Satya Prakash
Uncategorised

ନ୍ୟୁଡ ଭିଡିଓ

ନ୍ୟୁଡ ଭିଡିଓ (nude vedeo) ପ୍ରଚୁର share କରନ୍ତୁ ସମାଜକୁ ଆବଶ୍ୟକ ଅଛି…

ସେଦିନ ହଠାତ୍ ଏ ଅଧିକାରୀ ଜଣକ ମୋ ସାହାଯ୍ୟ ଲୋଡ଼ିଲେ। କହିଲେ – ” ମହେଶ୍ୱର ବାବୁ! ମୋତେ ଅଛି ନା 21000 ଟଙ୍କା ଦେଲେ “। ମୁଁ କହିଲି – ହଁ ଦେବି ଯେ ହେଲେ ଏତେ ବ୍ୟସ୍ତ କାହିଁକି ? କ’ଣ କିଛି ମେଡିକାଲ କେସ୍ ପଡ଼ିଲା କି”? ସେ ହଁ ନା ହୋଇ ରହିଲେ ।ଏଇ ସମୟରେ ପୁଣି ତାଙ୍କର ଗୋଟେ ଫୋନ୍ କଲ୍ ଆସିଲା ସେ ଟିକିଏ ଉହାଡୁକୁ ଯାଇ ଲୁଚି କଥା ହେଉଥିବାର ମୁଁ ଦେଖିଲି।
ସେ ବଡ଼ ହଡବଡେଇ ଯାଉଥିଲେ। ତାଙ୍କ ବ୍ୟସ୍ତଆସ୍ତ ଦେଖି ମୁଁ ଅବାକ ହୋଇଗଲି ।କାହିଁକି ଏ ଉଦ୍ୱେଳନ? କଣ ପାଇଁ ତାଙ୍କ ମୁହଁରେ ଏତେ ବ୍ୟସ୍ତତାର ଛାପ? ପୁଣି ମୋ ପାଖକୁ ଝପଟେଇ ଫେରିଲେ। କହିଲେ- “କ’ଣ କିଛି ଯୋଗାଡ଼ ହେଲା” ? ମୁଁ କହିଲି – “ହଁ ଯୋଗାଡ ହୋଇଯିବ। ମୁଁ ଜଣଙ୍କୁ କହିଛି ସେ ଫୋନ୍ ପେ’ରେ ମୋତେ ପଇସା ଟ୍ରାନ୍ସଫର କଲେ ମୁଁ ଆପଣଙ୍କ ଆକାଉଣ୍ଟକୁ ପଠେଇଦେବି। ହେଲେ କ’ଣ ପାଇଁ ଦରକାର ସେ କଥା ମୋତେ କହିଲେ ନାହିଁ ଯେ” !
କହିଲେ – “କହିବି ଯେ, ପରେ କହିବି। ଏବେ ମୁଁ ଆଗ ଟଙ୍କା ପଠେଇ ସାରେ। ନ ହେଲେ ମାନ ଇଜ୍ଜତ୍ ସବୁ ଯିବ”। ମାନ ଇଜ୍ଜତ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଲି। କହିଲି – “ମୋତେ କାରଣଟା ଖୋଲି କି ନ କହିଲେ ମୁଁ ଆପଣଙ୍କୁ ପଇସା ଦେବି ନାହିଁ। ଏମିତି କେଉଁ କଥା ଅଛି ଯେ ଯାହା ଖୋଲି କି କହି ପାରିବେ ନାହିଁ। ମୋ ଜାଣିବାରେ ସ୍ଵାମୀ ସ୍ତ୍ରୀ ପ୍ରସଙ୍ଗ ବ୍ୟତୀତ ଅନ୍ୟ କିଛି କଥା ନାହିଁ ଯାହା କାହାକୁ କହି ହେବ ନାହିଁ”। ସେ କିନ୍ତୁ ତୁରନ୍ତ ପଇସା ପାଇଁ ବିକଳ ହେଲେ। ମୋ ହାତଗୋଡ଼ ଧରି ପକାଇଲେ। ପୁଣି ପାଲଟା ପ୍ରଶ୍ନ ପଚାରିଲି। କହିଲି -” ମୁଁ ଗୋଟେ କଥା ଅନୁମାନ କରି ପାରୁଛି। ପଚାରିବି”? ଏଇ ସମୟରେ ପୁଣି ଫୋନ୍ କଲ୍ ଆସିଲା। ମୁଁ ଏକ ରକମର ଫୋନଟାକୁ ଛଡାଇ ନେଲି। ସେପଟରୁ ଧମକ ଆସିଲା -” ଶୀଘ୍ର ପଠାନ୍ତୁ, ଏ କଥା ପୁଲିସ ବା ଆଉ କାହାକୁ କହିଲେ ଅଡ଼ୁଆରେ ପଡିଯିବେ। ମୁଁ ୟୁ ଟ୍ୟୁବ ମାଲିକକୁ କହିଦେଇଛି ପଇସା ପାଇଲା କ୍ଷଣି ସେ ଭିଡିଓଟା ଅପଲୋଡ ନକରି ରୋକିଦେବେ” ।ମୁଁ ଏପଟରୁ କହିଲି -” ରଖ ଭଡ଼ୁଆ, ଯାହା ଉଖାଡିବା କଥା ଉଖାଡ। ପଇସା ନା ଚୋପା ମିଳିବ”। ଅଧିକାରୀ ଜଣଙ୍କ ମୋ ଉପରେ ରାଗି କି ଖପ୍ପା ହେଲେ। କହିଲେ -” ପଇସା ନ ଦେଲେ ନାହିଁ, ମୋତେ ଏମିତି ହଟହଟା କରନ୍ତୁ ନାହିଁ। ମୋ କଥା ସବୁ ଆପଣ ଜାଣିଗଲେ। ମୁଁ ଏଥର ଲୋକହସା ହେଲି ଜାଣନ୍ତୁ”। ମୁଁ କହିଲି -” ଆପଣଙ୍କୁ ବଡ଼ ଲାଗୁଛି, କିନ୍ତୁ ଏଗୁଡ଼ିକ ଅତି ସାଧାରଣ ଓ ନଗଣ୍ୟ କଥା। ସମସ୍ତେ ଜାଣନ୍ତି ସାଇବର ଠକମାନେ ଏମିତି ରୂପର ଜାଲ ବିଛେଇ ଅନ୍ୟକୁ ଡରାଇ ଧମକାଇ ପଇସା ଲୁଟନ୍ତି। କେତେ ବଡ଼ ବଡ଼ ବ୍ୟକ୍ତିଠାରୁ ଆରମ୍ଭ କରି ଅଳ୍ପ ବୟସର ଛାତ୍ରମାନେ ମଧ୍ୟ ତାହାର ଶିକାର ହେଉଛନ୍ତି। ସେମାନଙ୍କର ଏ ଧରଣର ଠକାମି ସବୁ ଏକା ପ୍ରକାରର। ଜନ ସଚେତନତା ସ୍ରୁଷ୍ଟି ହେଲାଣି। ସମସ୍ତେ ଜାଣିଗଲେଣି, ହେଲେ ଯେଉଁମାନେ ଜାଣି ନାହାନ୍ତି ସେମାନଙ୍କୁ ନୂଆ ଲାଗୁଛି। ତେଣୁ ସେମାନେ ଠକାମୀରେ ପଡୁଛନ୍ତି।ଆପଣ ନ କହିଲେ କଣ ହେବ, ମୁଁ କହୁଛି ଶୁଣନ୍ତୁ ଆପଣଙ୍କ ସହ କ’ଣ ସବୁ ଘଟିଥିବ।

