Satya Prakash
କବିତା

ବିକଳେ ଡାକଇ ମଲି

ବିକଳେ ଡାକଇ ମଲି
–by ସତ୍ୟ ପ୍ରକାଶ ସେଠୀ
ବାତ୍ୟାର ରୂପ କି କରାଳ ଧରିଲା
ପବନ ବେଗ ବଢ଼ିଲା
କଡ଼ ମଡ଼ କରି ମାଡ଼ି ମାଡ଼ି ଆସେ
ଧସେଇ ସେ ତ ପଶିଲା।। 0
ଏମିତିଆ କାହିଁ ପ୍ରକୃତି ରାଣୀ ଲୋ
ଦୁମ୍ ଦୁମ୍ ତୋର ଚାଲି
ପୃଥ୍ଵୀ ଦୁଲୁସଇ ଦୁନିଆ କମ୍ପାଇ
ବିକଳେ ଡାକଇ ମଲି।। 1
ସାଇଁ ସାଇଁ ବାଆ ପେଲି ଆସୁଛି ଲୋ
ଗଗନେ ପବନେ ଧାଇଁ
ମନର ଆକାଶେ ଭିତ୍ତି ସଞ୍ଚାରିତ
କେମିତି ରହିବି ସାଇଁ।। 2

Related posts

ଅବୁଝା ଶିଶୁ

satya

କମ୍ ତି by satya prakash sethy

satya

ସରପଞ୍ଚ ବାବୁ

satya

Leave a Comment

Login

X

Register