Satya Prakash
କବିତା

ମୋତେ କିଆଁ ଏତେ ଘାଣ୍ଟୁଛୁ

ମୋର ଶକ୍ତି ନାହିଁ ବୋଲି ଏତେ
ତୋତେ ତ କରୁଛି ବିଶ୍ବାସ
ମୁଁ ଧର୍ମ କଅଣ ଜାଣିଛି
ଜାଣିଛି ପୁଣି କର୍ମ ଅକର୍ମ
ହେଲେ ମୋର ହୃଦେ ବସି
ଦେଉ ଯେଉଁ ନିର୍ଦ୍ଦେଶ
ବିନା ଦ୍ଵିଧେ ମୁଁ କରିଛି
ତୁ କିନ୍ତୁ ମୀର କର୍ମକୁ
ଅକର୍ମ କହି ଭିଡ଼ିଛୁ
ମୁଁ ମୋର କିଛି ନକରି
ତୋରେ ତ ସବୁ କରିଛି
ହେଲେ କଷ୍ଟ ପଥେ ରଖି
ଏତେ ତ ମୋତେ କଷିଛୁ
ମିଛ ସତ କରି ଦଣ୍ଡିଛୁ
ହେଲେ ତ ଦଣ୍ଡେ ଅଦଣ୍ଡେ
ଭୋଗାଭୋଗ ଫଳେ ଏକା
ସିନା ତୋର ଅଧିକାର
ମିଛେ ମୋତେ ଭାଗୁଆଳ
କରି କିଆଁ ଏତେ ଘାଣ୍ଟିଛୁ?

Related posts

ପୃଥିବୀ ପଶୁ ଦିବସ

satya

ଉପଗ୍ରହ ବିଧ୍ଵଂସୀ ଯନ୍ତ୍ର

satya

ହେ ଭକ୍ତ ବଂଶବଦ

satya

Leave a Comment

Login

X

Register