Satya Prakash
କବିତା

ଭଗ୍ନାଂଶ

ମିଲୁନି ଭଗ୍ନାଂଶେ ଭାଗଫଳ କେତେ
ଛିଡୁନି ଯେ ଭାଗଶେଷ
କେମିତି ବାହିବି ଜୀବନ ତରୀ ମୁଁ
ଜୀବନ ହୁଏ ନିଶେଷ।। 1
ମିଶାଣ ଗୁଣନ ହରଣ ଫେଡାଣ
ସବୁ ସେ ହେଉଛି ଭୁଲ
ଯେଉଁଠି କହିଲ ସମାଧାନ ଅଛି
ସେଠି ଯେ ଝାମେଲା କଲ।। 2
ତୁମେ ନଟଖଟି ନାରଦ ମୁନିଟି
ସବୁ ଗୋଳମାଳ କର
କହିଲେ କହିବ ଏଷଣା ଗଣିତ

ବିଦ୍ୟାଟି ହାସଲ କର।। 3
ମୁଁ ଯଦି କରିବି ସବୁ କିଛି କାହିଁ
ଗୁହାରୀ କରିବି ତୋତେ
ଧୈର୍ଯ୍ୟର ବନ୍ଧଟି ଭାଙ୍ଗି ଗଲା ପରେ
କେଉଁଠି ପାଇବୁ ମୋତେ? 0

Related posts

ନୁଆଁଣିଆ ଚାଳ

satya

ଗୁପ୍ତ ଗାଥା by satya prakash

satya

ଠେକୁଆ ଓ କଇଁଛ

satya

Leave a Comment

Login

X

Register