ଏଇ ସାଇବର ସୁନ୍ଦରୀ ମାନେ ପ୍ରଥମେ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇ ଆପଣଙ୍କ ଫେସ୍ ବୁକ୍ ଫ୍ରେଣ୍ଡ୍ ଲିଷ୍ଟରେ ଯୋଡି ହୋଇଯାଇଥିବେ। ତା’ପରେ ମେସେଞରରେ ଚାର୍ଟ କରିଥିବେ। ଫେସ୍ ବୁକ୍ ଆଇ. ଡି. ରୁ ହେଉ ବା ଚାର୍ଟିଙ୍ଗ ଉପରାନ୍ତେ ଆପଣଙ୍କ ୱାଟସ୍ ଅପ୍ ନମ୍ବର ପାଇବାକୁ ସକ୍ଷମ ହୋଇଥିବେ। ଦିନେ ହଠାତ୍ ହ୍ୱାଟସ୍ ଆପରେ ଭିଡିଓ କଲ୍ କରିଥିବେ। ସେଥିରେ ସେ କେତୋଟି ନେକେଡ ପୋଜ୍ ଦେଇଥିବେ ।ଯେହେତୁ ସେ ଭିଡିଓରେ ଆପଣଙ୍କ ଫେସ୍ ମଧ୍ୟ କଏଦ ହୋଇଥିବ ତେଣୁ ତାକୁ ନ୍ୟୁଡ ଭିଡିଓ ଆପ ଜରିଆରେ ଏଡିଟିଂ କରି ଆପଣଙ୍କ ପାଖକୁ ପଠାଇ ଧମକାଇ ଟଙ୍କା ରୋଜଗାର ପାଇଁ ଲାଗି ପଡିଥିବେ। ଆପଣ ଥରେ ଫସିଗଲେ ତହିଁରୁ ଆଉ ନିସ୍ତାର ନାହିଁ। ସେମାନେ “ଆହୁରି ଦେ, ଆହୁରି ଦେ” ମନ୍ତ୍ର ଉଚ୍ଚାରି ଭଲ କି ଲୁଟନ୍ତି। ଯେପର୍ଯ୍ୟନ୍ତ ଆପଣ ନୟାନ୍ତ ହୋଇ ସର୍ବସ୍ୱ ହରାଇ ନାହାନ୍ତି।ଆଉ ଆପଣ ମାନ ସମ୍ମାନ ଚାଲିଯିବା ଭୟରେ କେବଳ ବୋକା ହୁଅନ୍ତି। ସବୁକିଛି ହରାଇ ନିଜକୁ ଧିକ୍କାରନ୍ତି। ମାତ୍ର ବାସ୍ତବରେ ଏହା ସେମାନଙ୍କର ଗୋଟେ ଚାଲବାଜି। ସେମାନେ ଏମିତି ଡରେଇବେ ସିନା ହେଲେ ବାସ୍ତବରେ କିଛି କ୍ଷତି କରି ପାରିବେ ନାହିଁ। ଦୁର୍ବଳ ଚରିତ୍ରର ଲୋକ ବେଶି ତାଙ୍କ ଜାଲରେ ପଡ଼ନ୍ତି । ମୋ କଥା ଯଦି ବିଶ୍ବାସ ହେଉ ନାହିଁ, ମୁଁ ନେଟ୍ ରୁ ଯୋଗାଡ଼ କରି ସାଇବର କ୍ରାଇମ୍ ବ୍ରାଞ୍ଚ, କଟକ ନମ୍ବର ଦେଉଛି ଓ ସ୍ପିକର୍ ଅନ୍ କରି ଫୋନ୍ ଲଗାଇ ଦେଉଛି, ଶୁଣନ୍ତୁ ସେ କ’ଣ ପରାମର୍ଶ ଦେଉଛନ୍ତି।
ଫୋନ୍ ଲଗାଇ କଥା ଆରମ୍ଭ କରିବା କ୍ଷଣି ସେ(ଇନ୍ସପେକ୍ଟର) ସମସ୍ତ ବେଦ ଗାଇଲେ। କହିଲେ – ଏଗୁଡାକ କିଛି ନୂହେଁ, ଆଦୌ ବ୍ୟସ୍ତ ହୁଅନ୍ତୁ ନାହିଁ। ଏମାନେ ସାଇବର ଠକ। ନ୍ୟୁଡ ଲଙ୍ଗଳା ଭିଡିଓ ତିଆରି କରି ଓ ଧମକ ଦେଇ ପଇସା ଲୁଟନ୍ତି। ଆଦୌ ପଇସା ଦେବେ ନାହିଁ। ସେମାନେ କିଛି କରି ପାରିବେ ନାହିଁ। ଏ ଭିଡିଓ ସେମାନେ ୟୁ ଟ୍ୟୁବରେ ଅପଲୋଡ଼ କରି ପାରିବେ ନାହିଁ । ୟୁ ଟ୍ୟୁବ ବ୍ରାଞ୍ଚ ସେମିତି କିଛି ନାହିଁ ଯାହାକୁ ପଇସା ଦେଇ ଏମାନେ ମାମଲାକୁ ରଫାଦଫା କରିଦେଇ ପାରିବେ। କେବଳ ଡରାଣ। ଇନ୍ସପେକ୍ଟର ବିକ୍ରମ ରାଠୋର ଏମିତି କିଛି ଟ୍ରୁ କଲରରେ ଦେଖାଉଥିବା ଫଲସ୍ ନମ୍ବରରୁ ପ୍ରଥମେ ଫୋନ୍ କଲ ଆସିଥିବ। ଡରିବାର କିଛି ନାହିଁ , କେସ୍ ଫେସ୍ ସେମାନେ କରିପାରିବେ ନାହିଁ। ଖାଲି ମିଥ୍ୟା ଧମକ ଦେବେ । ଆପଣ ତୁରନ୍ତ ସେ ଫୋନ୍ ନମ୍ବରକୁ ବ୍ଲକ୍ କରନ୍ତୁ। ତା’ପରେ ମଧ୍ୟ ଦୁଇଟା ତିନିଟା ନମ୍ଵର୍ ରୁ ରୀତିମତ କଲ ଆସିବ। ସେ ସମସ୍ତ ଅଜଣା ନମ୍ବରକୁ ବ୍ଲକ୍ କରନ୍ତୁ। ଦିନେ ଦୁଇ ଦିନ ସୋସିଆଲ ମିଡିଆ(ସାମାଜିକ ମାଧ୍ୟମ) ରୁ ଅପ୍ ରହନ୍ତୁ ବା ବନ୍ଦ କରି ଦିଅନ୍ତୁ। ବାସ୍ ଏତିକିରେ ଆପଣଙ୍କ ସମସ୍ୟା ସମାଧାନ ହୋଇଯିବ।
