Satya Prakash
କବିତା

ମନ କାତି

ତୋ ପଦାରବିନ୍ଦେ ମୁଁ ପରା ଶରଣାଗତ

ମୋର କାହିଁ ଚିନ୍ତା ଏତେ

ତୋର ଯେଣେ ଇଚ୍ଛା ତେଣେ ନେଉ ଭିଡ଼ି

ନାହିଁ ମନା ମୋର ତୋତେ।। 1

ତୁ ପରା ଭକତ ରଙ୍କ ଭାଗବାନ

ତୋତେ ଛାଡି କାହିଁ ମୁକ୍ତି

ମୁଁ ତେଣୁ କରିଛି ତୋତେ ଯେ ଆଶୟ

ତୁହି ଦେଲେ ଦେବୁ ଶକ୍ତି।। 2

ଦୁଃଖୀର ପସରା ନୟନ ପିତୁଳା

ତୁହି ଏକା ଭାଗବାନ

ଜନତା ପାରେନି ବୁଝି କେବା ପୁଣି

ମୋହ ମାୟାରେ କି ମନ।। 3

ମୁଁ କିନ୍ତୁ ବୁଝିଛି ଭିଡ଼ିକି ଧରିଛି

ଯେତେ ଝାଞ୍ଜି ଝଡ଼ ବହୁ

ଲଭିବି ଦିନେଟି ନିଶ୍ଚେ ଗତି ମୁକ୍ତି

ଦୃଢୋକ୍ତି ପୋଷଣ ସେହୁ!। ।4

ତୋର ହୀନିମାନେ ମନେ ନାହିଁ ଉଣା

ତୋଠିଁ ପରା ସଦା ମତି

ସବୁ ସେ ସହିବି ଦୁଃଖ କଷ୍ଟ ଭୋଗୀ

ଭାଙ୍ଗିବ ତୋ ମନ କାତି। ।0

Related posts

କୃତଜ୍ଞତା

satya

ଏମାନଙ୍କୁ ଟିକେ ପାରି କର ହେ ହାରି ଗୁହାରୀ

satya

ସାବିତ୍ରୀ

satya

Leave a Comment

Login

X

Register