Satya Prakash
କବିତା

ମଜାଟି ଚାଖିବୁ ଚୋଖା

ତୁମର ବିଶ୍ବାସ ହେଉକି ନ ହେଉ

ମୁଁ କିନ୍ତୁ ତାଙ୍କୁ ଭେଟିଛି

ଯାଉଥିଲି ଦିନେ ବାଟେ ବାଟେ ଚାଲି

ଆସୁଥିଲେ ସିଏ ଧାଇଁ ।।1

ଠିକଣା ଯାଗାରେ ଭେଟା ଭେଟି ହେଲା

ପଚାରି ବୁଝିଲି କେତେ

ଜୀବନର ଯେତେ ଗୂଢ଼ ରହସ୍ୟଟି

ଫିଟାଇ କହିଲେ ମୋତେ।। 2

ପୁଣ୍ୟ ଜନ ଏଠି ସହେଟି କଷଣ

ଦୁଃଖ ତାପେ ହୋଇ ଝଳି

ପାପୀତକ ଆଜି ବଳିୟାର ସାଜି

ସାଜେଟି କ୍ଷମତାଶାଳୀ।। 3

ଯେଉଁ ଦିନ ଯିବ ପୁଡ଼ିଟି ସେ ପୂରି

ଦରାଣ୍ଡି ଖୋଜିବେ କପି

ପୁଣ୍ୟ ଜନତକ ସ୍ଵର୍ଗ ସୁଖ ଲଭେ

ନର୍କଗାମୀ ହେବେ ପାପୀ!।। 4

କୈବଲ୍ୟ କରତା ଦେଖୁଥାଏ ସବୁ

ଆଖି କରି ମିଟି ମିଟି

ବିଚାରାଳୟରେ ବିଚାରଟି ହେବ

ପାପ ପୁଣ୍ୟ ଗୋଟି ଗୋଟି।। 5

ଡେଉଁଥା’ରେ ଟିଆଁ ଗର୍ବୋନ୍ମତ୍ତ ହୋଇ

ମଜାଟି ଚାଖିବୁ ଚୋଖା

ବେଳ ଥାଉ ଥାଉ ବାଟକୁ ଆସିଯା’

ନୋହିଲେ ଖାଇବୁ ଚେଙ୍କା।। 0

Related posts

ବୃକକ୍ kidney treatment

satya

ହଳଦୀ ବସନ୍ତ

satya

ବେଙ୍ଗ ଫୁଲା

satya

Leave a Comment

Login

X

Register