Satya Prakash
କବିତା

ବାତ୍ୟା ତାଣ୍ଡବ

ବାତ୍ୟାରେ ବିଧ୍ଵସ୍ତ ରାଜଧାନୀ ଆଜି
ସଳଖି ପାରୁନି ଅଣ୍ଟା
ପୁରୀର ଅବସ୍ଥା ଆହୁରି ଖରାପ.
ସବୁ ଶୂନ୍ୟ ଖାଲି କଣ୍ଟା।।
ବୃହତ ନଗରୀ ଧବଳ କଟକ
ଶୂନ୍ୟ ଗର୍ଭ ମୟ ଆଜି
ବୃକ୍ଷ ଲତା ସବୁ ତାର ଖୁଣ୍ଟି ଆଦି
ସବୁ ତ ଯାଇଛି ହଜି।।
ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କର
ଅବସ୍ଥା ସବୁ ସେମିତି
ଘର କୋଣେ ଆମେ ବସି ରହିଲେ କି
ସୁଧୁରି ଯିବ ଯେ ସ୍ଥିତି?
ରାଜ୍ୟ ହେଉ ଅବା କେନ୍ଦ୍ର ସରକାର
ଇଚ୍ଛା ଶକ୍ତି ତ ଦେଖାଅ
ଆପାଦ କାଳୀନ ଜରୁରୀ ସେବାଟି
ଆଗ ଯୋଗାଇ ଦିଅ।।

Related posts

ଗୁରୁଜୀ guruji

satya

ଉତ୍କଳମଣି Gopabandhu

satya

ଏକ ଅନୁଚିନ୍ତା health is wealth

satya

Leave a Comment

Login

X

Register