ଆନ୍ଦୋଳିତ ଯାହା
ଅହରହ କରିଥାଏ।। 0
ଘରୁ ବାହାରୁଣୁ ବାଜି ଗଲା  ଚାଳ
ନୂଆଁଣିଆ ଚାଳ ରୋକେ
ତୁଣ୍ଡ   ବାଇଦ ତ ସହସ୍ର  କୋଶ ଯେ

ବ୍ୟାପି ଗଲା ଅଚାନକେ।। 1

ବିପର୍ଯ୍ୟୟ ପାଇଁ କିଏ କେତେ ମତେ
ଦାୟୀ କରି ବସିଗଲେ
ସେଇ ଦିନୁ କାଳ ଛୁଇଁ ଥିଲା ସତେ
ମାପି ଜୁପି ବାଟ ଚାଲେ।। 2
ହଠାତ୍ ଦିନେ ଯେ ଘରୁ ବାହାରୁଛି
ଛିଙ୍କି ଦେଲା ଗୋଟେ ବିଲି
ବଦଳି ଗଲା ମୋ ଗନ୍ତବ୍ୟ ପଥଟି
ଦଣ୍ଡେ ମୁଁ ଅଟକି ଗଲି।। 3
ପରିବର୍ତ୍ତନ ମୋ ଆସିଗଲା ଗୋଟେ
ଭାବନା ବଦଳି ଗଲା
ଘଟିବାର ଯାହା ଭବିଷ୍ୟେ ବା ଥିଲା
ସବୁ ସେ ଓଲଟି ଗଲା।। 4
ତେଣୁ ମୁଁ ଶାନ୍ତିରେ ନିଶ୍ଵାସ ମାରିଲି
ଅଶାନ୍ତି ତ ହଟି ଗଲା
ଯାହା ବି ସତ ସେ ହେଉନା କାହିଁକି
ଦୁଃଖ ଭାଗ ବଦଳିଲା।। 5

Related posts

ବେଆଡା

satya

ଗୁପ୍ତ ଗାଥା by satya prakash

satya

ଝିଣ୍ଟିକା ଓ ବଣି

satya

Leave a Comment

Login

X

Register