ମିଠା ହେବ ବୋଲି ଜାଣି ନ ଥିଲି ଯେ
ପକ୍ଵ ଫଳ ପରା ମିଠା
କଞ୍ଚା ଫଳ ଖାଇ ଦୁର୍ନାମ ଗାଇଲେ
ତେଣୁ ମନ ହେଲା ଖଟା।। 1
ସତ କଥା କିନ୍ତୁ କହିଲେ ସୁନ୍ଦର
ବାଡ଼ି ଅଙ୍ଗୁର ଯେ ମିଠା
ପର ଜିନିଷକୁ ଆଦର ଅଧିକା
ଆମର ଅଭ୍ୟାସ ଏଟା।। 2
ସମୟ ଆସିଲେ ସତ ସିଦ୍ଧ ହୁଏ
ମିଛ ଖୋଜେ ତା’ର ରାସ୍ତା
ହଟ ହଟା ହେବା ସାର ସିନା ହୁଏ
ପରେ କିନ୍ତୁ କରେ ଅସ୍ଥା।। 3
ଆସନ୍ତା ଥରକୁ ପାଳିଲେ ଅଧିକା
ଖୁଆଇବି ଶୁଦ୍ଧି ଜନେ
ଏଥରକ କିନ୍ତୁ ପରିବାରବାଲେ
ଖାଉ ଟିକେ ଖୁସି ମନେ।। 4
ଅଭାବରୁ ପରା ସ୍ଵଭାବ ନଷ୍ଟ ଯେ
ପାରୁନି ତୁମକୁ ଦେଇ
ଆର ବରଷକୁ ଖୁଆଇବି ନିଶ୍ଚେ
ରଖିଥିବ କିନ୍ତୁ ଧ୍ୟାଇ।। 0