ସେ ଆହୁରି କହିଲେ – “ଗତ କାଲି ଏହିଭଲି ମଧ୍ୟ ଗୋଟେ କେସ ରେଜିଷ୍ଟର ହୋଇଛି। ସେ ଭଦ୍ରଲୋକଠାରୁ ଏମାନେ ଦୁଇ ଥରରେ ତିନି ଲକ୍ଷ ଟଙ୍କା ଠକେଇ ନେଇଛନ୍ତି। ତୃତୀୟ ଥର ବେଳକୁ ସେ ଆମକୁ ଜଣାଇଲେ। କେସ ରେଜିଷ୍ଟର ହେଲା ପରେ କେସ ଷ୍ଟଡି କରି ଜାଣିଲୁ ସେ ଠକ ସେଇ ବ୍ଯାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ଉଠାଇ ନେଇଛନ୍ତି। ଆଉ ଦୁଇ ଲକ୍ଷ ଟଙ୍କା ଉଠାଇବାକୁ ଉଦ୍ୟମ କରୁଥିଲା ବେଳେ ଆମେ ସେ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛୁ। ଏବେ ତଦନ୍ତ (investigation) ଚାଲିଛି, ତା’ପରେ ଯାହା ହେବ। ହେଲେ ଆପଣ ସେମାନଙ୍କୁ ଆଦୌ ପଇସା ଦେବେ ନାହିଁ କି ମୋଟେ ଡରିବେ ନାହିଁ, ଆବଶ୍ୟକ ହେଲେ ମୋ ସାହାଯ୍ୟ ନେବେ”।
ବାପରେ ବାପ୍! ଇୟା ଭିତରେ ଏତେ ରହସ୍ୟ। ଇନ୍ସପେକ୍ଟର ସାଇବର କ୍ରାଇମ୍ ବ୍ରାଞ୍ଚଙ୍କଠାରୁ ସବିଶେଷ ତଥ୍ଯ ଓ ପରମର୍ଶ ନେଲା ପରେ ମୋ ମୁଣ୍ଡ ଟାଇଁଟାଇଁ ହୋଇଗଲା। ଅଧିକାରୀ ଜଣକ ନୁଥକିନା ତଳେ ବସି ପଡ଼ିଲେ। ମୁଁ ଆଉ କାଳ ବିଳମ୍ବ ନ କରି ସେଇ ଅଜଣା ନମ୍ବରଗୁଡିକୁ ପ୍ରଥମେ ବ୍ଲକ୍ କଲି। କିଛି କିଛି ସମୟର ବ୍ୟବଧାନରେ ପୁଣି ଗୋଟେ ଯୋଡ଼ିଏ ନମ୍ବରରୁ ମଧ୍ଯ କଲ ଆସିଲା। ସେଗୁଡିକୁ ମଧ୍ଯ ବ୍ଲକ କଲି ଦିନେ ଦୁଇ ଦିନ ପାଇଁ social media ଗୁଡିକୁ ମଧ୍ଯ ବନ୍ଦ କଲି। ବାସ୍ ସମସ୍ତ ସମସ୍ୟାର ସମାଧାନ ହୋଇଗଲା। ଭାରାକ୍ରାନ୍ତ ହୋଇ ପଡିଥିବା ଅଧିକାରୀଙ୍କୁ ଟିକିଏ ଆଶ୍ଵାଶନା ଦେଇ ଆଶ୍ୱସ୍ତ କଲି। ସେ ପ୍ରକୃତିସ୍ଥ ହେଲେ। ସବୁ ସମସ୍ୟା କୁଆଡେ ଫୁର୍ କିନା ଉଡିଗଲା।
ହେଲେ ମନେ ରଖିବେ ଆଜ୍ଞା! ଡରିବେ ନାହିଁ ।ସବୁକିଛି ସାହସିକତାର ସହ ସାମ୍ନା କରିବେ। ଏମିତି କିଛି ଦୁନିଆରେ ନାହିଁ, ଯାହାର ସମାଧାନ ନାହିଁ।
By ସତ୍ୟ ପ୍ରକାଶ ସେଠୀ
ଏ ଲେଖାଟିକୁ ପ୍ରଚୁର share କରନ୍ତୁ cyber ଠକ କବଳରୁ ନିଜକୁ ମୁକ୍ତି ପାଆନ୍ତୁ

Related posts

ହିନ୍ଦୀ ଦିବସ

satya

Watch “Happy Diwali” on YouTube

satya

ଫଟୋଗ୍ରାଫି ଦିବସ

satya

Leave a Comment

Login

X

Register